କାକୁତିମିନତି ହେଲେ ମିକା

ମୁମ୍ବାଇ: ପାକିସ୍ତାନରେ ଗୀତ ଗାଇ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ଦ୍ୱାରା ବ୍ୟାନ୍‌ ହୋଇଥିବା ବଲିଉଡ୍ ଗାୟକ ମିକା ସିଂହ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଉ ଏନେଇ ସେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ)କୁ ନେହୁରା ହୋଇ ଏକ ଚିଠି ଲେଖିଛନ୍ତି। ମିକା ଲେଖିଛନ୍ତି, ‘ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋତେ ଥରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ। ଯଦି ମୁଁ କିଛି ଭୁଲ୍ କରିଛି, […]

mika

Jitendra Garnayak
  • Published: Monday, 19 August 2019
  • , Updated: 19 August 2019, 03:41 PM IST

ମୁମ୍ବାଇ: ପାକିସ୍ତାନରେ ଗୀତ ଗାଇ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ଦ୍ୱାରା ବ୍ୟାନ୍‌ ହୋଇଥିବା ବଲିଉଡ୍ ଗାୟକ ମିକା ସିଂହ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଉ ଏନେଇ ସେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ)କୁ ନେହୁରା ହୋଇ ଏକ ଚିଠି ଲେଖିଛନ୍ତି।

ମିକା ଲେଖିଛନ୍ତି, ‘ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋତେ ଥରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ। ଯଦି ମୁଁ କିଛି ଭୁଲ୍ କରିଛି, ତା’ହେଲେ ଦେଶକୁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯେ ପର୍ଯ୍ୟନ୍ତ ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯାଇଛି, ସେ ପର୍ଯ୍ୟନ୍ତ ମୋ ପରେ କୌଣସି କଟକଣା ଲଗା ନଯାଉ।’

ଏଫ୍‌ଡବ୍ଲ୍ୟୁଆଇସିଇ ଅଧ୍ୟକ୍ଷ ବି.ଏନ୍ ତିୱାରୀ ତାଙ୍କ ଚିଠି ପାଇଥିବା ନେଇ ଏକ ଭିଡିଓ କ୍ଲିପ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହା ସହିତ ଆସନ୍ତାକାଲି ମିକା ତାଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ଦେଇଛନ୍ତି। ମିକା ତାଙ୍କ ଚିଠିରେ ସଂଗଠନର ସବୁ ନିଷ୍ପତ୍ତି ମାନିବାକୁ ରାଜି ଥିବା ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀ ତିୱାରୀ କହିଛନ୍ତି। ମିକା ତାଙ୍କ ପକ୍ଷ ନ ରଖିବା ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କମିଟି ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି।


ଏ ଭିଡିଓକୁ ମିକା ସିଂହ ଶେଆର୍‌ କରି ଶ୍ରୀ ତିୱାରୀ ଓ ଏଫ୍‌ଡବ୍ଲ୍ୟୁଆଇସିଇକୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏଫ୍‌ଡବ୍ଲ୍ୟୁଆଇସିଇ ମୋ ଭାବନାକୁ ବୁଝିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ମୋ ସମାଜ ଓ ଦେଶର ଲୋକଙ୍କ ପାଇଁ ସବୁବେଳେ ଭଲ କାମ କରିବି। ଜୟହିନ୍ଦ୍‌।’

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ପରିସ୍ଥିତିରେ ମିକା ପାକିସ୍ତାନ ଯାଇ ସେଠାକାର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ଜଣେ ସଂପର୍କୀୟଙ୍କ ବାହାଘରରେ ଗୀତ ଗାଇଥିଲେ। ଏହାକୁ ନେଇ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।

Related story