ଆସୁଛି ‘ବାଗୀ୨’; ଜାଣନ୍ତୁ କିଏ ହୋଇଛି ବାଗୀ

ମୁମ୍ୱାଇ: ଗତବର୍ଷ ଏପ୍ରିଲ୍‌ରେ ରିଲିଜ୍‌ ହୋଇଥିବା ଟାଇଗର ସ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ବାଗୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଟାଇଗର ଜବରଦସ୍ତ ଆକ୍ସନ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ଏହି ଫିଲ୍ମର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‌ ହୋଇଛି। ତେବେ ପୋଷ୍ଟରରେ ଟାଇଗରଙ୍କ ମୁହଁ ଦେଖିବାକୁ ମିଳୁ ନ ଥିବା ବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଛି। ପୋଷ୍ଟରରେ ଟାଇଗର ହାତରେ ବନ୍ଧୁକ ଧରିଥିବା ନଜରରେ […]

tigershroff 2

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 09:12 AM IST

ମୁମ୍ୱାଇ: ଗତବର୍ଷ ଏପ୍ରିଲ୍‌ରେ ରିଲିଜ୍‌ ହୋଇଥିବା ଟାଇଗର ସ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ବାଗୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଟାଇଗର ଜବରଦସ୍ତ ଆକ୍ସନ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ଏହି ଫିଲ୍ମର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‌ ହୋଇଛି। ତେବେ ପୋଷ୍ଟରରେ ଟାଇଗରଙ୍କ ମୁହଁ ଦେଖିବାକୁ ମିଳୁ ନ ଥିବା ବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଛି। ପୋଷ୍ଟରରେ ଟାଇଗର ହାତରେ ବନ୍ଧୁକ ଧରିଥିବା ନଜରରେ ଆସିଛନ୍ତି।

‘ବାଗୀ୨’  ୨୦୧୮  ଏପ୍ରିଲ୍‌ ୨୭ରେ ରିଲିଜ୍‌ ହେବ। କୋରିୟଗ୍ରାଫର୍‌ ଓ ଫିଲ୍ମ ନିର୍ମାତା ଅହମ୍ମଦ ଖାନ୍‌ ‘ବାଗୀ୨’ର ନିର୍ଦ୍ଦେଶନା ଦେବେ। ଫିଲ୍ମରେ ଜୋରଦାର ଆକ୍ସନ ରହିଛି।

Related story