ଭାରତରେ ଥିବା ପାକିସ୍ତାନୀଙ୍କୁ ଗଛରେ ଲଟକାଇ ଦିଅ: ଅଭିଜିତ

ମୁମ୍ବାଇ: ଭାରତୀୟ ନୌସେନାର ପୂର୍ବତନ ଅଫିସର କୁଳଭୁଷଣ ଯାଦବଙ୍କୁ ଗୁପ୍ତଚରୀ ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁଦଣ୍ଡ ଦିଆଯିବା ପରେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିଭିନ୍ନ ମହଲରୁ ଏହାକୁ ନେଇ ପ୍ରତିକ୍ରିୟା ଆସୁଛି। ବଲିଉଡରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବଲିଉଡର ପ୍ରତିଷ୍ଠିତ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ ପାକିସ୍ତାନର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କୁଳଭୁଷଣଙ୍କ ଫାସୀ ଅଟକାଇବାକୁ ଦାବି କରିଛନ୍ତି। ଏହାସହ ସେ ଟ୍ୱିଟ କରି କହିଛନ୍ତି,“ଯଦି ପାକିସ୍ତାନ କୁଳଭୁଷଣଙ୍କ ଫାସୀ ଅଟକାଇ […]

avijiit

Rakesh Mallick
  • Published: Tuesday, 11 April 2017
  • , Updated: 11 April 2017, 10:01 AM IST

ମୁମ୍ବାଇ: ଭାରତୀୟ ନୌସେନାର ପୂର୍ବତନ ଅଫିସର କୁଳଭୁଷଣ ଯାଦବଙ୍କୁ ଗୁପ୍ତଚରୀ ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁଦଣ୍ଡ ଦିଆଯିବା ପରେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିଭିନ୍ନ ମହଲରୁ ଏହାକୁ ନେଇ ପ୍ରତିକ୍ରିୟା ଆସୁଛି। ବଲିଉଡରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବଲିଉଡର ପ୍ରତିଷ୍ଠିତ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ ପାକିସ୍ତାନର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କୁଳଭୁଷଣଙ୍କ ଫାସୀ ଅଟକାଇବାକୁ ଦାବି କରିଛନ୍ତି। ଏହାସହ ସେ ଟ୍ୱିଟ କରି କହିଛନ୍ତି,“ଯଦି ପାକିସ୍ତାନ କୁଳଭୁଷଣଙ୍କ ଫାସୀ ଅଟକାଇ ନ ପାରିବ ତେବେ ଭାରତରେ ଯେଉଁଠି ପାକିସ୍ତାନୀଙ୍କୁ ଦେଖିବ ତାଙ୍କୁ ଗଛରେ ଝୁଲାଇ ଦିଅ।”

ଅଭିଜିତଙ୍କ ଏପରି ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଏହାସହ ସେ ବଲିଉଡର କିଛି ଲୋକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଭାରତରେ ଖୋଜା ଗଲେ ଅଧିକାଂଶ ପାକିସ୍ତାନୀ ଭଟ୍ଟ ଓ ଜୋହରଙ୍କ ଘରେ ମିଳିବେ।”

ଉରୀରେ ଆତଙ୍କୀ ଆକ୍ରମଣ ପରେ ମଧ୍ୟ ଅଭିଜିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପାକିସ୍ତାନୀ କଳାକାରଙ୍କୁ କାମ ଦେବା ଉପରେ ପ୍ରଶ୍ନ ଉଠାଇ ସେ ମହେଶ ଭଟ୍ଟ, କରଣ ଜୋହର ଏବଂ ସୁପରଷ୍ଟାର ଖାନ୍ସଙ୍କୁ ଟାର୍ଗେଟ କରିଥିଲେ।

Related story