‘ବାହୁବଲୀ-୨’ ପାଇଁ ବ୍ୟାକୁଳ: ୨୪ ଘଣ୍ଟାରେ ୧୦ ଲକ୍ଷ ଅନ୍‌ଲାଇନ୍‌ ଟିକେଟ୍ ବୁକ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଲୀ-୨’। ଦର୍ଶକ ଏହି ଫିଲ୍ମଟିକୁ ଦେଖିବାକୁ କେତେ ବ୍ୟାକୁଳ ତାହା ଅନ୍‌ଲାଇନ୍‌ ଟିକେଟ୍‌ ବୁକ୍‌ରୁ ପ୍ରମାଣିତ ହୋଇଛି। ଅନ୍‌ଲାଇନ୍ ଟିକେଟ୍ ବିକ୍ରିରେ ରେକର୍ଡ କରିଛି ‘ବାହୁବଲୀ-୨’। ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଦର୍ଶକ ଅନ୍‌ଲାଇନ୍‌ରେ ଟିକେଟ୍ ବୁକ୍ କରିଛନ୍ତି। ଅନ୍‌ଲାଇନ୍ ଟିକେଟ୍ ବୁକିଂରେ ଏହା ଆମୀର ଖାନ୍‌ଙ୍କ ‘ଦଙ୍ଗଲ’କୁ ବି ପଛରେ ପକାଇ ଦେଇଛି। ଆସନ୍ତାକାଲି ସାରା ଦେଶରେ ୮୦୦୦ ସ୍କ୍ରିନ୍‌ରେ ‘ବାହୁବଲୀ […]

bahubali2

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 10:19 AM IST

ନୂଆଦିଲ୍ଲୀ: ଆସନ୍ତାକାଲି ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଲୀ-୨’। ଦର୍ଶକ ଏହି ଫିଲ୍ମଟିକୁ ଦେଖିବାକୁ କେତେ ବ୍ୟାକୁଳ ତାହା ଅନ୍‌ଲାଇନ୍‌ ଟିକେଟ୍‌ ବୁକ୍‌ରୁ ପ୍ରମାଣିତ ହୋଇଛି। ଅନ୍‌ଲାଇନ୍ ଟିକେଟ୍ ବିକ୍ରିରେ ରେକର୍ଡ କରିଛି ‘ବାହୁବଲୀ-୨’। ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଦର୍ଶକ ଅନ୍‌ଲାଇନ୍‌ରେ ଟିକେଟ୍ ବୁକ୍ କରିଛନ୍ତି। ଅନ୍‌ଲାଇନ୍ ଟିକେଟ୍ ବୁକିଂରେ ଏହା ଆମୀର ଖାନ୍‌ଙ୍କ ‘ଦଙ୍ଗଲ’କୁ ବି ପଛରେ ପକାଇ ଦେଇଛି।

ଆସନ୍ତାକାଲି ସାରା ଦେଶରେ ୮୦୦୦ ସ୍କ୍ରିନ୍‌ରେ ‘ବାହୁବଲୀ ୨’ ରିଲିଜ୍ ହେବ।

Related story