ବିବାହ ପୂର୍ବରୁ ଭାରତୀ କାହିଁକି କାନ୍ଦି କାନ୍ଦି ସାହାଯ୍ୟ ମାଗିଛନ୍ତି?

ମୁମ୍ବାଇ: କମେଡିଆନ୍‌ ଭାରତୀ ସିଂହ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେଥିପାଇଁ ସେ ଖୁବ୍‌ ଖୁସି ଓ ଉତ୍ସାହିତ ଅଛନ୍ତି। ନିଜ ବିବାହ ସହ ଜଡ଼ିତ ସମସ୍ତ ଛୋଟ ବଡ଼ ସ୍ମୃତିକୁ ସେ ସୋସିଆଲ୍‌ ମିଡିଆରେ ସେୟାର କରୁଛନ୍ତି। କିନ୍ତୁ ନିକଟରେ ଭାରତୀ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରିଥିବା ଏକ ଭିଡିଓରେ ଖୁବ୍ ଚିନ୍ତିତ ଓ କାନ୍ଦ କାନ୍ଦ ଦେଖାଯାଉଛନ୍ତି। […]

bharati

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 09:41 AM IST

ମୁମ୍ବାଇ: କମେଡିଆନ୍‌ ଭାରତୀ ସିଂହ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେଥିପାଇଁ ସେ ଖୁବ୍‌ ଖୁସି ଓ ଉତ୍ସାହିତ ଅଛନ୍ତି। ନିଜ ବିବାହ ସହ ଜଡ଼ିତ ସମସ୍ତ ଛୋଟ ବଡ଼ ସ୍ମୃତିକୁ ସେ ସୋସିଆଲ୍‌ ମିଡିଆରେ ସେୟାର କରୁଛନ୍ତି। କିନ୍ତୁ ନିକଟରେ ଭାରତୀ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରିଥିବା ଏକ ଭିଡିଓରେ ଖୁବ୍ ଚିନ୍ତିତ ଓ କାନ୍ଦ କାନ୍ଦ ଦେଖାଯାଉଛନ୍ତି। ଆପଣମାନେ ଭାବୁଥିବେ ଏମିତି କ’ଣ ହେଲା ଯେ ସମସ୍ତଙ୍କୁ ହସାଉଥିବା ଭାରତୀ ନିଜେ କାନ୍ଦୁଛନ୍ତି। ବ୍ୟସ୍ତ ହୁଅନ୍ତୁନି। କଥାଟା ସେମିତି କିଛି ସିରିଅସ୍‌ ନୁହେଁ। ଭାରତୀ ତାଙ୍କ ବାହାଘରର ସପିଂ କରି ଥକି ଯିବାରୁ ଏମିତି ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ।

ସେ ଏହି ଭିଡିଓର କ୍ୟାପସନ୍‌ ଦେଇଥିଲେ- “ମୁଁ ଏଠି ସେଠି ସପିଂ କରି ଥକି ଗଲିଣି। ତଥାପି ଅଧାରୁ ଅଧିକ କାମ ବାକି ଅଛି ଇଣ୍ଡିଆ। ଦୟାକରି ମତେ ସାହାଯ୍ୟ କରନ୍ତୁ।”

ଏହି ପୋଷ୍ଟ୍‌କୁ ଭାରତୀ ମନୀଷ ପଲ, କପିଲ୍‌ ଶର୍ମା, କ୍ରିଷ୍ଣା, ଅଦା ଖାନ୍‌ ଓ ଅନୀତା ହସନନ୍ଦିନୀଙ୍କୁ ଟ୍ୟାଗ୍‌ କରିଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୩ରେ ଭାରତୀ ବିବାହ କରିବାକୁ ଯାଉଛନ୍ତି।

Related story