ପ୍ରେମିକାଙ୍କୁ ଯନ୍ତ୍ରଣା ଦେଉଥିଲେ ଏହି ବଲିଉଡ୍‌ ସେଲିବ୍ରେଟି

ବଲିଉଡ୍‌ରେ ପ୍ରେମ କାହାଣୀ ଏକ ସାଧାରଣ କଥା। ଆଉ ସେଲିବ୍ରେଟୀଙ୍କ କାହାଣୀ ଅହୁରି ରୋମାଞ୍ଚକର। କେତେବେଳ କିଏ କାହା ସହ ପ୍ୟାଚ୍‌ଅପ୍‌ କରୁଛନ୍ତି ତ କେତେବେଳେ କାହାର କାହା ସହ ବ୍ରେକ୍‌ଅପ୍‌ ହେଉଛି ସେ ନେଇ ସବୁବେଳ ଚର୍ଚ୍ଚାରେ ଥାଏ ଆମ ଫିଲ୍ମ ଇଣ୍ଡଷ୍ଟ୍ରି। ତେବେ ପ୍ରେମରେ ପ୍ରତାରଣା ଆଉ ଯନ୍ତ୍ରଣାର କାହାଣୀ ବି କିଛି କମ୍‌ ନାହିଁ ଏହି ଗ୍ଲାମର ଜଗତରେ। ପ୍ରେମ କରି ପ୍ରେମିକାଙ୍କୁ ଯନ୍ତ୍ରଣା ଦେଇଥିବା କେତେକ ସେଲିବ୍ରେଟିଙ୍କ କହାଣୀକୁ ନେଇ ଆମର […]

salman-aishwarya-story_647_122315054103

Rakesh Mallick
  • Published: Friday, 03 November 2017
  • , Updated: 04 November 2017, 01:02 PM IST

ଲିଉଡ୍‌ରେ ପ୍ରେମ କାହାଣୀ ଏକ ସାଧାରଣ କଥା। ଆଉ ସେଲିବ୍ରେଟୀଙ୍କ କାହାଣୀ ଅହୁରି ରୋମାଞ୍ଚକର। କେତେବେଳ କିଏ କାହା ସହ ପ୍ୟାଚ୍‌ଅପ୍‌ କରୁଛନ୍ତି ତ କେତେବେଳେ କାହାର କାହା ସହ ବ୍ରେକ୍‌ଅପ୍‌ ହେଉଛି ସେ ନେଇ ସବୁବେଳ ଚର୍ଚ୍ଚାରେ ଥାଏ ଆମ ଫିଲ୍ମ ଇଣ୍ଡଷ୍ଟ୍ରି। ତେବେ ପ୍ରେମରେ ପ୍ରତାରଣା ଆଉ ଯନ୍ତ୍ରଣାର କାହାଣୀ ବି କିଛି କମ୍‌ ନାହିଁ ଏହି ଗ୍ଲାମର ଜଗତରେ। ପ୍ରେମ କରି ପ୍ରେମିକାଙ୍କୁ ଯନ୍ତ୍ରଣା ଦେଇଥିବା କେତେକ ସେଲିବ୍ରେଟିଙ୍କ କହାଣୀକୁ ନେଇ ଆମର ଏହି ଉପସ୍ଥାପନା।

ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟ- ଯଦି ଉଡା ଖବର ଉପରେ ବିଶ୍ୱାସ କରାଯାଏ, ତେବେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦର କାରଣ ହେଲା ସଲମାନଙ୍କ ଅସ୍ଥିର ବ୍ୟବହାର। ଶୁଣିବାକୁ ମିଳିଥିଲା କାଳେ ସେ ଐଶ୍ୱର୍ଯ୍ୟାଙ୍କୁ ଶାରିରୀକ ଭାବେ ଶୋଷଣ କରୁଥିଲେ।

ଜୀନତ ଅମାନ ଓ ସଞ୍ଜୟ ଖାନ- ସେ ସମୟରେ ହଟ୍‌ ଓ ବୋଲ୍ଡ ଅଭିନେତ୍ରୀ ଭାବେ ଜିନତ ଅମାନ ଭାରି ଲୋକପ୍ରିୟ ଥିଲେ। ତାଙ୍କୁ ଅଭିନେତା ସଞ୍ଜୟ ଖାନ ପ୍ରେମ କରୁଥିଲେ। ଏ କଥା ସେତେବେଳେ ସମସ୍ତ ଜାଣିଥିଲେ। ପରେ ପରେ ସଞ୍ଜୟ ଜିନତଙ୍କୁ ନିର୍ଯାତନା ଦେବା ଆରମ୍ଭ କରନ୍ତି। ଜିନତ ଏଭଳି ପରିସ୍ଥିତିରେ ପଡିଥିଲେ ଯେ, ତାଙ୍କ ଚେହେରାରେ କ୍ଷତ ସହ ଓଠ ରକ୍ତାକ୍ତ ହୋଇଯାଇଥିଲା ଯାହା ସେତେବେଳେ ଭାରି ଚର୍ଚ୍ଚାର ବିଷୟ ହୋଇଥିଲା।

କଙ୍ଗନା ରଣାୱତ ଓ ଆଦିତ୍ୟ ପାଞ୍ଚାଲି- ବଲିଉଡର କୁଇନ ଅଭିନେତ୍ରୀ କଙ୍ଗନା ରଣାୱତ ଆଦିତ୍ୟ ପଞ୍ଚାଲିଙ୍କୁ ଡେଟ କରୁଥିଲେ। ଆଦିତ୍ୟ କଙ୍ଗନାଙ୍କଠାରୁ ବୟସରେ ବହୁତ ବଡ ଥିଲେ, କୁହାଯାଏ ସେହି ସମୟରେ ଆଦିତ୍ୟ କଙ୍ଗନାଙ୍କୁ ମାରପିଟ୍‌ ମଧ୍ୟ କରୁଥିଲେ।

ଯୁକ୍ତାମୂଖୀ ଓ ପ୍ରିନ୍ସ ତୁଲି-  ମିସ ୱାର୍ଲ୍ଡ  ଯୁକ୍ତାମୁଖୀ ବଲିଉଡରେ ନିଜ ସ୍ଥିତି ବିସ୍ଥାର ପାଇଁ ଚେଷ୍ଟା କରିଥିଲେ ବି ତାଙ୍କ ଭାଗ୍ୟ ସାଥ୍‌ ଦେଇ ନ ଥିଲା। ଯେଉଁଥିପାଇଁ ତାଙ୍କ ସ୍ୱାମୀ ରାଜକୁମାର ତୁଲି ତାଙ୍କୁ ଖୁବ ହଇରାଣ କରୁଥିଲେ ବୋଲି ଚର୍ଚ୍ଚା ହୁଏ।

ଆହୁରି ମଧ୍ୟ ପଢନ୍ତୁ: ପତ୍ନୀଙ୍କଠାରୁ ପବ୍ଲିକ ପ୍ଲେସ୍‌ରେ ମାଡ଼ ଖାଇଛନ୍ତି ଏହିସବୁ ଅଭିନେତା

ରଣବୀର ଶୌରୀ ଓ ପୂଜା ଭଟ୍ଟଅଭିନେତା ରଣବୀର ଶୌରୀ ଓ ନିର୍ଦ୍ଦେଶକ ପୂଜାଭଟ୍ଟଙ୍କ ପ୍ରେମ ସମ୍ପର୍କ ଥିଲା। ହେଲେ ଶେଷ ବେଳକୁ ସ୍ଥିତି ଏମିତି ବିଗିଡି ଯାଇଥିଲା ଯେ,  ରଣବୀର ପୂଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଥାନାକୁ ଯାଇଥିଲେ।

ସଲମାନ ଖାନ ଓ ସୌମି ଅଲ୍ଲୀ- ସୌମି ଅଲ୍ଲୀ  ସୁପରଷ୍ଚାର ସଲମାନଙ୍କ ପୂର୍ବ ପ୍ରେମିକା। ସଲମାନ ତାଙ୍କ ସହ ଦୁର୍ବ୍ୟବହାର କରୁଥିବାରୁ  ତାଙ୍କ ବିପକ୍ଷରେ ସୌମି ଏକଦା ପୋଲିସରେ କମ୍ପ୍ଲେନ କରିଥିଲେ।

ରତି ଅଗ୍ନିହୋତ୍ରୀ ଓ ଅନୀଲ ବିରବାନୀ- ଅନୀଲ ବରବାନୀଙ୍କୁ ବିବାହ କରିଥିବା ରତୀ ଅଗ୍ନିହୋତ୍ରୀ ମଧ୍ୟ  ବିବାହ ପରେ ସ୍ୱାମୀଙ୍କଠାରୁ ଅନେକ ଶାରୀରିକ ନିର୍ଯାତନା  ହେଉଥିଲେ

ଅଦନାନ ସାମି ଓ ସବାହ ଗଲଦାରି-ପାକିସ୍ତାନୀ ସିଙ୍ଗର ଅଦନାନ ସାମି ଭାରତୀୟ ନାଗରିକତ୍ୱ ପ୍ରାପ୍ତ କରିବାପାଇଁ ସେ ତାଙ୍କ ସ୍ତ୍ରୀ ଗୈଲଦାରିଙ୍କୁ ବ୍ଲାକମେଲିଂ କରିବା ସହ ମାରପିଟ୍‌ କରୁଥିବା ଅଭିଯୋଗ ହୋଇଥିଲା।

ଓଡିଶା ରିପୋଟର ସ୍ପେସିଆଲ: ସେଲିବ୍ରିଟିଙ୍କର ଭୟଙ୍କର ଫଟୋ: ଦେଖିଲେ ହସି ହସି ଗଡ଼ିଯିବେ

Related story