୩ ଖାନ୍‌ଙ୍କ ସହ ନଖରାମି କରିବାକୁ ମନ ବଳାଇଲେଣି ନଟି ବିଦ୍ୟା  

ମମ୍ୱାଇ: ବଲିଉଡ୍‌ର ୩ ଖାନ୍‌ ସଲମାନ, ଶାହାରୁଖ୍‌ ଓ ଆମୀରଙ୍କ ସହ ଅଭିନୟ କରିବାକୁ କିଏ ବା ନ ଚାହେଁ । ଏମିତି ଅନେକ ଆଗଧାଡିର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ୩ ଖାନ୍‌ଙ୍କ ସହ ଅଭିନୟ କରିନାହାନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଟ୍‌ ଅଭିନେତ୍ରୀ ବିଦ୍ୟା ବଲାନ। ନିଜ ଅଭିନୟକୁ କିଭଳି ବାସ୍ତବତାର ରଙ୍ଗ ଦିଆଯିବ ସେଥିରେ ବିଦ୍ୟା ପୂରା ମାହିର। ନିଜ ଅଭିନୟ ଯୋଗୁଁ ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ […]

637052-vidya-balan

Rakesh Mallick
  • Published: Saturday, 02 December 2017
  • , Updated: 03 December 2017, 12:23 PM IST

ମମ୍ୱାଇ: ବଲିଉଡ୍‌ର ୩ ଖାନ୍‌ ସଲମାନ, ଶାହାରୁଖ୍‌ ଓ ଆମୀରଙ୍କ ସହ ଅଭିନୟ କରିବାକୁ କିଏ ବା ନ ଚାହେଁ । ଏମିତି ଅନେକ ଆଗଧାଡିର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ୩ ଖାନ୍‌ଙ୍କ ସହ ଅଭିନୟ କରିନାହାନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଟ୍‌ ଅଭିନେତ୍ରୀ ବିଦ୍ୟା ବଲାନ।

ନିଜ ଅଭିନୟକୁ କିଭଳି ବାସ୍ତବତାର ରଙ୍ଗ ଦିଆଯିବ ସେଥିରେ ବିଦ୍ୟା ପୂରା ମାହିର। ନିଜ ଅଭିନୟ ଯୋଗୁଁ ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ସେ ସୃଷ୍ଟି କରିଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ତୁମ୍‌ହାରୀ ସୁଲ୍ଲୁ’  ଖୁବ୍‌ ପ୍ରଶଂସା ସାଉଁଟିଛି। ତେଣୁ ଏହି ଫିଲ୍ମର ସଫଳତା ପରେ ସେ ଏକ ସାକ୍ଷତକାରରେ ୨୦୧୭ ପର୍ଯ୍ୟନ୍ତ ଥିବା ନିଜ କ୍ୟାରିଅର ସମ୍ପର୍କରେ ନିଜ ଫ୍ୟାନ୍‌ମାନଙ୍କ ସହ ସେୟାର କରିଥିଲେ।

ତାଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଥିଲା ଯେ, ସେ ଅନେକ ଅଭିନେତାଙ୍କ ସହ ଅଭିନୟ କରିଥିଲେ ମଧ୍ୟ ୩ ଖାନ୍‌ଙ୍କ ସହ କେବେକି ଦେଖିବାକୁ ମିଳିନାହାନ୍ତି। ଏହାର ଉତ୍ତରରେ ସେ କହିଥିଲେ ସେମାନଙ୍କ ସହ  ଅଭିନୟ କରିବାକୁ ତାଙ୍କୁ କେବେ ବି ସୁଯୋଗ ମିଳିନାହିଁ। ଯଦି ଅଫର ମିଳେ ସେ ଏଥିପାଇଁ ପୁରା ପ୍ରସ୍ତୁତ।

Related story