ଡ୍ରାଇଭରଙ୍କଠାରୁ ଟଙ୍କା ଧାର୍ ନେଲେ ଜାହ୍ନବୀ

ମୁମ୍ବାଇ: ଜାହ୍ନବୀ ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ ଆହୁରି ଶାଣିତ କରି ମା’ ଶ୍ରୀଦେବୀଙ୍କ ଭଳି ଏ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ତାଙ୍କ ପାଖରେ ଢେର୍‌ ସୁଯୋଗ ରହିଛି। ତେବେ ନିଜର ସ୍ୱଭାବ ଯୋଗୁ ସେ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି […]

janvi

janvi

Jitendra Garnayak
  • Published: Wednesday, 14 August 2019
  • Updated: 14 August 2019, 02:33 PM IST

ମୁମ୍ବାଇ: ଜାହ୍ନବୀ ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ ଆହୁରି ଶାଣିତ କରି ମା’ ଶ୍ରୀଦେବୀଙ୍କ ଭଳି ଏ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ତାଙ୍କ ପାଖରେ ଢେର୍‌ ସୁଯୋଗ ରହିଛି। ତେବେ ନିଜର ସ୍ୱଭାବ ଯୋଗୁ ସେ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି। ସର୍ବଦା ହସ ହସ ଦେଖାଯାଉଥିବା ଜାହ୍ନବୀ ଗର୍ବୀ ବା ଅହଙ୍କାରୀ ନୁହନ୍ତି। ସେହିଭଳି ସେ ଜଣେ ବଦାନ୍ୟ ଓ ଦରଦୀ ମଣିଷ ମଧ୍ୟ। ଗତକାଲି ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା। ଯେତେବେଳେ ରାସ୍ତାରେ ବୁଲି ବୁଲି ପତ୍ରିକା ବିକ୍ରି କରୁଥିବା ଜଣେ ବାଳକ ତାଙ୍କୁ ସାହାଯ୍ୟ ମାଗିଲା, ସେ ତାଙ୍କ ଡ୍ରାଇଭରଙ୍କଠାରୁ ଟଙ୍କାର ଧାର୍ କରି ତାକୁ ଦେଇଥିଲେ। ଆଉ ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାହ୍ନବୀ ତାଙ୍କ କାର୍ ନିକଟକୁ ଫେରୁଥିବା ବେଳେ ପତ୍ରିକା ବିକୁଥିବା ଏକ ଛୋଟ ବାଳକ ତାଙ୍କ ପଛରେ ଦୌଡ଼ି ଦୌଡ଼ି ଆସୁଛି। ସେ ତାଙ୍କୁ ପତ୍ରିକା କିଣିବାକୁ କହୁଛି। ପତ୍ରିକା ନ କିଣିଲେ କିଛି ଟିପ୍ସ ଦେବାକୁ କହୁଛି। ପଇସା ନାହିଁ କହି ସେ କାର୍‌ରେ ବସିଥିଲେ। ତେବେ କାରରେ ବସିବା ପରେ ପଛ ସିଟ୍‌ରେ ଥିବା ପର୍ସ ଆଣି ତାକୁ କିଛି ପଇସା ଦେବା ପାଇଁ ଚାହିଁଥିଲେ। କିନ୍ତୁ ତାଙ୍କ ପର୍ସରେ ପଇସା ନଥିଲା। ସେ ଡ୍ରାଇଭରଙ୍କୁ କ’ଣ କହିଲେ, ତାହା ଶୁଣା ଯାଉ ନାହିଁ। କିନ୍ତୁ ସେ ପର୍ସରେ ପଇସା ଖୋଜୁଥିବା ବେଳେ ଡ୍ରାଇଭର୍ ତାଙ୍କ ପକେଟ୍‌ରୁ ପର୍ସ କାଢ଼ି ଏକ ନୋଟ୍ ଜାହ୍ନବୀଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହା ପରେ ଜାହ୍ନବୀ ନୋଟ୍‌ଟିକୁ ଉକ୍ତ ବାଳକକୁ ବଢ଼ାଇ ଦେଇ ବାଏ ବୋଲି କହିଥିଲେ। ଜାହ୍ନବୀ ସେଠାରୁ ଯିବା ବେଳେ ପିଲାଟି ମଧ୍ୟ ତାଙ୍କୁ ‘ଧନ୍ୟବାଦ୍ ଦିଦି’ ବୋଲି କହିଥିଲା।

View this post on Instagram

#janhvikapoor genuinely out of cash but driver lends as a girl child wanted help👍 #viralbhayani @viralbhayani

A post shared by Viral Bhayani (@viralbhayani) on

ଭିଡିଓଟି ଦେଖିଲେ ଲାଗୁଛି, ଜାହ୍ନବୀ ପିଲାଟିକୁ ୫୦୦ ଟଙ୍କା ଦେଇଥିଲେ। ତେବେ ସେ ଯେତେ ଟଙ୍କା ଦିଅନ୍ତୁ ନା କାହିଁକି, ପିଲାଟିକୁ ଏଡ଼ାଇ ଯାଇ ନଥିଲେ କି ଡ୍ରାଇଭରଙ୍କଠାରୁ ଟଙ୍କା ନେବାକୁ ସଙ୍କୋଚ କରି ନଥିଲେ। ତେଣୁ ସୋଶାଲ୍ ମିଡିଆରେ ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

କିଛି ଲୋକ ଏ ଭିଡିଓ ଦେଖି ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି। ସେମାନେ ଲେଖିଛନ୍ତି, ଏହା ଶ୍ରୀଦେବୀଙ୍କର ସଂସ୍କାର। ସେ ବି ଗରିବମାନଙ୍କୁ ସାହାଯ୍ୟ କରୁଥିଲେ।

ସୂଚନାଯୋଗ୍ୟ, ଏବେ ଜାହ୍ନବୀଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରେ ରହିଛି- ‘ତଖ୍‌ତ’, ‘ଦୋସ୍ତାନା-୨’ ଓ ‘ରୁହି-ଅଫ୍‌ଜା’। ସେହିଭଳି ଭାରତୀୟ ବାୟୁସେନା ପାଇଲଟ୍‌ ଲେଫ୍‌ଟନାଣ୍ଟ୍‌ ଗୁଞ୍ଚନ ସକ୍‌ସେନାଙ୍କ ଜୀବନୀ ଉପରେ ତିଆରି ହେଉଥିବା ଫିଲ୍ମରେ ବି ସେ ଅଭିନୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story