ରିୟାଙ୍କ ସହିତ ରହିବା ପାଇଁ ଘର ଛାଡ଼ିଲେ ସୁଶାନ୍ତ !

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀ ପ୍ରାୟ ସମସ୍ତେ ଜାଣିଛନ୍ତି। ଦୁହେଁ ଦୀର୍ଘ ଦିନ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି। ମଝିରେ ଖବର ଆସିଥିଲା ଯେ ସୁଶାନ୍ତ ବାହା ହେବାକୁ ତରତର ହେଉଛନ୍ତି। ହେଲେ ରିୟା ଧରାଛୁଆଁ ଦେଉ ନାହାନ୍ତି। ଏତେ ଶୀଘ୍ର ବାହା ହେବାକୁ ଚାହୁଁ ନାହାନ୍ତି ରିୟା। ସେ ସେମାନଙ୍କ ସଂପର୍କକୁ ଆହୁରି ମଜବୁତ୍ କରିବାକୁ ଚାହୁଁଛନ୍ତି। ତା’ସହିତ ସେମାନେ ପରସ୍ପରକୁ ଆହୁରି ଭଲ ଭାବେ ବୁଝିବା […]

Rhea

Jitendra Garnayak
  • Published: Wednesday, 13 November 2019
  • , Updated: 13 November 2019, 02:22 PM IST

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀ ପ୍ରାୟ ସମସ୍ତେ ଜାଣିଛନ୍ତି। ଦୁହେଁ ଦୀର୍ଘ ଦିନ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି। ମଝିରେ ଖବର ଆସିଥିଲା ଯେ ସୁଶାନ୍ତ ବାହା ହେବାକୁ ତରତର ହେଉଛନ୍ତି। ହେଲେ ରିୟା ଧରାଛୁଆଁ ଦେଉ ନାହାନ୍ତି। ଏତେ ଶୀଘ୍ର ବାହା ହେବାକୁ ଚାହୁଁ ନାହାନ୍ତି ରିୟା। ସେ ସେମାନଙ୍କ ସଂପର୍କକୁ ଆହୁରି ମଜବୁତ୍ କରିବାକୁ ଚାହୁଁଛନ୍ତି। ତା’ସହିତ ସେମାନେ ପରସ୍ପରକୁ ଆହୁରି ଭଲ ଭାବେ ବୁଝିବା ଉଚିତ୍ ବୋଲି ସେ ସୁଶାନ୍ତଙ୍କୁ କହିଥିଲେ ବୋଲି ଖବର ଆସିଥିଲା। ତେବେ ୟା ଭିତରେ ଆଉ ଏକ ଖବର ଆସିଛି।

ଖବରଟି ହେଉଛି, ସୁଶାନ୍ତ ଓ ରିୟା ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସୁଶାନ୍ତ ତାଙ୍କ ଘର ବି ଛାଡ଼ି ଦେଇଛନ୍ତି। ସେ ବାନ୍ଦ୍ରାରେ ରହୁଥିବା ରିୟାଙ୍କ ଘରକୁ ଶିଫ୍ଟ ହୋଇଯାଇଛନ୍ତି। ତେବେ ସତରେ ସେମାନେ ଲିଭ୍ ଇନ୍‌ରେ ରହିବେ ନା ସାୟମିକ ସମୟ ପାଇଁ ସୁଶାନ୍ତ ସେଠାକୁ ଚାଲି ଆସିଛନ୍ତି, ତାହା ଜଣାପଡ଼ିନି। କାରଣ ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ନିଜ ଘରେ ଆଉ ରହିବାକୁ ଭଲ ପାଉ ନଥିଲେ। ତାଙ୍କ ଘରେ ପ୍ରାୟ ସମୟରେ ପାର୍ଟି ହେଉଥିଲା। ଏଣୁ ସେହି ବିଲ୍ଡିଂରେ ରହୁଥିବା ଅନ୍ୟ ଲୋକମାନେ ତାଙ୍କ ଉପରେ ବିରକ୍ତ ହୋଇଯାଇଥିଲେ। ଏପରିକି ବେଳେବେଳେ ସେମାନେ ସୁଶାନ୍ତଙ୍କୁ ଗାଳି ବି କରୁଥିଲେ। ସେଥିପାଇଁ ସେ ସେଠାରୁ ପଳାଇ ଆସିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ପୂର୍ବରୁ ଅଙ୍କିତା ଲୋଖଣ୍ଡେଙ୍କ ସହିତ ସୁଶାନ୍ତ ରିଲେସନ୍‌ସିପ୍‌ରେ ଥିଲେ। ଦୁହେଁ ଏକାଠି ରହୁଥିଲେ ମଧ୍ୟ। ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା। ଏହା ପରେ ସୁଶାନ୍ତଙ୍କ ନାଁ ସହିତ କୃତି ସେନନଙ୍କ ନାଁ ଯୋଡ଼ା ଯାଇଥିଲା। ସେହିଭଳି କିଛି ଦିନ ସାରା ଅଲୀ ଖାନ୍‌ଙ୍କୁ ମଧ୍ୟ ତାଙ୍କ ସହିତ ଯୋଡ଼ା ଯାଇଥିଲା।

Related story