ସାରା ଦେଶରେ ଏବେ ‘ବାହୁବଳୀ’ର କ୍ରେଜ୍। ପ୍ରଥମ ଦିନରୁ ହିଁ ଏହା ରେକର୍ଡ କରିବା ଆରମ୍ଭ କରିଦେଇଛି। ଫିଲ୍ମକୁ ବିଗ୍ ହିଟ୍ କରିବାକୁ ଜୋରସୋରରେ ଚାଲିଛି ପ୍ରମୋଶନ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚାଲିଛି ପ୍ରମୋଶନ। ଏହି ଫିଲ୍ମ ସହ ରହିଛି ଓଡ଼ିଶା କନେକ୍ସନ୍। ଓଡ଼ିଶାର ଜଣେ ଯୁବକ ‘ବାହୁବଳୀ’ର ପ୍ରମୋଶନ କରୁଛନ୍ତି। ସେ ହେଉଛନ୍ତି ବଲାଙ୍ଗିରର ସଞ୍ଜତ ମିଶ୍ର।
ସଞ୍ଜତ କହିଛନ୍ତି,“ଇଂଲଣ୍ଡର ଲୋକଙ୍କୁ ଫିଲ୍ମ ପ୍ରତି ଆକୃଷ୍ଟ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବାହୁବଳୀର ବିଭିନ୍ନ ପ୍ରକାର ଗ୍ରାଫିକ୍ସରୁ ଆମେ ଇମେଜ୍ ନେଇ ପ୍ରମୋଶନ କରିଥିଲୁ। ୫ ଜଣ ପିଲା ସେଠାକୁ ଯାଇ ଷ୍ଟେଜ୍ ଶୋ’ ମଧ୍ୟ କରିଥିଲେ। ବିଶେଷ କରି ଆମେ ୧୬ରୁ ୬୫ ବର୍ଷ ଲୋକଙ୍କୁ ଟାର୍ଗେଟ କରି ପ୍ରମୋଶନ କରିଥିଲୁ। ହେଲେ ସବୁ ବର୍ଗର ଲୋକେ ଏହାକୁ ଦେଖି ପାରିବେ।”