ପୁଣି ଫେରିବେ ବଦ୍ରିନାଥ ଏବଂ ତାଙ୍କ ଦୁଲହନିଆ

ମୁମ୍ବାଇ: ପୁଣି ଏକାଠି ନଜରକୁ ଆସିବେ କୁଲ୍ ଡ୍ୟୁଡ୍ ବରୁନ ଧୱନ ଏବଂ ହଟ୍ ହସିନା ଆଲିୟା ଭଟ୍ଟ। ବରୁନ ଏବଂ ଆଲିୟାଙ୍କ ଯୋଡିକୁ ବଲିଉଡର ଏକ ସୁପରହିଟ ଯୋଡି ବୋଲି କୁହାଯାଏ। ଏମାନଙ୍କର ଅଭିନିତ ପ୍ରତିଟି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି। ପୁଣିଥରେ ଧମାକା କରିବାକୁ ଏହି ଯୋଡି ପ୍ରସ୍ତୁତ ହେଉଛନ୍ତି। ସୂଚନା ଅନୂଯାୟୀ ‘ବଦ୍ରିନାଥ କି ଦୁଲହନିଆ’ର ସିକ୍ୱେଲ୍‌ ବନା ଯିବାର ଯୋଜନା ଚାଲିଛି। ଏହି ସିନେମାର ଟାଇଟଲ୍‌ ଏପର୍ଯନ୍ତ ଫାଇନାଲ୍‌ ହୋଇନାହିଁ। […]

barun-alliya

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 06:29 PM IST

ମୁମ୍ବାଇ: ପୁଣି ଏକାଠି ନଜରକୁ ଆସିବେ କୁଲ୍ ଡ୍ୟୁଡ୍ ବରୁନ ଧୱନ ଏବଂ ହଟ୍ ହସିନା ଆଲିୟା ଭଟ୍ଟ। ବରୁନ ଏବଂ ଆଲିୟାଙ୍କ ଯୋଡିକୁ ବଲିଉଡର ଏକ ସୁପରହିଟ ଯୋଡି ବୋଲି କୁହାଯାଏ। ଏମାନଙ୍କର ଅଭିନିତ ପ୍ରତିଟି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି। ପୁଣିଥରେ ଧମାକା କରିବାକୁ ଏହି ଯୋଡି ପ୍ରସ୍ତୁତ ହେଉଛନ୍ତି।

ସୂଚନା ଅନୂଯାୟୀ ‘ବଦ୍ରିନାଥ କି ଦୁଲହନିଆ’ର ସିକ୍ୱେଲ୍‌ ବନା ଯିବାର ଯୋଜନା ଚାଲିଛି। ଏହି ସିନେମାର ଟାଇଟଲ୍‌ ଏପର୍ଯନ୍ତ ଫାଇନାଲ୍‌ ହୋଇନାହିଁ। ବର୍ତ୍ତମାନ ଏହାର ସ୍କ୍ରିପ୍ଟ କାମ ଚାଲିଛି। କିନ୍ତୁ ହଟ୍ ହସିନା ଆଲିୟା ହିଁ ବରୁନଙ୍କ ଦୂଲହନିଆ ହେବେ ବୋଲି ସ୍ଥିର ହୋଇସାରିଛି। ଏହି ଫିଲ୍ମଟି ଆସନ୍ତାବର୍ଷ ପରଦାକୁ ଆସିବ।

ବରୁଣ ଏବଂ ଆଲିଆଙ୍କ ଯୋଡି ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ କମାଲ କରି ଚାଲିଛନ୍ତି। ସେମାନଙ୍କ ଡେବ୍ୟୁ ପିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର’ରୁ ଆରମ୍ଭ କରି ‘ହମ୍ପଟି ଶର୍ମା କି ଦୁଲହନିଆ’ ଏବଂ ‘ବଦ୍ରିନାଥ୍‌ କି ଦୁଲହନିଆ’ ବକ୍ସ ଅଫିସରେ ଧମାକା କରିଛି। ଏହି ହଟ୍ ଯୋଡିର ଅନ ସ୍କ୍ରିନ ରୋମାନ୍ସକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ତେବେ ଲଗାତାର ୩ଟି ହିଟ୍‌ ମୁଭି ଦେଇସାରିଥିବା ଏହି ଯୋଡି ପୁଣିଥରେ ତାଙ୍କ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Related story