ବଲିଉଡ୍‌ର ବେଷ୍ଟ୍‌ ଶାଶୂ-ବୋହୂ ଯୋଡ଼ି

ମୁମ୍ବାଇ: ଶାଶୂ ବୋହୂର ସଂପର୍କ ଟିକେ ନିଆରା। ଯେମିତି ଭଲ ପାଇବା ସେମିତି ଖିଟ୍‌ପିଟ୍। ସ୍କ୍ରିନରେ ଆମ ହିରୋଇନ ମାନଙ୍କର ଶାଶୂଙ୍କ ସହ ସଂପର୍କ କିଭଳି ତାହା ଆମେ ଦେଖି ସାରିଛେ, କିନ୍ତୁ ବାସ୍ତବ ଜୀବନରେ ସେମାନଙ୍କର ଶାଶୂଙ୍କ ସହ  କିଭଳି ସଂପର୍କ ଆପଣମାନେ ଜାଣିନଥିବେ। ତେବେ ଚାଲନ୍ତୁ ଜାଣିବା କିଛି ହିରୋଇନ ଓ ସେମାନଙ୍କ ଶାଶୁଙ୍କ ମଧ୍ୟରେ ଥିବା  ସଂପର୍କ ବିଷୟରେ । ଐଶ୍ୱର୍ଯ୍ୟା ଓ ଜୟା ବଚ୍ଚନ- ଅନେକ ସମୟରେ ଐଶ ଓ ତାଙ୍କ […]

bollyood

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 01:55 PM IST

ମୁମ୍ବାଇ: ଶାଶୂ ବୋହୂର ସଂପର୍କ ଟିକେ ନିଆରା। ଯେମିତି ଭଲ ପାଇବା ସେମିତି ଖିଟ୍‌ପିଟ୍। ସ୍କ୍ରିନରେ ଆମ ହିରୋଇନ ମାନଙ୍କର ଶାଶୂଙ୍କ ସହ ସଂପର୍କ କିଭଳି ତାହା ଆମେ ଦେଖି ସାରିଛେ, କିନ୍ତୁ ବାସ୍ତବ ଜୀବନରେ ସେମାନଙ୍କର ଶାଶୂଙ୍କ ସହ  କିଭଳି ସଂପର୍କ ଆପଣମାନେ ଜାଣିନଥିବେ। ତେବେ ଚାଲନ୍ତୁ ଜାଣିବା କିଛି ହିରୋଇନ ଓ ସେମାନଙ୍କ ଶାଶୁଙ୍କ ମଧ୍ୟରେ ଥିବା  ସଂପର୍କ ବିଷୟରେ ।

ଐଶ୍ୱର୍ଯ୍ୟା ଓ ଜୟା ବଚ୍ଚନ- ଅନେକ ସମୟରେ ଐଶ ଓ ତାଙ୍କ ଶାଶୂ ଜୟା ବଚ୍ଚନଙ୍କ ବିଷୟରେ ମିଡିଆରେ ଖୁବ ଚର୍ଚ୍ଚା ହେଉଥାଏ। ସସସ୍ତେ ଭାବନ୍ତି ସେ ଦୁହିଁଙ୍କ ଭିତରେ ଆଦୌ ଭଲ ସଂପର୍କ ନାହିଁ।  କିନ୍ତୁ ତାହା ଠିକ୍ ନୁହେଁ। ଜୟା ସବୁବେଳେ ଐଶଙ୍କୁ ସପୋର୍ଟ କରନ୍ତି। ଏମିତିକି ଥରେ ଦେଖିବାକୁ ମିଳିଥିଲା ଯେଉଁ ଶାଢ଼ିକୁ ଜୟା ଏକ ଆୱାର୍ଡ ଫଙ୍କସନ୍‌ରେ ପିନ୍ଧିଥିଲେ ସେହି ଶାଢ଼ି ଐଶ ଦୁର୍ଗାପୂଜାରେ ପିନ୍ଧିଥିଲେ।

କାଜଲ ଓ ବୀଣା ଦେବଗନ- କାଜଲ ଓ ତାଙ୍କ ଶାଶୂ ବୀଣା ଦେବଗନଙ୍କ ମଧ୍ୟରେ ଖୁବ ଭଲ ବଣ୍ଡିଙ୍ଗ୍‌। ଫିଲ୍ମ ସୁଟିଂ ପାଇଁ  କାଜଲ ବ୍ୟସ୍ତ ରହୁଥିବା ବେଳେ ତାଙ୍କ ଶାଶୂ ତାଙ୍କୁ ବହୁତ ସପୋର୍ଟ କରନ୍ତି ଓ ତାଙ୍କ ପିଲା ମାନଙ୍କର ଯତ୍ନ ନେଇଥାନ୍ତି।

କରୀନା କପୁର ଓ ଶର୍ମିଲା ଟାଗୋର- କରୀନା କପୁର ତାଙ୍କ ଶାଶୂ ଶର୍ମିଲା ଟାଗୋରଙ୍କୁ ଅମ୍ମା ଡାକନ୍ତି। କ‌ରୀନା ନିଜ ଶାଶୂଙ୍କୁ ନିଜ ମାଆର ମାନ୍ୟତା ଦିଅନ୍ତି। କରୀନା କୁହନ୍ତି ଶର୍ମିଲା ଜଣେ ଲିଜେଣ୍ଡ ଷ୍ଟାର। ସେ ପଟୌଦିର ପକୃତ ବେଗମ ,କରିନା ତାଙ୍କର ଜଣେ ବଡ଼ ଫ୍ୟାନ୍।

ସୋନାଲୀ ବେନ୍ଦ୍ରେ ଓ ମଧୁ ବହଲ- ସୋନାଲୀ ବେନ୍ଦ୍ରେ ତାଙ୍କ ଶାଶୂଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଙ୍ଗ । ସେ ତାଙ୍କ ଶାଶୂଙ୍କୁ ନିଜ ମାଆ ପରି ସ୍ନେହ କରନ୍ତି। ଅନେକ ସମୟରେ ସେମାନେ ଭଲ ବନ୍ଧୁ ଭଳି ସମୟ ବିତାଇଥାନ୍ତି।

ନିତୁ କପୁର ଓ କୃଷ୍ଣା କପୁର- ଶାଶୂ ବୋହୂଙ୍କ କଥା ଆସିଲେ ନିତୁ ସିଂ ଓ କୃଷ୍ଣା କପୁରଙ୍କ କଥା ମଧ୍ୟ ଆସେ। କୃଷ୍ଣା କପୁର ନିଜ ବୋହୂ ନିତୁ ରୋଷେଇର ବହୁତ ତାରିଫ କରିଥାନ୍ତି। ନିତୁ ମଧ୍ୟ କୁହନ୍ତି ଏମିତି କୌଣସି ଦିନ ନାହିଁ ଯେବେ ସେ ତାଙ୍କ ଶାଶୁଙ୍କ ସହ କଥା ନହୁଅନ୍ତି।

Related story