ସପ୍‌ନାଙ୍କ ସ୍ୱପ୍ନ ପୂରଣ କରିବେ କି ଇମ୍ରାନ୍‌ ?

ମୁମ୍ୱାଇ: ସେଲେବ୍ରିଟି ହେୟାର୍‌ ଷ୍ଟାଇଲିଷ୍ଟ୍‌ ଓ ବିଗ୍‌ବସ୍‌-୬ର ପ୍ରତିଯୋଗୀ ସପ୍‌ନା ଭବନାନୀଙ୍କର ଏକ ଟ୍ୱିଟ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ଟ୍ୱିଟ୍ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଉଦ୍ଦେଶ୍ୟରେ କରିଛନ୍ତି ଓ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଅନୁରୋଧ କରିଛନ୍ତି। ସପ୍‌ନା ଟ୍ୱିଟ୍‌ରରେ ଲେଖିଛନ୍ତି, ‘ଇମ୍ରାନ୍‌ ଖାନ୍‌ ସାର୍‌, ମୁଁ ଭାରତର ଜଣେ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍‌। ମୁଁ ସିନ୍ଧ୍‌କୁ ନେଇ ‘ସିନ୍ଧୁସ୍ଥାନ’ ନାମକ ଏକ ଡକ୍ୟୁମେଣ୍ଟାରୀ ତିଆରି କରିଛି। ସିନ୍ଧ୍‌ ଯିବା ପାଇଁ ମୁଁ […]

sapna

Puspanjali Panda
  • Published: Thursday, 25 July 2019
  • , Updated: 25 July 2019, 01:03 PM IST

ମୁମ୍ୱାଇ: ସେଲେବ୍ରିଟି ହେୟାର୍‌ ଷ୍ଟାଇଲିଷ୍ଟ୍‌ ଓ ବିଗ୍‌ବସ୍‌-୬ର ପ୍ରତିଯୋଗୀ ସପ୍‌ନା ଭବନାନୀଙ୍କର ଏକ ଟ୍ୱିଟ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ଟ୍ୱିଟ୍ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଉଦ୍ଦେଶ୍ୟରେ କରିଛନ୍ତି ଓ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଅନୁରୋଧ କରିଛନ୍ତି।

ସପ୍‌ନା ଟ୍ୱିଟ୍‌ରରେ ଲେଖିଛନ୍ତି, ‘ଇମ୍ରାନ୍‌ ଖାନ୍‌ ସାର୍‌, ମୁଁ ଭାରତର ଜଣେ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍‌। ମୁଁ ସିନ୍ଧ୍‌କୁ ନେଇ ‘ସିନ୍ଧୁସ୍ଥାନ’ ନାମକ ଏକ ଡକ୍ୟୁମେଣ୍ଟାରୀ ତିଆରି କରିଛି। ସିନ୍ଧ୍‌ ଯିବା ପାଇଁ ମୁଁ ଦୁଇ ଥର ଭିସା ପାଇଁ ଆବେଦନ କରିଥିଲି। କିନ୍ତୁ ମୋତେ ଭିସା ମିଳୁନି। କିନ୍ତୁ ମୁଁ ଶୁଣିଛି ଯେ ଆପଣ ସମସ୍ତଙ୍କଠାରୁ ଅଲଗା ଓ ଶାନ୍ତି ଚାହାଁନ୍ତି... ଆମେ ବି ଏହା ଚାହୁଁ। ଦୟାକରି ମୋତେ ଓ ମୋ ଫିଲ୍ମକୁ ପାକିସ୍ତାନକୁ ନିମନ୍ତ୍ରଣ କରନ୍ତୁ। ଏହା ମୋର ସ୍ୱପ୍ନ।’

https://twitter.com/sapnabhavnani/status/1153612213602721792

ସପ୍‌ନାଙ୍କର ଏହି ଟ୍ୱିଟ୍‌କୁ ନେଇ ୟୁଜର୍ସ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ପ୍ରାୟ ସମସ୍ତେ ସପ୍‌ନାଙ୍କ ସ୍ୱପ୍ନ ପୂରଣ କରିବାକୁ ଇମ୍ରାନ୍ ଖାନ୍‌ଙ୍କୁ ଅନୁରୋଧ କରୁଛନ୍ତି। କରାଚିତରେ ‘ସିନ୍ଧୁସ୍ଥାନ’ର ସ୍କ୍ରିନିଂ କରିବାକୁ ସୁଯୋଗ ଦେବାକୁ ଅନେକ ଟ୍ୱିଟର୍ ବ୍ୟବହାରକାରୀ ଇମ୍ରାନ୍‌ଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସିନ୍ଧୁସ୍ଥାନରେ ଟାଟୁ ମାଧ୍ୟମରେ ଇତିହାସରେ ହୋଇଥିବା ସଂସ୍କୃତିର ସବୁଠୁ ବଡ଼ ମାଇଗ୍ରେସନ୍ କାହାଣୀକୁ ଏହି ଡକ୍ୟୁମେଣ୍ଟାରୀରେ ଦେଖାଇବାକୁ ପ୍ରୟାସ କରିଛନ୍ତି ସପ୍‌ନା।

ସପ୍‌ନା ଭବନାନୀ ‘ବିଗ୍‌ ବସ୍‌ ୬’ରେ ଭାଗ ନେଇଥିଲେ। ଶୋ’ରେ ସଲମାନ୍‌ ଖାନ୍‌ଙ୍କ ସହିତ ସେ ପାଟିତୁଣ୍ଡ କରି ଚର୍ଚ୍ଚାକୁ ଆସିଥିଲେ।

Related story