ବାହା ହେବେ ‘ବାହୁବଲୀ’ ପ୍ରଭାସ; ଚାଲିଛି ଝିଅ ଖୋଜା

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ମୋଷ୍ଟ୍ ଏଲିଜିବଲ୍‌ ବ୍ୟାଚଲର୍‌ ତଥା ‘ବାହୁବଲୀ’ ଷ୍ଟାର୍ ପ୍ରଭାସ ବାହା ହେବେ। ଏନେଇ ସେ କୁଆଡ଼େ ଇସାରା ଦେଇଛନ୍ତି, କିନ୍ତୁ ପାଟି ଖୋଲି କିଛି କହି ନାହାନ୍ତି। ଶୁଣିବାକୁ ମିଳୁଛି ତାଙ୍କଠାରୁ ସବୁଜ ସଂକେତ ପାଇ ବାପାମା’ ଝିଅ ଖୋଜିବାରେ ଲାଗି ପଡ଼ିଲେଣି। ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଶେଷ ଆଡ଼କୁ ହାତରୁ ଦି’ହାତ ହୋଇଯିବେ ପ୍ରଭାସ। ପ୍ରଭାସ କେବେ ବାହାଘର ପାଇଁ ଆଗ୍ରହ ଦେଖାଉ ନ ଥିଲେ। […]

prabhas

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 03:22 PM IST

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ମୋଷ୍ଟ୍ ଏଲିଜିବଲ୍‌ ବ୍ୟାଚଲର୍‌ ତଥା ‘ବାହୁବଲୀ’ ଷ୍ଟାର୍ ପ୍ରଭାସ ବାହା ହେବେ। ଏନେଇ ସେ କୁଆଡ଼େ ଇସାରା ଦେଇଛନ୍ତି, କିନ୍ତୁ ପାଟି ଖୋଲି କିଛି କହି ନାହାନ୍ତି। ଶୁଣିବାକୁ ମିଳୁଛି ତାଙ୍କଠାରୁ ସବୁଜ ସଂକେତ ପାଇ ବାପାମା’ ଝିଅ ଖୋଜିବାରେ ଲାଗି ପଡ଼ିଲେଣି। ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଶେଷ ଆଡ଼କୁ ହାତରୁ ଦି’ହାତ ହୋଇଯିବେ ପ୍ରଭାସ।

ପ୍ରଭାସ କେବେ ବାହାଘର ପାଇଁ ଆଗ୍ରହ ଦେଖାଉ ନ ଥିଲେ। ତେବେ ଘର ଲୋକ ବାରମ୍ବାର ତାଙ୍କ ପଛରେ ଲାଗିବାରୁ ସେ ଶେଷରେ ହଁ ଭରିଛନ୍ତି। ବାହାଘର ଯୋଜନା ସଂପର୍କରେ ‘ବାହୁବଲୀ ୨’ ରିଲିଜ୍ ହେବା ପରେ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସେ ଏବେ କେବଳ ‘ବାହୁବଲୀ ୨’ ଉପରେ ହିଁ ଫୋକସ୍ କରୁଛନ୍ତି।

Related story