ବଲିଉଡ୍ ଷ୍ଟାରଙ୍କ ନଖରାମୀ

ମୁମ୍ବାଇ: ବଲିଉଡ୍‌ର ନମ୍ବର ୱାନ୍‌ ଷ୍ଟାରମାନେ ନଖରାମୀ କରିବାରେ ମଧ୍ୟ ନମ୍ବର ୱାନ୍‌।  ଫିଲ୍ମ ସାଇନ୍ କଲା ବେଳେ ଏହି ଷ୍ଟାରମାନେ ନଖରାମୀ କରନ୍ତି।  ସେମାନେ ନିଜ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତି। ଯଦି ସେମାନଙ୍କ ଇଚ୍ଛା ଅନୁସାରେ କଥା ନଛିଡ଼େ ସେମାନେ ଫିଲ୍ମ ସାଇନ କରନ୍ତି ନାହିଁ। ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଷ୍ଟାର ଫିଲ୍ମ ସାଇନ କଲାବେଳେ ବେଶୀ ନଖରାମୀ କରନ୍ତି। ଅକ୍ଷୟ କୁମାର କାମକୁ ଯେତିକି ଗୁରୁତ୍ୱ ଦେଇଥାନ୍ତି ନିଜ ପରିବାରକୁ ସେତିକି ସମୟ […]

ic3mwKXI

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 09:34 AM IST

ମୁମ୍ବାଇ: ବଲିଉଡ୍‌ର ନମ୍ବର ୱାନ୍‌ ଷ୍ଟାରମାନେ ନଖରାମୀ କରିବାରେ ମଧ୍ୟ ନମ୍ବର ୱାନ୍‌।  ଫିଲ୍ମ ସାଇନ୍ କଲା ବେଳେ ଏହି ଷ୍ଟାରମାନେ ନଖରାମୀ କରନ୍ତି।  ସେମାନେ ନିଜ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତି। ଯଦି ସେମାନଙ୍କ ଇଚ୍ଛା ଅନୁସାରେ କଥା ନଛିଡ଼େ ସେମାନେ ଫିଲ୍ମ ସାଇନ କରନ୍ତି ନାହିଁ। ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଷ୍ଟାର ଫିଲ୍ମ ସାଇନ କଲାବେଳେ ବେଶୀ ନଖରାମୀ କରନ୍ତି।

ଅକ୍ଷୟ କୁମାର

କାମକୁ ଯେତିକି ଗୁରୁତ୍ୱ ଦେଇଥାନ୍ତି ନିଜ ପରିବାରକୁ ସେତିକି ସମୟ ମଧ୍ୟ ଦେଇଥାନ୍ତି। ସେଥିପାଇଁ ଅକ୍ଷୟ କୁମାରଙ୍କ ରବିବାର ଦିନ ଛୁଟି ନିଅନ୍ତି। ସେହିଦିନ ସେ ତାଙ୍କ ପରିବାରକୁ ସମୟ ଦିଅନ୍ତି।

ସଲମାନ ଖାନ୍

ଫିଲ୍ମ ସାଇନ୍‌ କରିବା ପୂର୍ବରୁ ନିଜ ଚୁକ୍ତିରେ ସଲମାନ ଧୂମପାନ ସିନ୍‌ ହଟାଇବା ପାଇଁ କହନ୍ତି। କାରଣ ଲୋକଙ୍କ ପାଇଁ ସେ ଜଣେ ସୋସିଆଲ୍ ଫିଗର୍। ପୁଣି ସେ ବଡ଼ ତାରକାଙ୍କ ତାଲିକାରେ ଆସୁଛନ୍ତି। ତେଣୁ ତାଙ୍କ ନଖରାମୀକୁ ନିର୍ଦ୍ଦେଶକମାନଙ୍କୁ ସହିବାକୁ ହୁଏ।

କରିନା କପୁର ଖାନ୍‌

ଯେଉଁ ଫିଲ୍ମରେ ଶାହାରୁଖ ଖାନ୍, ସଲମାନ ଖାନ୍ ଓ ଅମୀର ଖାନ୍ ଥାଆନ୍ତି, କରିନା ସେହି ଫିଲ୍ମ କରିବା ପାଇଁ ପସନ୍ଦ କରିଥାନ୍ତି। କରିନାଙ୍କ ଏହି ଡିମାଣ୍ଡ କିଛି ବର୍ଷ ପରେ ସାମ୍ନାକୁ ଆସିଥିଲା।

ସୋନାକ୍ଷୀ ସିହ୍ନା

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା  ଫିଲ୍ମରେ ସାଇନ କରିବା ପୂର୍ବରୁ ‘କିସ୍‌’ ସିନ୍‌କୁ ବାରଣ କରିଥାନ୍ତି। ଏହା କେତେ ସତ ଆପଣ ସୋନାକ୍ଷୀଙ୍କ ଫିଲ୍ମ ଦେଖିଲେ ଜାଣିପାରିବେ।

Related story