ଭଣ୍ଡାଇ ଦେଲେ ସରକାର ! ଖଣ୍ଡଗିରିରେ ହେବନି ଯାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଏଥର ଜଳିବନି ଝିଲ୍‌ମିଲ୍‌ ଆଲୁଅ। ଶୁଭିବନି ଗୁରୁ ଗମ୍ଭୀର ଡାଇଲଗ୍‌। ନିଶାଧ ରାତିରେ ଆଉ ଦେଖିବାକୁ ମିଳିବନି ମୁକ୍ତାକାଶ ମଞ୍ଚରେ ନାୟକ ଓ ନାୟିକାଙ୍କ ରୋମାନ୍ସ। ଯାତ୍ରା ହେବ ନା ହେବନି, ଏମିତି ହଁ ନା ଭିତରେ ଚାଲିଥିବା ଆଲୋଚନାରେ ଆଜି ପଡ଼ିଛି ଯବନୀକା। ଯାତ୍ରା ଓ ମେଳା ଆୟୋଜନକୁ ନା କହିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କେବଳ ବିଧି ରଖିବା ପାଇଁ ପୂଜା କରାଯିବ। ଯାହାଫଳରେ କଳାକାର, […]

jatra

Manoranjan Sial
  • Published: Tuesday, 09 February 2021
  • , Updated: 09 February 2021, 07:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଏଥର ଜଳିବନି ଝିଲ୍‌ମିଲ୍‌ ଆଲୁଅ। ଶୁଭିବନି ଗୁରୁ ଗମ୍ଭୀର ଡାଇଲଗ୍‌। ନିଶାଧ ରାତିରେ ଆଉ ଦେଖିବାକୁ ମିଳିବନି ମୁକ୍ତାକାଶ ମଞ୍ଚରେ ନାୟକ ଓ ନାୟିକାଙ୍କ ରୋମାନ୍ସ। ଯାତ୍ରା ହେବ ନା ହେବନି, ଏମିତି ହଁ ନା ଭିତରେ ଚାଲିଥିବା ଆଲୋଚନାରେ ଆଜି ପଡ଼ିଛି ଯବନୀକା। ଯାତ୍ରା ଓ ମେଳା ଆୟୋଜନକୁ ନା କହିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କେବଳ ବିଧି ରଖିବା ପାଇଁ ପୂଜା କରାଯିବ। ଯାହାଫଳରେ କଳାକାର, ଯାତ୍ରା ପାର୍ଟି ମାଲିକ ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ୧୫ ଦିନ ଧରି ୧୦ରୁ ଅଧିକ ଯାତ୍ରା ପାର୍ଟି ନାଟକ ପରିବେଷଣ କରିଥାନ୍ତି। ପ୍ରତିଦିନ ୫୦,୦୦୦ରୁ ଅଧିକ ଲୋକ ବିଭିନ୍ନ ମଞ୍ଚରେ ଯାତ୍ରା ଦେଖିଥାଆନ୍ତି। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ମେଳା ଓ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଲାଗିଥିଲା। ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡଗିରି ମେଳା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଥିଲେ। ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ସେହି ସ୍ଥାନରେ କୋଭିଡ୍‌ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଯାତ୍ରା ହେଉଥିବା ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୋଭିଡ୍‌ କଟକଣା ପାଳନ କରିବା ମଧ୍ୟ ସମ୍ଭବ ହୋଇନପାରେ। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ୍‌ ପୃଥକ୍‌ ଭାବେ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ମଧ୍ୟ ସହମତି ମିଳି ପାରିଲା ନାହିଁ। ଆଜି ଯାତ୍ରା ପରିବେଷଣ କରିବାକୁ ମନା କଲା ବିଏମ୍‌ସି।

ପୂର୍ବରୁ କମିଶନର କହିଥିଲେ ୫୦% ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇପାରିବ। ହେଲେ ଏଥିରେ ଯାତ୍ରା ପାର୍ଟି ମାଲିକମାନେ ରାଜି ହୋଇନଥିଲେ। ସେମାନେ ପଚାରିଥିଲେ ୫୦%ରେ କେତେ ଦର୍ଶକ ଯାତ୍ରା ଦେଖିପାରିବେ।

Related story