ନୂଆଦିଲ୍ଲୀ: ପରଦାକୁ ଆସିବ ବାବା ରାମରହିମଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମର ନାଁ ହେଉଛି “ଅବ୍ ହୋଙ୍ଗେ ଇନ୍ସାଫ୍”। ଏଥିରେ ବାବାଙ୍କ ପାଳିତ କନ୍ୟା ହନିପ୍ରୀତଙ୍କ ଭୂମିକାରେ ଅଭିନୟ କରିବେ ହଟ୍ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ। ବାବା ରାମରହିମଙ୍କ ଭୂମିକାରେ ରାଜା ମୁରାଦ ଅଭିନୟ କରୁଛନ୍ତି। ବଳାତ୍କାର ମାମଲା ଯାଞ୍ଚ କରୁଥିବା ଅଧିକାରୀ ଭୂମିକାରେ ଏଜାଜ ଖାନ୍ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଆଶୁତୋଷ ମିଶ୍ରା। ଆଜି ଏହି ଫିଲ୍ମ ସୁଟିଂ ଦିଲ୍ଲୀରୁ ଆରମ୍ଭ ହୋଇଛି।
ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ଏବେ କାଳ କୋଠରୀରେ ଜୀବନ ଅତିବାହିତ କରୁଛନ୍ତି। ବାବାଙ୍କ ପାଳିତ କନ୍ୟା ହନିପ୍ରୀତଙ୍କ ଏବେ ଫେରାର ଥିବା ବେଳେ ହରିୟାଣା ପୋଲିସ ତାଙ୍କୁ ଖୋଜୁଛି।