ବାହୁବଲୀକୁ କିଏ ମାରିଛି ଜାଣିଛନ୍ତି ? କଟପ୍ପା ନୁହେଁ, ବରୁଣ ଧୱନ

ବାହୁବଲୀକୁ କଟପ୍ପା କାହିଁକି ମାରିଲା ତାହା ‘ବାହୁବଲୀ-୨’ରେ ପଦର୍ଶିତ ହୋଇସାରିଛି। ମାତ୍ର ବଲିଉଡ୍ ଷ୍ଟାର ବରୁଣ ଧୱନ ନିଜେ ବାହୁବଲୀକୁ ମାରିଥିବା ଦାବି କରୁଛନ୍ତି। ନିକଟରେ ବରୁଣ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଫଟୋ  ପୋଷ୍ଟ କରିଛନ୍ତି। ଯେଉଁଠି ସେ ବାହୁବଲୀ ପ୍ରଭାସଙ୍କୁ ପଛରୁ ଖଣ୍ଡାରେ ମାରୁଛନ୍ତି। ଏହି ଫଟୋରେ ପ୍ରଭାସ ହସି ହସି ମରୁଥିବା ଦେଖିବାକୁ ମିଳୁଛି। ବରୁଣ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ଇତିହାସରେ କେବଳ ଦୁଇଟି ଲୋକ ଏପରି  କରିବାରେ ସଫଳ […]

bahubali

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 02:21 PM IST

ବାହୁବଲୀକୁ କଟପ୍ପା କାହିଁକି ମାରିଲା ତାହା ‘ବାହୁବଲୀ-୨’ରେ ପଦର୍ଶିତ ହୋଇସାରିଛି। ମାତ୍ର ବଲିଉଡ୍ ଷ୍ଟାର ବରୁଣ ଧୱନ ନିଜେ ବାହୁବଲୀକୁ ମାରିଥିବା ଦାବି କରୁଛନ୍ତି। ନିକଟରେ ବରୁଣ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଫଟୋ  ପୋଷ୍ଟ କରିଛନ୍ତି। ଯେଉଁଠି ସେ ବାହୁବଲୀ ପ୍ରଭାସଙ୍କୁ ପଛରୁ ଖଣ୍ଡାରେ ମାରୁଛନ୍ତି। ଏହି ଫଟୋରେ ପ୍ରଭାସ ହସି ହସି ମରୁଥିବା ଦେଖିବାକୁ ମିଳୁଛି।

ବରୁଣ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ଇତିହାସରେ କେବଳ ଦୁଇଟି ଲୋକ ଏପରି  କରିବାରେ ସଫଳ ହୋଇଛନ୍ତି। ପ୍ରଥମେ କଟପ୍ପା ଓ ଦ୍ୱିତୀୟରେ ମୁଁ। ବାହୁବଲୀ ପ୍ରଭାସ ଏକ ବିନମ୍ର ବ୍ୟକ୍ତିତ୍ୱ। ସେ ଜୀବନରେ ବହୁତ ଆଗକୁ ବଢନ୍ତୁ।

Related story