ଫଟୋ ପୋଷ୍ଟ୍ କରି ଫସିଗଲେ ବାଣୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବାଣୀ କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରି ଫସି ଯାଇଛନ୍ତି। ଏହି ଫଟୋରେ ସେ ଏକ ଫ୍ରଣ୍ଟ୍ ନୋଟ୍ କ୍ରପ୍ ଟପ୍ ପିନ୍ଧିଥିଲେ। ଏହି ଟପ୍‌ରେ ସେ ବୋଲ୍ଡ ଦେଖାଯାଉଥିଲେ। ଫଟୋଟିକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ବି ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ତେବେ ଏହି ଟପ୍‌ ଦେଖି କିଛି ଲୋକ ରାଗି ଯାଇଥିଲେ। କାରଣ ଏଥିରେ ‘ହରେ ରାମ ହରେ କୃଷ୍ଣ’ ଲେଖାଯାଇଥିଲା। ସେମାନେ ଲେଖିଥିଲେ ଯେ […]

bani

Jitendra Garnayak
  • Published: Wednesday, 13 November 2019
  • , Updated: 13 November 2019, 03:41 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବାଣୀ କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରି ଫସି ଯାଇଛନ୍ତି। ଏହି ଫଟୋରେ ସେ ଏକ ଫ୍ରଣ୍ଟ୍ ନୋଟ୍ କ୍ରପ୍ ଟପ୍ ପିନ୍ଧିଥିଲେ। ଏହି ଟପ୍‌ରେ ସେ ବୋଲ୍ଡ ଦେଖାଯାଉଥିଲେ। ଫଟୋଟିକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ବି ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ତେବେ ଏହି ଟପ୍‌ ଦେଖି କିଛି ଲୋକ ରାଗି ଯାଇଥିଲେ। କାରଣ ଏଥିରେ ‘ହରେ ରାମ ହରେ କୃଷ୍ଣ’ ଲେଖାଯାଇଥିଲା। ସେମାନେ ଲେଖିଥିଲେ ଯେ ଏଭଳି ପୋଷାକରେ ‘ହରେ ରାମ ହରେ କୃଷ୍ଣ’ ଲେଖାଯିବା କଥା ନୁହେଁ। ଏହା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛନ୍ତି।

ଏଭଳି ପୋଷାକ ପିନ୍ଧିଥିବାରୁ ଲୋକେ ବାଣୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତା’ସହିତ କିଛି ଲୋକ ତାଙ୍କ ଫିଲ୍ମକୁ ବୟକଟ କରିବେ ବୋଲି ଚେତାବନୀ ଦେଇଥିଲେ। ଆଉ କିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଉ ଏହା ପରେ ବାଣୀ ସୋଶାଲ୍ ମିଡିଆରୁ ତାଙ୍କ ଫଟୋଟିକୁ ହଟାଇ ଦେଇଥିଲେ। ତେବେ ସେ ତାଙ୍କ ତରଫରୁ ଏନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଏହାକୁ ବିରୋଧ କରିଥିଲେ ସେମାନେ କହିଛନ୍ତି ଯେ ସେମାନଙ୍କ ବିରୋଧ କାମ ଦେଲା।

ସୂଚନାଯୋଗ୍ୟ, ନିକଟରେ ରିଲିଜ୍ ହୋଇଥିବା ‘ୱାର୍‌’ ଫିଲ୍ମରେ ବାଣୀ ଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। ‘ୱାର୍‌’ରେ ହ୍ରିତିକ ରୋଶନ୍ ଓ ଟାଇଗର ଶ୍ରୋଫ୍ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି।

Related story