ଆଜି ଏଇ ହୋଟେଲରେ ହେବ ‘ବିରୁଷ୍କା’ଙ୍କ ଦ୍ଵିତୀୟ ଭୋଜି: ଦେଖନ୍ତୁ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହ ପରେ ଆଜି ହେଉଛି ତାଙ୍କର ଦ୍ଵିତୀୟ ରିସେପସନ୍‌ ପାର୍ଟି। ପ୍ରଥମ ରିସେପସନ୍‌ ପାର୍ଟି ଡିସେମ୍ବର ୨୧ ତାରିଖରେ ଦିଲ୍ଲୀରେ ସରିଯାଇଛି। ଆଜି ପୁଣି ମୁମ୍ବାଇରେ ତାଙ୍କର  ଆଉ ଏକ ରିସେପ୍‌ସନ୍‌ ପାର୍ଟି ହେବ। ସେଠାକୁ ଖେଳ, ରାଜନିତୀ, ବ୍ୟବସାୟୀ ଓ ଫିଲ୍ମ ଦୁନିଆର ଅନେକ ହସ୍ତୀଙ୍କୁ ଦେଖିବାକୁ ମିଳିବ। ଏହି ରିସେପସନ୍‌ ପାର୍ଟି ମୁମ୍ବାଇରେ ଲୋଅର ପାରେଲ ସ୍ଥିତ ହୋଟେଲ St Regisରେ ଅନୁଷ୍ଠିତ […]

Biruska image

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 03:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହ ପରେ ଆଜି ହେଉଛି ତାଙ୍କର ଦ୍ଵିତୀୟ ରିସେପସନ୍‌ ପାର୍ଟି। ପ୍ରଥମ ରିସେପସନ୍‌ ପାର୍ଟି ଡିସେମ୍ବର ୨୧ ତାରିଖରେ ଦିଲ୍ଲୀରେ ସରିଯାଇଛି। ଆଜି ପୁଣି ମୁମ୍ବାଇରେ ତାଙ୍କର  ଆଉ ଏକ ରିସେପ୍‌ସନ୍‌ ପାର୍ଟି ହେବ। ସେଠାକୁ ଖେଳ, ରାଜନିତୀ, ବ୍ୟବସାୟୀ ଓ ଫିଲ୍ମ ଦୁନିଆର ଅନେକ ହସ୍ତୀଙ୍କୁ ଦେଖିବାକୁ ମିଳିବ। ଏହି ରିସେପସନ୍‌ ପାର୍ଟି ମୁମ୍ବାଇରେ ଲୋଅର ପାରେଲ ସ୍ଥିତ ହୋଟେଲ St Regisରେ ଅନୁଷ୍ଠିତ ହେବ। ଆଜି ରାତି ୮ ଘଟିକା ସମୟରେ ରିସେପ୍‌ସନ୍‌ ଆରମ୍ଭ ହେବ। ତେବେ ଚାଲନ୍ତୁ ଦେଖିବା ଏହି ସାନ୍‌ଦାର ହୋଟେଲର କିଛି ଝଲକ୍‌।

Related story