ସୁଟିଂ ସେଟ୍‌ରେ ବଂଶାଲିଙ୍କ ଉପରେ ଆକ୍ରମଣ

ଜୟପୁର: ସୁଟିଂ ସେଟ୍‌ରେ ଫିଲ୍ମ ନିର୍ମାତା ସଞ୍ଜୟଲୀଲା ବଂଶାଲିଙ୍କ ଉପରେ ହୋଇଛି ଆକ୍ରମଣ। ରାଜସ୍ଥାନର ଜୟପୁର ସ୍ଥିତ ଐତିହାସିକ ଜୟଗଡ଼ ଦୁର୍ଗରେ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଚାଲିଥିବା ବେଳେ ତାଙ୍କ ଉପରେ ହୋଇଛି ଏହି ଆକ୍ରମଣ। ରାଜପୁତ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଫିଲ୍ମରେ ଭୁଲ୍ ଚିତ୍ରଣ କରାଯାଉଥିବା ଦର୍ଶାଇ ରାଜପୁତ କର୍ଣ୍ଣି ସେନାର କର୍ମୀମାନେ ବଂଶାଲିଙ୍କୁ ଆକ୍ରମଣ କରିଛନ୍ତି। ଏଥିସହ ସୁଟିଂ ସେଟ୍‌ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି  ଆକ୍ରମଣ ପରେ ଜୟଗଡ଼ ଦୁର୍ଗରେ ସୁଟିଂ ବନ୍ଦ […]

sanjay

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 09:14 AM IST

ଜୟପୁର: ସୁଟିଂ ସେଟ୍‌ରେ ଫିଲ୍ମ ନିର୍ମାତା ସଞ୍ଜୟଲୀଲା ବଂଶାଲିଙ୍କ ଉପରେ ହୋଇଛି ଆକ୍ରମଣ। ରାଜସ୍ଥାନର ଜୟପୁର ସ୍ଥିତ ଐତିହାସିକ ଜୟଗଡ଼ ଦୁର୍ଗରେ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଚାଲିଥିବା ବେଳେ ତାଙ୍କ ଉପରେ ହୋଇଛି ଏହି ଆକ୍ରମଣ। ରାଜପୁତ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଫିଲ୍ମରେ ଭୁଲ୍ ଚିତ୍ରଣ କରାଯାଉଥିବା ଦର୍ଶାଇ ରାଜପୁତ କର୍ଣ୍ଣି ସେନାର କର୍ମୀମାନେ ବଂଶାଲିଙ୍କୁ ଆକ୍ରମଣ କରିଛନ୍ତି। ଏଥିସହ ସୁଟିଂ ସେଟ୍‌ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି  ଆକ୍ରମଣ ପରେ ଜୟଗଡ଼ ଦୁର୍ଗରେ ସୁଟିଂ ବନ୍ଦ କରାଯାଇଛି।

ହିଷ୍ଟୋରିକାଲ୍‌ ଡ୍ରାମା ‘ପଦ୍ମାବତୀ’ ରାଣୀ ପଦ୍ମାବତୀଙ୍କ କାହାଣୀ ଉପରେ ଆଧାରିତ। ତେବେ ଫିଲ୍ମରେ ପଦ୍ମାବତୀ ଓ ସମ୍ରାଟ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ମଧ୍ୟରେ ଲଭ୍ ସିନ୍ ରହିଥିବା ରାଜପୁତ କର୍ଣ୍ଣି ସେନା ଅଭିଯୋଗ କରିଛି। ଏହି ସିନ୍‌ଗୁଡ଼ିକୁ ଫିଲ୍ମରୁ ବାଦ୍ ଦେବା ପାଇଁ କର୍ଣ୍ଣି ସେନା ଦାବି କରିଛି।

Related story