ବାହୁବଲୀ ଆହତ

‘ବାହୁବଲୀ’ ଷ୍ଚାର ପ୍ରଭାସ ଆହତ ହୋଇଛନ୍ତି। ଆଗକୁ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ସାହୋ’ର ସୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ବାହୁବଲୀ। ଏକ ଷ୍ଟଣ୍ଟ କରୁଥିବା ବେଳେ ସେ ଆହତ ହୋଇଥିବା ଜଣାପଡ଼ିଛି। ଆକ୍ସନ ଥ୍ରୀଲର ଫିଲ୍ମ ‘ସାହୋ’ରେ ସେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ। ହଲିଉଡ୍‌ର ଖ୍ୟାତନାମା ଆକ୍ସନ୍ କୋରିଓଗ୍ରାଫର ଜିମ୍ମୋ ତାଙ୍କୁ ଷ୍ଟଣ୍ଟ ଶିଖାଉଛନ୍ତି। ପୂର୍ବରୁ ‘ବାହୁବଳୀ’ ସୁଟିଂ ସେଟ୍‌ରେ ମଧ୍ୟ ପ୍ରଭାସ ଆହତ ହୋଇଥିଲେ। ‘ସାହୋ’ରେ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ, […]

pp

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 01:11 PM IST

‘ବାହୁବଲୀ’ ଷ୍ଚାର ପ୍ରଭାସ ଆହତ ହୋଇଛନ୍ତି। ଆଗକୁ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ସାହୋ’ର ସୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ବାହୁବଲୀ। ଏକ ଷ୍ଟଣ୍ଟ କରୁଥିବା ବେଳେ ସେ ଆହତ ହୋଇଥିବା ଜଣାପଡ଼ିଛି। ଆକ୍ସନ ଥ୍ରୀଲର ଫିଲ୍ମ ‘ସାହୋ’ରେ ସେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ। ହଲିଉଡ୍‌ର ଖ୍ୟାତନାମା ଆକ୍ସନ୍ କୋରିଓଗ୍ରାଫର ଜିମ୍ମୋ ତାଙ୍କୁ ଷ୍ଟଣ୍ଟ ଶିଖାଉଛନ୍ତି। ପୂର୍ବରୁ ‘ବାହୁବଳୀ’ ସୁଟିଂ ସେଟ୍‌ରେ ମଧ୍ୟ ପ୍ରଭାସ ଆହତ ହୋଇଥିଲେ।

‘ସାହୋ’ରେ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ ଏବଂ ମନ୍ଦିରା ବେଦୀ ଅଭିନୟ କରୁଛନ୍ତି। ବହୁଦିନ ପରେ ମନ୍ଦିରା ଏହି ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍ ରେଡ୍ଡୀ। ଆସନ୍ତା ବର୍ଷ ଏହି ଫିଲ୍ମ ପରଦାକୁ ଆସିବ। ହେଲେ ଏପର୍ଯ୍ୟନ୍ତ ଏହାର ରିଲିଜ୍ ତାରିଖ ସ୍ଥିର ହୋଇନାହିଁ ବୋଲି ନିର୍ଦ୍ଦେଶକ ସୁଜିତ୍ ରେଡ୍ଡୀ କହିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ବିରାଟ ଓ ଅନୁଷ୍କାଙ୍କୁ ନେଇ ଫିଲ୍ମ ବନାଇବେ କରଣ ଜୋହର!

Related story