ହଟ୍‌କେ କିସ୍‌ ସିନ୍‌ କରି ରାତାରାତି ଚର୍ଚ୍ଚିତ ହୋଇଥିଲେ ନନ୍ଦିତା ଦାସ

ମୁମ୍ୱାଇ: ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସଙ୍କ ଆଜି ଜନ୍ମଦିନ । ୪୮ ବର୍ଷରେ  ପାଦ ଥାପିଥିବା ନନ୍ଦିତା ଏକ କିସ୍‌ ସିନ୍‌ ପାଇଁ ରାତାରାତି ଚର୍ଚ୍ଚିତ ହୋଇଥିଲେ। ତେବେ କିଏ ସେହି ଅଭିନେତା ଯାହାଙ୍କ ସହ ନନ୍ଦିତାଙ୍କ କିସ୍‌ ସିନ୍‌ ଖୁବ ହଟକେ ଥିଲା। ଆସନ୍ତୁ ସେ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣିବା। ଏମିତି ଦେଖିବାକୁ ଗଲେ ବଲିଉଡରେ ନନ୍ଦିତାଙ୍କ ଅଭିନୀତ ଫିଲ୍ମ ଖୁବ୍‌ ନଗଣ୍ୟ ତଥାପି ସେତିକିରେ  ତାଙ୍କର ଅଧିକ […]

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 04:05 PM IST

ମୁମ୍ୱାଇ: ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସଙ୍କ ଆଜି ଜନ୍ମଦିନ । ୪୮ ବର୍ଷରେ  ପାଦ ଥାପିଥିବା ନନ୍ଦିତା ଏକ କିସ୍‌ ସିନ୍‌ ପାଇଁ ରାତାରାତି ଚର୍ଚ୍ଚିତ ହୋଇଥିଲେ। ତେବେ କିଏ ସେହି ଅଭିନେତା ଯାହାଙ୍କ ସହ ନନ୍ଦିତାଙ୍କ କିସ୍‌ ସିନ୍‌ ଖୁବ ହଟକେ ଥିଲା। ଆସନ୍ତୁ ସେ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣିବା। ଏମିତି ଦେଖିବାକୁ ଗଲେ ବଲିଉଡରେ ନନ୍ଦିତାଙ୍କ ଅଭିନୀତ ଫିଲ୍ମ ଖୁବ୍‌ ନଗଣ୍ୟ ତଥାପି ସେତିକିରେ  ତାଙ୍କର ଅଧିକ ବିବାଦୀୟ ଭୂମିକା ରହିଛି ।

କମ୍‌ ସିନେମା କରି ନିଜର ଦମ୍‌ଦାର ଅଭିନୟର କଳା ଦେଖାଇଥିବା  ନନ୍ଦିତାଙ୍କ ସବୁ ସିନେମା  ଅର୍ଥପୂର୍ଣ୍ଣ। ବିଭାଜନ ଉପରେ ଆଧାରିତ ହୋଇଥିବା ‘୧୯୪୭’ ହେଉ ଅବା ସମଲିଙ୍ଗୀ ଉପରେ ହୋଇଥିବା  ଫିଲ୍ମ ‘ଫାୟାର’ ଅନେକ ଚର୍ଚ୍ଚିତ ଫିଲ୍ମରେ ନନ୍ଦିତା ଅଭିନୟ କରିସାରିଛନ୍ତି। ଫାୟାର ଚଳଚ୍ଚିତ୍ରରେ ଏକ ଚୁମ୍ୱନ ଦୃଶ୍ୟ କରି ରାତାରାତି  ଚର୍ଚ୍ଚାର କାରଣ ପାଲଟି ଥିଲେ ନନ୍ଦିତା।

ଏହି ଫିଲ୍ମରେ ସବାନା ଆଜ୍‌ମିଙ୍କ ସହ ସେ ଲିପ୍‌-ଲକ୍‌ ସିନ୍‌ କରିଥିଲେ।  ଯାହା ଖୁବ୍‌ ଆଲୋଚନାର କାରଣ ପାଲଟିଥିଲା। ଏହା ଛଡା ଆମିର ଖାନଙ୍କ ଫିଲ୍ମ "ଅର୍ଥ ୧୯୪୭"ରେ ନନ୍ଦିତା ବୋଲ୍ଡ ଓ ହଟ୍‌ ସିନ୍‌ ଦେଇଛନ୍ତି। ଅଭିନୟ ଛଡା ନନ୍ଦିତା ଛୋଟ ଛୋଟ ସିନେମା ଷ୍ଟୋରୀ ଲେଖିବା ସହ ନିର୍ଦ୍ଦେଶନା ଦେଇସାରିଛନ୍ତି। ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଫିଲ୍ମ ‘ଫିରାକ’ରେ ନିର୍ଦ୍ଦେଶନା ନନ୍ଦିତା ଦାସ ଦେଇଥିଲେ। ନନ୍ଦିତା  କିଛି ହଲିଉଡ ସିନେମା ମଧ୍ୟ କରିଛନ୍ତି ।

Related story