ଆକ୍ଟିଂ ଆଡ଼କୁ ମନ ବଳାଇଲେଣି ବିଗ୍‌ ବସ୍‌ ଫେମ୍‌ ପଠାନ ସିଷ୍ଟରସ୍‌

ମୁମ୍ବାଇ: ବିଗ୍‌ ବସ୍‌-୧୨ ର ପ୍ରତିଯୋଗୀ ରହିଥିବା ଯାଆଁଳା ପଠାନ ସିଷ୍ଟରସ୍‌  ସବା ଖାନା ଓ ସୋମୀ ଖାନ ଏବେ ଆକ୍ଟି ଆଡକୁ ମନ ବଳାଇଲେଣି। ଏଥିପାଇଁ ଏହି ୨ ଭଉଣୀ ଏବେ ଆକ୍ଟିଂ କ୍ଲାସ ଯିବା ଆରମ୍ଭ କରି ଦେଲେଣି। ସୋମୀ କିଛି ଦିନ ହେବ ନିଜ ଆକ୍ଟିଂ କ୍ୟାରିଅର ଡେବ୍ୟୁ  କରିଥିବା ବେଳେ ସବା ଜୋରସୋର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଜସ୍ଥାନର ଜୟପୁର ସହର ବାସିନ୍ଦା ଏହି ୨ ଭଉଣୀଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ରେ […]

saba-2..

Niharika Rout
  • Published: Friday, 19 April 2019
  • , Updated: 19 April 2019, 01:26 PM IST

ମୁମ୍ବାଇ: ବିଗ୍‌ ବସ୍‌-୧୨ ର ପ୍ରତିଯୋଗୀ ରହିଥିବା ଯାଆଁଳା ପଠାନ ସିଷ୍ଟରସ୍‌  ସବା ଖାନା ଓ ସୋମୀ ଖାନ ଏବେ ଆକ୍ଟି ଆଡକୁ ମନ ବଳାଇଲେଣି। ଏଥିପାଇଁ ଏହି ୨ ଭଉଣୀ ଏବେ ଆକ୍ଟିଂ କ୍ଲାସ ଯିବା ଆରମ୍ଭ କରି ଦେଲେଣି। ସୋମୀ କିଛି ଦିନ ହେବ ନିଜ ଆକ୍ଟିଂ କ୍ୟାରିଅର ଡେବ୍ୟୁ  କରିଥିବା ବେଳେ ସବା ଜୋରସୋର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ରାଜସ୍ଥାନର ଜୟପୁର ସହର ବାସିନ୍ଦା ଏହି ୨ ଭଉଣୀଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ରେ ବିଚିତ୍ର ଜୋଡ଼ି ହିସାବରେ ହୋଇଥିଲା। ଏହି ଶୋ’ରେ ସାମିଲ ହେବା ପରେ ୨ ଭଉଣୀ ଲାଇମ ଲାଇଟ୍‌କୁ ଚାଲି ଆସିଥିଲେ।  ବିଗ୍‌ ବସ୍‌ ଘରୁ ସବା ପ୍ରଥମେ ଆଉଟ୍‌ ହୋଇଯାଇଥିବା ବେଳେ ସୋମି କିନ୍ତୁ ନିଜ ଆସ୍ଥାନ ଜମାଇ ରଖିଥିଲେ।

 

କିଛି ଦିନ ପୂର୍ବେ ଏକ ଇଣ୍ଟରଭିୟୁରେ ସବା କହିଥିଲେ ଯେ, ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଜଏନ କରିବାକୁ ପ୍ଲାନିଂ କରୁଛନ୍ତି। ହେଲେ  କୌଣସି ପ୍ରଶିକ୍ଷଣ ବିନା ସେ ଏହି  ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଚାହୁଁ ନାହାନ୍ତି। ଏଥିଲାଗି ସେ ଆକ୍ଟି କ୍ଲାସ ଜଏନ କରିବାକୁ ଯାଉଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ସୋମୀ ମଧ୍ୟ ନିଜ ଭିତରେ ଥିବା ପ୍ରତିଭା ଜାଗୃତ କରିବାକୁ ଲାଗି ପଡ଼ିଛନ୍ତି।

ପ୍ରାୟ ମାସେ ହେବ ସବା ଆକ୍ଟି କ୍ଲାସ ଯିବା ଆରମ୍ଭ କରି ଦେଇଛନ୍ତି। ସେ ଏହା ଉପରେ ଏକ ଶର୍ଟ ଟର୍ମ କୋର୍ସ ମଧ୍ୟ କରିଛନ୍ତି। ବିଗ୍‌ ବସ୍‌ରେ ମିଳିଥିବା ଲୋକପ୍ରିୟତା ଅପେକ୍ଷା ନିଜ ପ୍ରତିଭା ବଳରେ ସେ ସଫଳତା ପାଇବାକୁ ଇଚ୍ଛା ରଖିଥିବା ଜଣାଇଛନ୍ତି।

ଇତିମଧ୍ୟରେ ସୋମୀ ବିଗ୍‌ ବସ୍‌ ପ୍ରତିଯୋଗୀ ଦୀପକ ଠାକୁରଙ୍କ ସହ ନିଜ ଆକ୍ଟିଂ କ୍ୟାରିଅର ଡେବ୍ୟୁ କରିଛନ୍ତି। ରାଜସ୍ଥାନରୁ ଆସିଥିବା ୨ ଭଉଣୀ ଏହା ମଧ୍ୟରେ ମାୟାନଗରୀ ମୁମ୍ବାଇରେ ଘର କିଣି ସାରିଲେଣି। ଶୋରେ ଏହି ଭଉଣୀଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ ଶୋରୁ ବାହାରିବା ପରେ ଉଭୟଙ୍କ ଗ୍ଲାମରସ ଲୁକ୍‌ ଚର୍ଚ୍ଚାରେ ରହି ଆସିଛି।

View this post on Instagram

A quick recap of my unforgettable journey of Bigg Boss 12 and yes it has many more memories which I will share with you guys shortly ?

A post shared by SOMI KHAN (@somikhan_ks) on

Related story