ଟ୍ରେନ୍‌ରେ ଗୀତ ଗାଇ ଅର୍ଥ ଉପାର୍ଜନ କରୁଥିଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ସାବଧାନ’ ରିଲିଜ୍ ହୋଇଛି। ଏହା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି। ଆୟୁଷ୍ମାନ ଏବେ ଷ୍ଟାର ବନି ସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଏକ ସମୟ ଥିଲା ଯେତେବେଳେ ଆୟୁଷ୍ମାନ ଅର୍ଥ ରୋଜଗାର କରିବା ପାଇଁ ଟ୍ରେନ୍‌ରେ ଗୀତ ଗାଉ ଥିଲେ? ନିକଟରେ ଏକ ସାକ୍ଷାତକାରରେ ସେ ନିଜ ସଂଘର୍ଷର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ,“କଲେଜରେ ପଢ଼ିବା ବେଳେ ମୁଁ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା […]

Rakesh Mallick
  • Published: Friday, 08 September 2017
  • , Updated: 08 September 2017, 11:16 AM IST

ମୁମ୍ବାଇ: ନିକଟରେ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ସାବଧାନ’ ରିଲିଜ୍ ହୋଇଛି। ଏହା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି।

ଆୟୁଷ୍ମାନ ଏବେ ଷ୍ଟାର ବନି ସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଏକ ସମୟ ଥିଲା ଯେତେବେଳେ ଆୟୁଷ୍ମାନ ଅର୍ଥ ରୋଜଗାର କରିବା ପାଇଁ ଟ୍ରେନ୍‌ରେ ଗୀତ ଗାଉ ଥିଲେ? ନିକଟରେ ଏକ ସାକ୍ଷାତକାରରେ ସେ ନିଜ ସଂଘର୍ଷର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ,“କଲେଜରେ ପଢ଼ିବା ବେଳେ ମୁଁ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଟ୍ରେନ୍‌ ଗୁଡ଼ିକରେ ଗୀତ ଗାଇ ଟଙ୍କା ସଂଗ୍ରହ କରୁଥିଲି। ମୁଁ ମୋ ସାଙ୍ଗମାନଙ୍କ ସହିତ ଢୋଲ ଓ ଗୀଟାର ଧରି ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ୍‌ଗୁଡ଼ିକରେ ଚଢ଼ି ଯାଉଥିଲି। ଟ୍ରେନ୍‌ରେ ସେକେଣ୍ଡ କ୍ଲାସ୍‌ ବଗିରୁ ଆରମ୍ଭ କରି ଫାଷ୍ଟ୍‌ କ୍ଲାସ୍‌ ବଗି ପର୍ଯ୍ୟନ୍ତ- ସବୁଠି ବୁଲି ବୁଲି ଗୀତ ଗାଉଥିଲି। ଲୋକେ ଗୀତ ଶୁଣିବା ପରେ ଖୁସିରେ ଟଙ୍କା ଦେଉଥିଲେ। ଏମିତି କରି ଅର୍ଥ ରୋଜଗାର ପଛରେ ମୋର ଏକ ଉଦ୍ଦେଶ୍ୟ ମଧ୍ୟ ଥିଲା। ସାଙ୍ଗମାନଙ୍କ ସହିତ ବାହାରକୁ ବୁଲି ଯିବାକୁ ମୋ ପାଖରେ ଟଙ୍କା ନଥିଲା। ତେଣୁ ଟ୍ରେନ୍‌ରେ ଗୀତ ଗାଇ ଯେଉଁ ପଇସା ପାଉଥିଲି ତାହାକୁ ଜମା କରି ଗୋଆ ବୁଲିବାକୁ ଯାଉଥିଲି।”

୨୦୧୨ରେ ‘ଭିକ୍କି ଡୋନର’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଆୟୁଷ୍ମାନ। ନିକଟରେ ରିଲିଜ୍ ହୋଇଥିବା ତାଙ୍କର ଦୁଇଟି ଫିଲ୍ମ ‘ଶୁଭ ମଙ୍ଗଳ ସାବଧାନ’ ଓ ‘ବରେଲୀ କୀ ବର୍ଫି’କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନୁହନ୍ତି, ଜଣେ ଭଲ ଗାୟକ ମଧ୍ୟ।

Related story