ଶ୍ରଦ୍ଧା କପୁରଙ୍କୁ ହାଇଦ୍ରାବାଦୀ ଖାଦ୍ୟ ଖୁଆଇଲେ ବାହୁବଳୀ

ହାଇଦ୍ରାବାଦ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ସୁଟିଂ ସେଟ୍‌ର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଶ୍ରଦ୍ଧା କପୁର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିଲେ ଆପଣଙ୍କ ପାଟିରୁ ଲାଳ ଗଡ଼ି ଆସିବ। ଶ୍ରଦ୍ଧା ଅବା କିପରି ବାଦ୍ ପଡ଼ି ଥାଆନ୍ତେ। ଏହି ଫଟୋରେ ଅଛି ସ୍ୱାଦିଷ୍ଟ ହାଇଦ୍ରାବାଦୀ ଖାଦ୍ୟ। ଏହି ହାଇଦ୍ରାବାଦୀ ଖାଦ୍ୟ ବିଶେଷ ଭାବେ ଆସିଥିଲା ଶ୍ରଦ୍ଧାଙ୍କ ପାଇଁ। ସେ ଯେଉଁ ଦିନ ସୁଟିଂ ସେଟ୍‌ରେ ଜଏନ୍ କଲେ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 01:40 PM IST

ହାଇଦ୍ରାବାଦ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ସୁଟିଂ ସେଟ୍‌ର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଶ୍ରଦ୍ଧା କପୁର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିଲେ ଆପଣଙ୍କ ପାଟିରୁ ଲାଳ ଗଡ଼ି ଆସିବ। ଶ୍ରଦ୍ଧା ଅବା କିପରି ବାଦ୍ ପଡ଼ି ଥାଆନ୍ତେ। ଏହି ଫଟୋରେ ଅଛି ସ୍ୱାଦିଷ୍ଟ ହାଇଦ୍ରାବାଦୀ ଖାଦ୍ୟ। ଏହି ହାଇଦ୍ରାବାଦୀ ଖାଦ୍ୟ ବିଶେଷ ଭାବେ ଆସିଥିଲା ଶ୍ରଦ୍ଧାଙ୍କ ପାଇଁ। ସେ ଯେଉଁ ଦିନ ସୁଟିଂ ସେଟ୍‌ରେ ଜଏନ୍ କଲେ ସେହି ଦିନ ଏହି ବ୍ୟବସ୍ଥା ହୋଇଥିଲା। ନିଜେ ପ୍ରଭାସ ଏହି ସବୁ ବ୍ୟଞ୍ଜନଗୁଡ଼ିକର ବ୍ୟବସ୍ଥା କରାଇଥିଲେ।

‘ସାହୋ’ର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ସୁଜିତ। ଏହି ଫିଲ୍ମରେ ପ୍ରଭାସଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିବ। ‘ସାହୋ’ରେ ସୁଯୋଗ ପାଇଥିବାରୁ ବିଶେଷ କରି ବାହୁବଳୀ ପ୍ରଭାସଙ୍କ ସହ କାମ କରୁଥିବାରୁ ଶ୍ରଦ୍ଧା ଖୁବ୍ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ଅନୁଷ୍କା ସେଟ୍ଟୀ ଅଭିନୟ କରିବେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ତେବେ ଅଧିକ ମୋଟା ହୋଇଯାଇଥିବା ଯୋଗୁଁ ସେ ଏହି ଚରିତ୍ର ପାଇଁ ଫିଟ୍ ହେଲେ ନାହିଁ। ତେଣୁ ଶ୍ରଦ୍ଧାଙ୍କୁ ନିଆଗଲା।

ଏହି ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ।

Related story