ପ୍ରେମରେ ପଡ଼ିଯାଇଛନ୍ତି ଭୂମି!

ମୁମ୍ବାଇ: ୨୦୧୫ରେ ‘ଦମ୍ ଲଗା କେ ହେଇଶା’ ଜରିଆରେ ବଲିଉଡ୍‌ରେ ଦମ୍‌ଦାର୍ ଡେବ୍ୟୁ କରିଥିବା ଭୂମି ପେଦନେକର ୟା ଭିତରେ ପ୍ରେମରେ ପଡ଼ି ଯାଇଛନ୍ତି। ‘ମୋ କାମ ସହିତ ମୁଁ ରିଲେସନ୍‌ଶିପ୍‌’ରେ ଅଛି କହି ସବୁବେଳେ କଥା ଏଡ଼ାଇ ଚାଲିଯାଉଥିବା ଭୂମି ଅଭିନେତା ଜ୍ୟାକି ଭଗ୍‌ନାନିଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ‘ମୁମ୍ବାଇ ମିରର୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭୂମି ଓ ଭଗ୍‌ନାନିଙ୍କ ମଧ୍ୟରେ ଏବେ ନୂଆ ନୂଆ ପ୍ରେମ ହୋଇଛି। ନିକଟରେ ଭୂମି ଏକ କାର୍‌ରୁ […]

bhumi

bhumi

Jitendra Garnayak
  • Published: Thursday, 15 August 2019
  • Updated: 15 August 2019, 03:43 PM IST

Sports

Latest News

ମୁମ୍ବାଇ: ୨୦୧୫ରେ ‘ଦମ୍ ଲଗା କେ ହେଇଶା’ ଜରିଆରେ ବଲିଉଡ୍‌ରେ ଦମ୍‌ଦାର୍ ଡେବ୍ୟୁ କରିଥିବା ଭୂମି ପେଦନେକର ୟା ଭିତରେ ପ୍ରେମରେ ପଡ଼ି ଯାଇଛନ୍ତି। ‘ମୋ କାମ ସହିତ ମୁଁ ରିଲେସନ୍‌ଶିପ୍‌’ରେ ଅଛି କହି ସବୁବେଳେ କଥା ଏଡ଼ାଇ ଚାଲିଯାଉଥିବା ଭୂମି ଅଭିନେତା ଜ୍ୟାକି ଭଗ୍‌ନାନିଙ୍କ ପ୍ରେମରେ ପଡ଼ି ଯାଇଛନ୍ତି।

‘ମୁମ୍ବାଇ ମିରର୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭୂମି ଓ ଭଗ୍‌ନାନିଙ୍କ ମଧ୍ୟରେ ଏବେ ନୂଆ ନୂଆ ପ୍ରେମ ହୋଇଛି। ନିକଟରେ ଭୂମି ଏକ କାର୍‌ରୁ ଓହ୍ଲାଇ ଥିଲେ, ଯାହା ତାଙ୍କର ନଥିଲା। ଏହି କାର୍‌ଟି ଜ୍ୟାକି ଭଗ୍‌ନାନିଙ୍କର ଥିଲା। ଆଉ କିଛି ସ୍ଥାନରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏଣୁ ଏବେ ଏ ଦୁଇ ଜଣ ବି’ଟାଉନ୍‌ର ନୂଆ ‘ଲଭ୍‌ ବାର୍ଡ’ ବୋଲି ଆଲୋଚନା ହେଉଛି।

bhagnani‘ଦମ୍ ଲଗା କେ ହେଇଶା’ ଜରିଆରେ ବଲିଉଡ୍‌ରେ ନାୟିକା ଭାବେ ଏଣ୍ଟ୍ରି କରିଥିବା ଭୂମିଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବେ ୫ଟି ପୁରସ୍କାର ମିଳିଥିଲା। ସେଥିମଧ୍ୟରେ ଫିଲ୍ମ ଫେୟାର ପୁରସ୍କାର ବି ରହିଛି। ଏହା ବାଦ୍‌ ଆଉ ଦୁଇ ତିନୋଟି ପୁରସ୍କାର ବି ମିଳିଥିଲା। ତାଙ୍କର ଆଉ ଏକ ବହୁ ଚର୍ଚ୍ଚିତ ଫିଲ୍ମ ହେଲା ‘ଟଏଲେଟ୍‌- ଏକ୍ ପ୍ରେମ୍‌ କଥା’। ଏଥିରେ ବି ତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଥିଲା। ତା ସହିତ ‘ଶୁଭ ମଙ୍ଗଳ ସାବଧାନ୍‌’ରେ ବି ସେ ଭଲ ଅଭିନୟ କରିଥିଲେ ଓ ଫିଲ୍ମ ଫେୟାର ଆୱାର୍ଡର ଶ୍ରେଷ୍ଠ ଅଭିନେତ୍ରୀ ବର୍ଗକୁ ମନୋନୀତ ହୋଇଥିଲେ। ଅବଶ୍ୟ ତାଙ୍କୁ ଏହି ପୁରସ୍କାର ମିଳି ନଥିଲା।

bbଏବେ ଭୂମିଙ୍କ ହାତରେ ଏକାଧିକ ଫିଲ୍ମ ଅଛି। ତାଙ୍କର ଅପ୍‌କମିଂ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି- ‘ଡୋଲି କିଟ୍ଟି ଔର ୱହ ଚମକ୍‌ତେ ସୀତାରେ’, ‘ଷାଣ୍ଡ୍‌ କି ଆଁଖେ’, ‘ଭୂତ୍- ପାର୍ଟ ୱାନ୍‌’, ‘ବାଲା’ ଓ ‘ପତି, ପତ୍ନୀ ଔର ୱହ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos