କ’ଣ କହୁଛି ବିପାଶାଙ୍କ ଏହି ଫଟୋ?

ମୁମ୍ବାଇ: ବ୍ଲାକ୍‌ ବିଉଟି ବିପାଶା, ଏବେ ନିଜ ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ବେଶି ଚର୍ଚ୍ଚାରେ ଅଛନ୍ତି। ସଦ୍ୟ ଖବର ଅନୁଯାୟୀ ସେ ଗର୍ଭବତୀ ଅଛନ୍ତି। ନିକଟରେ ତାଙ୍କର ଏକ ବ୍ଲୁ କଲର ଡ୍ରେସ୍‌ ପିନ୍ଧା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସେଥିରେ ସେ ପ୍ରେଗ୍‌ନେଣ୍ଟ ଥିବାପରି ଜଣା ପଡୁଛି। ଏହା ସତ କି ମିଛ ସ୍ପଷ୍ଟ ହୋଇନି। କିଛିଦିନ ପୂର୍ବରୁ  ବିପାସାଙ୍କୁ ସ୍ଵାମୀ କରଣ ସିଂହ ଗ୍ରୋଭରଙ୍କ ସହ ମୁମ୍ବାଇର ହିନ୍ଦୁଜା […]

bipasa

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 10:30 PM IST

ମୁମ୍ବାଇ: ବ୍ଲାକ୍‌ ବିଉଟି ବିପାଶା, ଏବେ ନିଜ ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ବେଶି ଚର୍ଚ୍ଚାରେ ଅଛନ୍ତି। ସଦ୍ୟ ଖବର ଅନୁଯାୟୀ ସେ ଗର୍ଭବତୀ ଅଛନ୍ତି। ନିକଟରେ ତାଙ୍କର ଏକ ବ୍ଲୁ କଲର ଡ୍ରେସ୍‌ ପିନ୍ଧା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସେଥିରେ ସେ ପ୍ରେଗ୍‌ନେଣ୍ଟ ଥିବାପରି ଜଣା ପଡୁଛି। ଏହା ସତ କି ମିଛ ସ୍ପଷ୍ଟ ହୋଇନି।

କିଛିଦିନ ପୂର୍ବରୁ  ବିପାସାଙ୍କୁ ସ୍ଵାମୀ କରଣ ସିଂହ ଗ୍ରୋଭରଙ୍କ ସହ ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲ ବାହାରେ ଦେଖିବାକୁ ମିଳିଥିଲା। ତେବେ ଏକ ଇଣ୍ଟରଭ୍ୟୁରେ ବିପାସାଙ୍କୁ ଏହି ବିଷୟରେ ପଚାରାଯିବାରୁ ସେ ଖଣ୍ଡନ କରିଥିଲେ। ସେ କହିଥିରଲେ ‘ମୁଁ ପ୍ରେଗ୍‌ନାଣ୍ଟ ନାହିଁ ଏମିତି ମିଛ ଗୁଜବ ପ୍ରଚାର କରିବା ବନ୍ଦ କରନ୍ତୁ।’

କୁହାଯାଏ ପ୍ରଥମରୁ କରଣଙ୍କ ମା’ ଦୀପା ସିଂହ ବିପାସାଙ୍କୁ ପସନ୍ଦ କରୁ ନ ଥିଲେ। କରଣଙ୍କୁ ପୂର୍ବରୁ ବିପାସାଙ୍କ ଅଫେଆର ଡିନୋ ମାରିଆ, ଜନ୍‌ ଆବ୍ରାହମ ଓ ହରମନ୍‌ ବାବେଜାଙ୍କ ସହ ଥିଲା। ସେଥିପାଇଁ କରଣଙ୍କ ମା’ ଏ ବିବାହ ପାଇଁ ରାଜି ହୋଇ ନ ଥିଲେ। କିନ୍ତୁ ପରେ ରାଜି ହୋଇଥିଲେ। କରଣ ମଧ୍ୟ ବିପାସାଙ୍କ ପୂର୍ବରୁ ଦୁଇ ଦୁଇ ଥର ବିବାହ କରିଥିଲେ। ପ୍ରଥମେ ଶ୍ରଦ୍ଧା ନିଗମ ଓ ପରେ ଜେନିଫର ୱିଙ୍ଗେଟ୍‌ଙ୍କୁ।

Related story