ହିନାଙ୍କୁ ପଛରେ ପକାଇ ବିଗବସ୍‌ର ଜିତିଲେ ଶିଳ୍ପା

ମୁମ୍ବାଇ: ୧୫୦ ଦିନର ଅପେକ୍ଷା ପରେ ବିଗ୍‌ବସ୍‌-୧୧କୁ ମିଳିଯାଇଛି ତାର ୱିନର୍। ‘ଅଙ୍ଗୁରୀ ଭାବି’ ନାଁରେ ପ୍ରକ୍ଷାତ ଶିଳ୍ପା ସିନ୍ଦେ ପିନ୍ଧିଛନ୍ତି ବିଜୟ ମୁକୁଟ। ଗତକାଲି ସନ୍ଧାରେ ଗ୍ରାଣ୍ଡଫାଇନାଲ୍‌ରେ ପୁନିଷ ଶର୍ମା, ବିକାଶ ଗୁପ୍ତା, ହିନା ଖାନ୍, ଶିଳ୍ପା ସିନ୍ଦେ ଏହି ୪ଜଣ ପ୍ରତିଯୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ପୁନିଷ ଶର୍ମା ଘରୁ ବାହାରିଥିଲେ। ତା’ପରେ ବାହାରିଥିଲେ ବିକାଶ ଗୁପ୍ତା। ଏହା ପରେ ହୋଇଥିଲା ଶିଳ୍ପା ଓ ହିନା ମଧ୍ୟରେ କଡ଼ା ଟକ୍କର। ଆରମ୍ଭ ହୋଇଥିଲା […]

bigboss

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 12:14 PM IST

ମୁମ୍ବାଇ: ୧୫୦ ଦିନର ଅପେକ୍ଷା ପରେ ବିଗ୍‌ବସ୍‌-୧୧କୁ ମିଳିଯାଇଛି ତାର ୱିନର୍। ‘ଅଙ୍ଗୁରୀ ଭାବି’ ନାଁରେ ପ୍ରକ୍ଷାତ ଶିଳ୍ପା ସିନ୍ଦେ ପିନ୍ଧିଛନ୍ତି ବିଜୟ ମୁକୁଟ। ଗତକାଲି ସନ୍ଧାରେ ଗ୍ରାଣ୍ଡଫାଇନାଲ୍‌ରେ ପୁନିଷ ଶର୍ମା, ବିକାଶ ଗୁପ୍ତା, ହିନା ଖାନ୍, ଶିଳ୍ପା ସିନ୍ଦେ ଏହି ୪ଜଣ ପ୍ରତିଯୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ପୁନିଷ ଶର୍ମା ଘରୁ ବାହାରିଥିଲେ। ତା’ପରେ ବାହାରିଥିଲେ ବିକାଶ ଗୁପ୍ତା।

ଏହା ପରେ ହୋଇଥିଲା ଶିଳ୍ପା ଓ ହିନା ମଧ୍ୟରେ କଡ଼ା ଟକ୍କର। ଆରମ୍ଭ ହୋଇଥିଲା ଲାଇଭ ଭୋଟିଂ। ଶୋ’ର ସୂତ୍ରଧାର ସଲମାନ୍ ଖୁବ ନିଆରା ଢ଼ଙ୍ଗରେ ବିଜେତାର ନାଁ ଘୋଷଣା କରିଥିଲେ। ମାତ୍ର କେଇଟି ଭୋଟ୍ ଅଧିକା ପାଇ ଶେଷରେ ଶିଳ୍ପା ସିନ୍ଦେ ହୋଇଥିଲେ ବିଗ୍‌ବସ୍‌-୧୧ର ୱିନର୍। ଶିଳ୍ପାଙ୍କୁ ବିଗ୍‌ବସ୍‌ ୱିନର୍ ଟ୍ରଫି ସହ ୪୪ଲକ୍ଷ ଟଙ୍କା ପୁରାସ୍କାର ରାଶି ମିଳିଥିଲା।

ଶିଳ୍ପା ୧୯୯୯ ମସିହାରେ ଘରୋଇ ଚ୍ୟାନେଲ ଷ୍ଟାରପ୍ଲସ୍‌ରେ ପ୍ରସାରିତ ଶୋ’ ‘ଭାବି’ରୁ ଟେଲିଭିଜନ ଦୁନିଆରେ ଡେବ୍ୟୁ କରିଥିଲେ। ଏହି ସିରିଏଲ୍‌ରେ ସେ ଏକ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିଲେ। ପରେ ‘ଆଣ୍ଡ ଟିଭି’ରେ ପ୍ରସାରିତ ଶୋ’ ‘ଭାବିଜି ଘର ପର ହୈ’ରେ ‘ଅଙ୍ଗୁରୀ ଭାବି’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ତାଙ୍କ ଡାଇଲଗ୍ ‘ସହି ପକଡ଼େ ହେଁ’ ପାଇଁ ସେ ବେଶ୍ ପରିଚିତ। ଦୀର୍ଘ ୧୫୦ ଦିନର ଅପେକ୍ଷା ପରେ ଶେଷରେ ଦର୍ଶକ ଅଙ୍ଗୁରୀ ଭାବିଙ୍କୁ ହିଁ ବଜେତା ବନାଇଥିଲେ।

Related story