ତାମିଲନାଡୁରେ ବାହୁବଲୀ-ଟୁର ସବୁ ଶୋ ବନ୍ଦ, ଦର୍ଶକ ହତାଶ

ଚେନ୍ନାଇ: ଦୁଇ ବର୍ଷର ପ୍ରତୀକ୍ଷା ପରେ ଫିଲ୍ମ ବାହୁବଲୀ ପାର୍ଟ ଟୁ ଆଜି ରିଲିଜ୍‌ ହୋଇଛି। ତେବେ ତାମିଲନାଡୁରେ ଫିଲ୍ମର ସବୁ ଶୋକୁ ବନ୍ଦ କରି ଦିଆଯାଇଛି। ଏହି ଖବର ପ୍ରସାର ହେବା ପରେ  ସାରା ରାତି ସିନେମା ହଲ୍‌ ନିକଟରେ ଲାଇନ୍‌ ଲଗାଇ ଥିବା ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏକ ରିପୋର୍ଟ ଅନୁସାରେ ତାମିଲର ଡିଷ୍ଟ୍ରିବ୍ୟୁଟର ଓ ପ୍ରଯୋଜକଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବିବାଦ ଦେଖା ଦେବାରୁ  ଫିଲ୍ମ ସବୁ ଶୋ ଏଠାରେ ବନ୍ଦ କରି […]

kattapa

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 11:56 AM IST

ଚେନ୍ନାଇ: ଦୁଇ ବର୍ଷର ପ୍ରତୀକ୍ଷା ପରେ ଫିଲ୍ମ ବାହୁବଲୀ ପାର୍ଟ ଟୁ ଆଜି ରିଲିଜ୍‌ ହୋଇଛି। ତେବେ ତାମିଲନାଡୁରେ ଫିଲ୍ମର ସବୁ ଶୋକୁ ବନ୍ଦ କରି ଦିଆଯାଇଛି। ଏହି ଖବର ପ୍ରସାର ହେବା ପରେ  ସାରା ରାତି ସିନେମା ହଲ୍‌ ନିକଟରେ ଲାଇନ୍‌ ଲଗାଇ ଥିବା ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।

ଏକ ରିପୋର୍ଟ ଅନୁସାରେ ତାମିଲର ଡିଷ୍ଟ୍ରିବ୍ୟୁଟର ଓ ପ୍ରଯୋଜକଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବିବାଦ ଦେଖା ଦେବାରୁ  ଫିଲ୍ମ ସବୁ ଶୋ ଏଠାରେ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି।

ଫିଲ୍ମ ବାହୁବଲୀ ଶୋ ବନ୍ଦ ହେବା ପରେ  ସିନେମା ହଲ୍‌ରେ ଭିଡ଼ ଜମାଇଥିବା ଲୋକେ  ରାସ୍ତାରୋକ କରିବା ସହ ନାରାବାଜି କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବା ପାଇଁ ପୋଲିସ୍‌ ସହରର କେତେକ ଜାଗାରେ ଲାଠିଚାର୍ଜ କରିଛି।

Related story