ବିବର୍‌ଙ୍କୁ ଦେଖି ପାରିଲେନି ବ୍ଳାକ୍‌ ବିୟୁଟି: ହେଲେ ରୋମାଣ୍ଟିକ୍‌ ହେଲା ରାତି କେମିତି?

ବମ୍ବେ: ବହୁପ୍ରତିଷ୍ଠିତ କାନାଡ଼ିଆନ ପପ୍‌ ସିଙ୍ଗର ଜଷ୍ଟିନ ବିବରଙ୍କ କନସର୍ଟକୁ ଯାଇ ବଲିଉଡ ଦମ୍ପତ୍ତି ବିପାଶା  ଏବଂ କରନ ହଟ୍ଟହଟା। ଶୋ’ ଦେଖିନପାରି ଫେରିଆସିଲେ ଉଭୟେ ସ୍ୱାମୀ ସ୍ତ୍ରୀ। ବୁଧବାର ମୁମ୍ବାଇର  ଡି.ପାଟିଲ ଷ୍ଟାଡିୟମରେ ଜଷ୍ଟିନଙ୍କ କନ୍‌ସର୍ଟ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମରେ ୪୫ ହଜାର ଦର୍ଶକ  ଉପସ୍ଥିତ ଥିଲେ।  କାର୍ଯ୍ୟକ୍ରମକୁ  ବଲିଉଡର ବହୁ କଳାକାର ମଧ୍ୟ ଯାଇଥିଲେ।  ତେବେ ଶୋ’ ଦେଖିବାକୁ  ବିପାଶା ବସୁ ଏବଂ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ବି ଯାଇଥିଲେ। କାଳେ […]

bipasha-1

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 02:40 PM IST

ବମ୍ବେ: ବହୁପ୍ରତିଷ୍ଠିତ କାନାଡ଼ିଆନ ପପ୍‌ ସିଙ୍ଗର ଜଷ୍ଟିନ ବିବରଙ୍କ କନସର୍ଟକୁ ଯାଇ ବଲିଉଡ ଦମ୍ପତ୍ତି ବିପାଶା  ଏବଂ କରନ ହଟ୍ଟହଟା। ଶୋ’ ଦେଖିନପାରି ଫେରିଆସିଲେ ଉଭୟେ ସ୍ୱାମୀ ସ୍ତ୍ରୀ। ବୁଧବାର ମୁମ୍ବାଇର  ଡି.ପାଟିଲ ଷ୍ଟାଡିୟମରେ ଜଷ୍ଟିନଙ୍କ କନ୍‌ସର୍ଟ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମରେ ୪୫ ହଜାର ଦର୍ଶକ  ଉପସ୍ଥିତ ଥିଲେ।  କାର୍ଯ୍ୟକ୍ରମକୁ  ବଲିଉଡର ବହୁ କଳାକାର ମଧ୍ୟ ଯାଇଥିଲେ।  ତେବେ ଶୋ’ ଦେଖିବାକୁ  ବିପାଶା ବସୁ ଏବଂ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ବି ଯାଇଥିଲେ। କାଳେ ସେମାନଙ୍କୁ ଦର୍ଶକ ଘେରିଯିବେ ସେହି ଆଶଙ୍କାରେ ଉଭୟେ ବିଳମ୍ବରେ ପହଞ୍ଚିଥିଲେ। ସେତେବେଳକୁ ସମୟ ରାତି ୮ଟା ୩୦ ହୋଇସାରିଥିଲା।

ଶୋ’ ମଧ୍ୟ ଆରମ୍ଭ ହୋଇସାରିଥିଲା। ବହୁ ଦର୍ଶକ ଟିକେଟ ନ ପାଇ ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ବିପାଶା ଆଉ ତାଙ୍କ ସ୍ୱାମୀ ପହଞ୍ଚିବାରୁ ଗେଟ୍‌ ବାହାରେ ଥିବା ଦର୍ଶକ ଏମାନଙ୍କୁ  ଦେଖି ଉତ୍ସାହିତ ହୋଇପଡ଼ିଥିଲେ। ଏପରିକି ବିପାଶା ଏବଂ କରନଙ୍କୁ ଘେରି ଯାଇଥିଲେ ଦର୍ଶକ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଏହି ବଲିଉଡ୍‌ ଦମ୍ପତ୍ତି ଜଷ୍ଟିନଙ୍କ ଶୋ’କୁ ଯାଇପାରି ନ ଥିଲେ। ଆଉ ବିରକ୍ତ ହୋଇ ଫେରିଆସିଥିଲେ। ତେବେ ଶୋ ନ ଦେଖି ପାରିବାର ଦୁଃଖକୁ ଭୂଲିବାକୁ ସ୍ବାମୀଙ୍କ ସହ ବିପାଶା ଯାଇଥିଲେ ଏକ ରୋମାଣ୍ଟିକ୍‌ ଡିନ୍‌ରରେ। ଯାହାର ଫଟୋ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ସହ ନିଜ ଅନୁଭୂତି ଲେଖିଛନ୍ତି।

Related story