କେତେ ବିଦ୍ୟୁତ୍‌ ବିଲ୍‌ ଦିଅନ୍ତି ବଲିଉଡ୍‌ର‘ଖାନ୍‌’ମାନେ? ଶୁଣିଲେ ଦେହରେ ଲାଗିଯିବ କରେଣ୍ଟ୍‌

ମୁମ୍ବାଇ: ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ସେଲିବ୍ରେଟିଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ଭିନ୍ନ। କୁହାଯାଏ, ପ୍ରାଚୁର୍ଯ୍ୟର ପାହାଡ଼ରେ ଜୀବନ ବିତାଇଥାନ୍ତି ଏମାନେ। ତାଙ୍କର ରହିବା, ଖାଇବା ଓ ପୋଷାକ ପିନ୍ଧିବାର ଷ୍ଟାଇଲ ସମସ୍ତଙ୍କଠାରୁ ନିଆରା। ବିଳାସପୂର୍ଣ୍ଣ ଜୀବନ ପଞ୍ଚିବା ପାଇଁ ଏମାନେ  ପାଣିପରି ଟଙ୍କା ଖର୍ଚ୍ଚ କରନ୍ତି। କିଛି ସେଲିବ୍ରେଟିଙ୍କ ବିଦ୍ୟୁତ୍‌ବିଲ୍‌ରୁ ଆପଣ ଏ ବିଷୟରେ ସ୍ପଷ୍ଟ ହୋଇଯିବେ। ଶାହାରୁଖ ଖାନ୍ ଶାହାରୁଖ ଖାନ୍‌ଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ରେ ସେ କିଙ୍ଗ୍‌ଖାନ୍‌ ଭାବେ […]

b,,,,

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 01:12 PM IST

ମୁମ୍ବାଇ: ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ସେଲିବ୍ରେଟିଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ଭିନ୍ନ। କୁହାଯାଏ, ପ୍ରାଚୁର୍ଯ୍ୟର ପାହାଡ଼ରେ ଜୀବନ ବିତାଇଥାନ୍ତି ଏମାନେ। ତାଙ୍କର ରହିବା, ଖାଇବା ଓ ପୋଷାକ ପିନ୍ଧିବାର ଷ୍ଟାଇଲ ସମସ୍ତଙ୍କଠାରୁ ନିଆରା। ବିଳାସପୂର୍ଣ୍ଣ ଜୀବନ ପଞ୍ଚିବା ପାଇଁ ଏମାନେ  ପାଣିପରି ଟଙ୍କା ଖର୍ଚ୍ଚ କରନ୍ତି। କିଛି ସେଲିବ୍ରେଟିଙ୍କ ବିଦ୍ୟୁତ୍‌ବିଲ୍‌ରୁ ଆପଣ ଏ ବିଷୟରେ ସ୍ପଷ୍ଟ ହୋଇଯିବେ।

ଶାହାରୁଖ ଖାନ୍

ଶାହାରୁଖ ଖାନ୍‌ଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ରେ ସେ କିଙ୍ଗ୍‌ଖାନ୍‌ ଭାବେ ପରିଚିତ। କିଙ୍ଗ୍‌ଭଳି ଜୀବନ ବି ବିତାନ୍ତି ସେ।  ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି ସେ । କିଙ୍ଗ୍‌ଖାନଙ୍କ ଘରର ବିଦ୍ୟୁତ୍ ବିଲ୍‌ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଙ୍ଗ୍ ଖାନ୍‌ପ୍ରତିମାସରେ ୪୩ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍ ପୈଠ କରନ୍ତି। ଏହା କେବଳ ସେ ରହୁଥିବା ବଙ୍ଗଳାର ମାସିକ ବିଦ୍ୟୁତ୍‌ ବିଲ୍‌।

ସଲମାନ୍‌ ଖାନ୍‌

ବଲିଉଡ୍‌ର ବଜରଙ୍ଗୀ ଭାଇଜାନ୍‌ସଲମାନ୍‌ଖାନ୍‌ଘର ଓ ଅଫିସରେ ମନଇଚ୍ଛା ବିଦ୍ୟୁତ୍ ବ୍ୟବହାର କରନ୍ତି। ସଲମାନ୍‌ ପ୍ରତିମାସରେ ୨୯ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପଇଠ କରନ୍ତି।

ଆମୀର ଖାନ୍‌

ମିଷ୍ଟର ଫରଫେକ୍ଟ ଆମୀର ଖାନ୍‌ଙ୍କ ପ୍ରତିମାସ ୯ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍‌ପୈଠ କରନ୍ତି। ଏହା ଛଡ଼ା ନିଜର ଅଫିସ ପାଇଁ ୧୩ ଲକ୍ଷ ବିଦ୍ୟୁତ ବିଲ୍‌ ପଇଠ କରନ୍ତି।

ସୈଫ ଅଲ୍ଲୀ ଖାନ୍

କରିନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଇଥାନ୍ତି। ସୈଫ ତାଙ୍କର ଦିଲ୍ଲୀ ଓ ମୁମ୍ବାଇରେ ଥିବା ଘର ପାଇଁ ମାସିକ ୩୦ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପଇଠ କରନ୍ତି।

ସୌଜନ୍ୟ- ୟଙ୍ଗସ୍ତାନ୍

Related story