ବଲିଉଡର ଅଣ୍ଡର ଗ୍ରାଜୁଏଟ ନାୟିକା

ମୁମ୍ବାଇ: ପରଦାରେ ନିଜ ଅଭିନୟର ଯାଦୁ ଦେଖାଇ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି ଆମ ବଲିଉଡର ନାୟିକାମାନେ। ଭିନ୍ନ ଭିନ୍ନ ଚରିତ୍ରରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। କେଉଁଠି ପୋଲିସ୍‌ ତ ଆଉ କେଉଁଠି ଓକିଲ। କେଉଁଠି ମନ୍ତ୍ରୀ ତ କେଉଁଠି ବିଜନେସ୍‌ମ୍ୟାନ୍‌। ଏହାସହ କଲେଜ ପଢୁଆ ଝିଅ ତ ପରିବାରର ଆଜ୍ଞାକାରୀ ଭୂମିକା। ସବୁଠି ଦେଖିବାକୁ ମିଳିଥାଏ ଏମାନଙ୍କ ଯାଦୁ। ବହୁ ଅଭିନେତ୍ରୀ ହାଏ ଏଜୁକେଟେଡ। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ […]

DEEPIKA,KAREENA,PRIYANKA

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 10:33 PM IST

ମୁମ୍ବାଇ: ପରଦାରେ ନିଜ ଅଭିନୟର ଯାଦୁ ଦେଖାଇ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି ଆମ ବଲିଉଡର ନାୟିକାମାନେ। ଭିନ୍ନ ଭିନ୍ନ ଚରିତ୍ରରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। କେଉଁଠି ପୋଲିସ୍‌ ତ ଆଉ କେଉଁଠି ଓକିଲ। କେଉଁଠି ମନ୍ତ୍ରୀ ତ କେଉଁଠି ବିଜନେସ୍‌ମ୍ୟାନ୍‌। ଏହାସହ କଲେଜ ପଢୁଆ ଝିଅ ତ ପରିବାରର ଆଜ୍ଞାକାରୀ ଭୂମିକା। ସବୁଠି ଦେଖିବାକୁ ମିଳିଥାଏ ଏମାନଙ୍କ ଯାଦୁ। ବହୁ ଅଭିନେତ୍ରୀ ହାଏ ଏଜୁକେଟେଡ। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଣ୍ଡର ଗ୍ରାଜୁଏଟ, ହେଲେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଅଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ, ଯେଉଁମାନେ ଗ୍ରାଜୁଏସ୍‌ନ ପାର ହୋଇନାହାନ୍ତି।

କରିନା କାପୁର: ବଲିଉଡରେ ସବୁଠାରୁ ଅଧିକ ଆୟ କରୁଥିବା ନାୟିକାଙ୍କ ମଧ୍ୟରେ କରିନା ହେଉଛନ୍ତି ଜଣେ। ବାଣିଜ୍ୟରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢିବା ପରେ ମାତ୍ର ୨୦ ବର୍ଷ ବୟସେର ଫିଲ୍ମ ଦୁନିଆରେ ପାଦ ରଖିଥିଲେ କରିନା। ପରେ ଲ’ ପଢା ଆରମ୍ଭ କରିଥିଲେ। ହେଲେ ଏଥିରେ ମନ ଲାଗିଲା ନି। ପାଠପଢାରେ ଡୋରି ବାନ୍ଧି ଦେଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଣ୍ଡର ଗ୍ରାଜୁଏଟ। ଜୟ ହିନ୍ଦ କଲେଜରେ ମାତ୍ର ବର୍ଷେ ପଢିଛନ୍ତି। ଏହାପରେ ଆର୍କିଟେକଚର ପଢିବାକୁ ନାମ ଲେଖାଇଥିଲେ। ଏହି ସମୟରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ବହୁତ ଶୀଘ୍ର ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଯିବାରୁ ଅଧାରୁ ପାଠପଢା ଛାଡି ଦେଇଥିଲେ।

ଦୀପିକା ପାଦୁକୋନ: ଗ୍ରାଜୁଏସନ ପୁରା କରିପାରିନାହାଁନ୍ତି ଦୀପିକା। ବେଙ୍ଗାଲୁରୁରେ ଏକ କଲେଜରେ ପାଠ ପଢୁଥିବା ସମୟରେ ଅଧାରୁ ପାଠ ଛାଡି ଇଗନୋରେ ଏକ ସଟଟର୍ମ କୋର୍ସ କରିଥିଲେ। ହେଲେ ସେତକ ବି ପୂରା କରିପାରିଲେ ନାହିଁ। ମଡେଲିଂ ଦୁନିଆରେ ପାଦ ଦେଲେ ଓ ଏହା ପରେ ପରେ ବଡ଼ ପରଦାରେ ବନି ଗଲେ ବଡ ଷ୍ଟାର।

ପ୍ରିୟଙ୍କା ଚୋପ୍ରା: ହଲିଉଡ ଓ ବଲିଉଡରେ ଅଭିନୟ କରି ବେଶ ନା କମାଇଛନ୍ତି ପ୍ରିୟଙ୍କା। ଅଭିନୟ ଚକ୍କରରେ ଗ୍ରାଜୁଏସନ ପୂରା କରିପାରି ନାହିଁନ୍ତି ସେ। ଜଣେ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିବା ପ୍ରିୟଙ୍କା ମୁମ୍ବାଇର ଜୟ ହିନ୍ଦ କଲେଜରେ ନାମ ଲେଖାଇଥିଲେ। ମଡେଲିଂ ନିଶାରେ ସେ ଏତେ ମସଗୁଲ ଥିଲେ ଯେ, ପାଠପଢାରେ ଡୋରି ବାନ୍ଧି ଦେଇଥିଲେ।

Related story