ଆଲିଆଙ୍କୁ ମିଳିଲା କୋଟିପତି ପ୍ରେମିକ, ଜାଣନ୍ତୁ ସେ କିଏ ?

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ କିଛି ଦିନ ହେବ ନିଜ ପ୍ରେମକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ଅଭିନେତା ସିଦ୍ଧାର୍ଥ ମହ୍ଲୋତ୍ରାଙ୍କ ସହ ଡେଟ୍‌ କରୁଥିବା ବେଳେ ତାଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ନିକଟରେ ପୁଣି ଶୁଣିବାକୁ ମିଳିଥିଲା ସେ ଅଭିନେତା ରଣବୀର କପୁଙ୍କ ସହ ଅଧିକ ମିଳା ମିସା କରୁଛନ୍ତି। ତେଣୁ ତାଙ୍କ ଭିତରେ ପ୍ରେମ ସଂପର୍କ ଥିବାର ମଧ୍ୟ ସନ୍ଦେହ କରାଯାଉଥିଲା। କିନ୍ତୁ ଏବେ ଲାଗୁଛି ସେ ସବୁ ଗୁଜବ […]

alia

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 10:55 AM IST

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ କିଛି ଦିନ ହେବ ନିଜ ପ୍ରେମକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ଅଭିନେତା ସିଦ୍ଧାର୍ଥ ମହ୍ଲୋତ୍ରାଙ୍କ ସହ ଡେଟ୍‌ କରୁଥିବା ବେଳେ ତାଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ନିକଟରେ ପୁଣି ଶୁଣିବାକୁ ମିଳିଥିଲା ସେ ଅଭିନେତା ରଣବୀର କପୁଙ୍କ ସହ ଅଧିକ ମିଳା ମିସା କରୁଛନ୍ତି। ତେଣୁ ତାଙ୍କ ଭିତରେ ପ୍ରେମ ସଂପର୍କ ଥିବାର ମଧ୍ୟ ସନ୍ଦେହ କରାଯାଉଥିଲା। କିନ୍ତୁ ଏବେ ଲାଗୁଛି ସେ ସବୁ ଗୁଜବ ଥିଲା ବୋଧେ। କାରଣ ମିଡ୍‌ ଡେ ରିପୋର୍ଟ ମୁତାବିକ୍‌ ଆଲିଆ ରଣବୀରଙ୍କୁ ନୁହେଁ ବରଂ ବ୍ୟବସାୟୀ କେୱିନ୍‌ ମିତ୍ତଲଙ୍କୁ ଡେଟ୍‌ କରୁଛନ୍ତି। କୁହାଯାଏ ଆଲିଆ ଓ କେବିନ୍‌ଙ୍କ ପ୍ରଥମ ଦେଖା ୨୦୧୭ ଅକ୍ଟୋବର ମାସରେ ୱର୍ଲ୍ଡ ଇକୋନୋମିକ୍‌ ଫୋରମ ଜରିଆରେ ହୋଇଥିଲା। ଏହା ପରଠୁ ଦୁହିଁଙ୍କ ଦେଖା ସାକ୍ଷତ ବଢିବାରେ ଲାଗିଲା ଓ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ। କେୱିନ୍‌ କୋଟିପତି ସୁନୀଲ ମିତ୍ତଲଙ୍କ ପୁଅ। ଏହା ସହ ସୋସିଆଲ ଆପ୍‌ ହାଇକ୍‌ ଓ ମେସେଞ୍ଜରର ଫାଉଣ୍ଡର। ଏକଥା କେତେ ଦୂର ସତ ସେ କଥା କେବଳ ଆଲିଆ ହିଁ କହିବେ।  କାରଣ ତାଙ୍କ ତରଫରୁ ଏ ସବୁକୁ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ।

ଆଲିଆ ଏବେ ନିଜ ଫିଲ୍ମ ‘ଗଲିବୟ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ରଣବୀର ସିଂହ।

Related story