ବଲିଉଡ୍‌କୁ ଆସିବା ପୂର୍ବରୁ କ’ଣ କରୁଥିଲେ ଦୀପିକା?

ମୁମ୍ବାଇ: ବଲିଉଡ୍‌ ହେଉକି ହଲିଉଡ୍‌ ଦୀପିକା ପାଦୁକୋନ୍ ସବୁଠି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜବରଦସ୍ତ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଦୀପିକା ଆଜି ଯେଉଁ ସ୍ତରରେ ପହଞ୍ଚିଛନ୍ତି, ସେଠି ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା।  ସେଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ସେ ସବୁ ଦିଗରେ ଦକ୍ଷତା ହାସଲ କରିବା ପରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତା’ହେଲେ ଚାଲନ୍ତୁ ଜାଣିବା ବଲିଉଡ୍‌ରେ ପାଦ ଦେବା […]

deepika

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 10:04 AM IST

ମୁମ୍ବାଇ: ବଲିଉଡ୍‌ ହେଉକି ହଲିଉଡ୍‌ ଦୀପିକା ପାଦୁକୋନ୍ ସବୁଠି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜବରଦସ୍ତ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଦୀପିକା ଆଜି ଯେଉଁ ସ୍ତରରେ ପହଞ୍ଚିଛନ୍ତି, ସେଠି ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା।  ସେଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ସେ ସବୁ ଦିଗରେ ଦକ୍ଷତା ହାସଲ କରିବା ପରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତା’ହେଲେ ଚାଲନ୍ତୁ ଜାଣିବା ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଦୀପିକା ପାଦୁକୋନ୍ କ’ଣ କରୁଥିଲେ।

ବ୍ୟାଡ୍‌ମିଣ୍ଟନ୍‌ ଖେଳୁଥିଲେ- ସେ ପ୍ରସିଦ୍ଧ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ୍‌ଙ୍କ ଝିଅ। ସେ ତାଙ୍କ ବାପାଙ୍କ ଭଳି ଭଲ ବ୍ୟାଡ୍‌ମିଣ୍ଟନ ଖେଳୁଥିଲେ।

ଫଟୋ ସୁଟ୍‌ କରୁଥିଲେ- ଫିଲ୍ମକୁ ଆସିବା ପୂର୍ବରୁ ଦୀପିକା ଫଟୋ ସୁଟ୍‌ କରୁଥିଲେ। ଫେସନ୍‌ ଉଇକ୍‌ ମାଗାଜିନ୍‌ର ସ୍ପେଶାଲ ଅଡିସନ୍‌ ପାଇଁ ସେ ଅଭିନେତା ଉପେନ୍ ପଟେଲଙ୍କ ସହ ଫଟୋସୁଟ୍‌ କରିଥିଲେ।

ମଡେଲିଂ କରୁଥିଲେ- ନିଜ କ୍ୟାରିଅରକୁ ଆଖି ଆଗରେ ରଖି ସେ ମଡେଲିଂ ମଧ୍ୟ କରୁଥିଲେ। ଫିଲ୍ମ ପୂର୍ବରୁ ମଡେଲିଂରେ ମଧ୍ୟ ସେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ।

ସାଉଥ୍‌ ଫିଲ୍ମରେ ଅଭିନୟ- ହିନ୍ଦୀ ଫିଲ୍ମରେ ଏଣ୍ଟ୍ରି କରିବା ପୂର୍ବରୁ କନ୍ନଡ଼ ଫିଲ୍ମରେ ଅଭିନୟ କରିଥିଲେ। ସେହି ଫିଲ୍ମର ନାଁ ଥିଲା ‘ଐଶ୍ୱର୍ଯ୍ୟା’। ଏଥିରେ ସେ କନ୍ନଡ଼ ହିରୋ ଉପେନ୍ଦ୍ରଙ୍କ ସହ ରୋମାନ୍ସ କରିଥିଲେ।

ବିଜ୍ଞାପନରେ ପାଦ ଦେଇଥିଲେ- ଫିଲ୍ମରେ ଆସିବା ପୂର୍ବରୁ ସେ କ୍ଲୋଜଅପ୍‌ର ଏକ ବିଜ୍ଞାପନରେ ନଜର ଆସିଥିଲେ।

Related story