ଓ-ଟାଉନରେ ଏଣ୍ଟ୍ରି ମାରିଲେ ଆଉଜଣେ ବଙ୍ଗୀୟ ଅଭିନେତ୍ରୀ: ଦୁଇଟି ଓଡ଼ିଆ ଫିଲ୍ମରେ ଆସୁଛନ୍ତି ଚୁଲବୁଲି ଏଲସା

Ordigital Desk
  • Published: Thursday, 27 July 2017
  • , Updated: 27 July 2017, 05:32 PM IST
<p>ଓ-ଟାଉନର ନୂଆ ନାୟିକା ଏଲସା। ନିଜ ଷ୍ଟାଇଲ ଓ ଅନ୍ଦାଜରେ ଦର୍ଶକଙ୍କୁ ପାଗଳ କଲା ଭଳି ଦକ୍ଷତା ଅଛି। ଆଗକୁ ଯେ ସେ ଓଡ଼ିଆ ହିରୋଇନଙ୍କ ଦୌଡ଼ରେ ରହି ଅନ୍ୟମାନଙ୍କୁ କଡ଼ା ଟକ୍କର ଦେବେ ତାହା ନିଶ୍ଚିତ। ଏବେ ତିଆରି ଚାଲିଥିବା ନୂଆ ଫିଲ୍ମ ଭୈରବ ମାଧ୍ୟମରେ ସେ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ତାଙ୍କୁ ବିଶିଷ୍ଟ କମେଡିଆନ୍ ପପୁ ପମ୍ ପମଙ୍କ ସହ ଏକ ଗୀତ ସୁଟିଂରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ସୁଟିଂ ବେଳେ ସେ ପିନ୍ଧିଥିଲେ ସବୁଜ ରଙ୍ଗର ସାଲୁଆର। ତା ସହିତ ମଥାରେ ଥିଲା ବିନ୍ଦି। ସେ ଯେ ଜଣେ ବେଙ୍ଗଲୀ ଝିଅ ତାହା ଜଣାପଡୁନି ଚେହେରାରୁ। ଚେହେରାରୁ ଓଡ଼ିଆ ଓଡ଼ିଆ ହିଁ ଲାଗୁଛନ୍ତି , ଓଡ଼ିଆ ଭାଷା ବି ଅଳ୍ପ ଅଳ୍ପ କହୁଛନ୍ତି। ୟା ଭିତରେ ସେ ଦୁଇଟି ଓଡ଼ିଆ ଫିଲ୍ମରେ ସାଇନ୍ କରିଛନ୍ତି। ଗୋଟିଏ ହେଲା ଭୈରବ, ଯାହାର ସୁଟିଂ ଏବେ ଚାଲିଛି , ଆରଟି ହେଲା &lsquo;ଦିପୁ ଦି ଡ୍ୟାନସର ବୟ&rsquo;। ଆଜିକାଲି ସେ ଭୈରବର ସୁଟିଂରେ ବ୍ୟସ୍ତ ରହୁଛନ୍ତି। କୁହାଯାଉଛି ଆଉ ଗୋଟିଏ ଯୋଡ଼ିଏ ଫିଲ୍ମରେ ସେ ସାଇନ୍ କରିବାକୁ ସୁଯୋଗ ପାଇବେ।</p> <p>ବଙ୍ଗୀୟ ଝିଅ ଏଲସା ଛୋଟ ବୟସରୁ ହିଁ ଅଭିନୟ ଆରମ୍ଭ କରିଥିଲେ। ଘର କୋଲକତାରେ,ତେଣୁ ଅଭିନୟ ବି ଏଇ ସହରରେ। ବେଙ୍ଗଲୀ ଫିଲ୍ମ କିମ୍ବା ଟେଲିଭିଜନରେ ନିଜର କ୍ୟାରିୟର ଆରମ୍ଭ କରୁକରୁ ସେ ପାଇଛନ୍ତି ଓଲିଉଡରେ ଏଣ୍ଟ୍ରି। ଏବେ ଦେଖିବାକୁ ବାକି, ଓଡ଼ିଆ ଇଣ୍ଡଷ୍ଟ୍ରିରେ ତାଙ୍କର ପାଦ ସୁଦୃଢ଼ ହେଉଛି ନା ନାହିଁ।</p>

Related story