ହୋଲିରେ ରିଲଜ୍ ହେବ ‘ବଦ୍ରିନାଥ କି ଦୁଲ୍‌ହନିଆ’

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ବଦ୍ରିନାଥ କି ଦୁଲ୍‌ହନିଆ’ ହୋଲିରେ ରିଲିଜ୍‌ ହେବ। ଇଦ୍‌ରେ ସେ କୌଣସି ଫିଲ୍ମ  ରିଲିଜ୍‌ କରିବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ଇଦ୍‌ରେ ସୁପରଷ୍ଟାର ସଲମାନ ଖାନ୍‌ଙ୍କର ସମସ୍ତ ଫିଲ୍ମ ରିଲିଜ୍‌ ହୋଇଥାଏ।” ସେ ଆହୁରି କହିଛନ୍ତି,“ଫିଲ୍ମ ରିଲିଜ୍‌ କରିବାଟା ବଡ଼ କଥା ନୁହେଁ। କେମିତି ରିଲିଜ୍ କରାଇବେ ତାହା ବଡ଼ କଥା। ଏଥିପାଇଁ କିଛି ବିଧି ରହିଛି। ଜଣେ ଫିଲ୍ମ ନିର୍ମାତା ଭାବେ […]

badrinathkidulhania

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 11:51 AM IST

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ବଦ୍ରିନାଥ କି ଦୁଲ୍‌ହନିଆ’ ହୋଲିରେ ରିଲିଜ୍‌ ହେବ। ଇଦ୍‌ରେ ସେ କୌଣସି ଫିଲ୍ମ  ରିଲିଜ୍‌ କରିବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“ଇଦ୍‌ରେ ସୁପରଷ୍ଟାର ସଲମାନ ଖାନ୍‌ଙ୍କର ସମସ୍ତ ଫିଲ୍ମ ରିଲିଜ୍‌ ହୋଇଥାଏ।”

ସେ ଆହୁରି କହିଛନ୍ତି,“ଫିଲ୍ମ ରିଲିଜ୍‌ କରିବାଟା ବଡ଼ କଥା ନୁହେଁ। କେମିତି ରିଲିଜ୍ କରାଇବେ ତାହା ବଡ଼ କଥା। ଏଥିପାଇଁ କିଛି ବିଧି ରହିଛି। ଜଣେ ଫିଲ୍ମ ନିର୍ମାତା ଭାବେ ମୋତେ ମୁଣ୍ଡରେ କିଛି କଥା ରଖିବାକୁ ହୁଏ।”

Related story