ବଲିଉଡ୍ ଷ୍ଟାରଙ୍କ ବଙ୍ଗଳା ସଉକ; ଦେଶ ସହିତ ବିଦେଶରେ କିଣିଛନ୍ତି ଦାମୀ ଘର

ବଲିଉଡ୍‌ର ନାମୀଦାମୀ କଳାକାରଙ୍କ କ୍ରେଜ୍‌ ନ କହିଲେ ନ ସରେ। ଗୋଟିଏ ଗୋଟିଏ ଫିଲ୍ମ ପାଇଁ ଏମାନେ ପ୍ରଚୁର ଅର୍ଥ ନେଇଥାନ୍ତି।  ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଟଙ୍କାକୁ ପାଣି ପରି ଖର୍ଚ୍ଚ କରନ୍ତି। ମାୟା ନଗରୀ ମୁମ୍ବାଇରେ ଆଲିଶାନ୍‌ ବଙ୍ଗଳାରେ ରହନ୍ତି।  ତଥାପି ସେମାନଙ୍କର ଦେଶବାହାରେ ରହିଛି ଆଲିଶନ୍‌ ବଙ୍ଗଳା। ଆସନ୍ତୁ ଜାଣିବା ସେଭଳି କିଛି ଷ୍ଟାରଙ୍କୁ ଯେଉଁମାନେ ବିଦେଶରେ କିଣିଛନ୍ତି ଦାମୀ ଘର। ଶାହାରୁଖ ଖାନ୍‌ ବଲିଉଡ୍‌ର ବାଦଶାହା ଶାହାରୁଖ  ଖାନ୍ ମୁମ୍ବାଇରେ ମନ୍ନତ […]

bollywoodstar

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 10:42 AM IST

ବଲିଉଡ୍‌ର ନାମୀଦାମୀ କଳାକାରଙ୍କ କ୍ରେଜ୍‌ ନ କହିଲେ ନ ସରେ। ଗୋଟିଏ ଗୋଟିଏ ଫିଲ୍ମ ପାଇଁ ଏମାନେ ପ୍ରଚୁର ଅର୍ଥ ନେଇଥାନ୍ତି।  ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଟଙ୍କାକୁ ପାଣି ପରି ଖର୍ଚ୍ଚ କରନ୍ତି। ମାୟା ନଗରୀ ମୁମ୍ବାଇରେ ଆଲିଶାନ୍‌ ବଙ୍ଗଳାରେ ରହନ୍ତି।  ତଥାପି ସେମାନଙ୍କର ଦେଶବାହାରେ ରହିଛି ଆଲିଶନ୍‌ ବଙ୍ଗଳା। ଆସନ୍ତୁ ଜାଣିବା ସେଭଳି କିଛି ଷ୍ଟାରଙ୍କୁ ଯେଉଁମାନେ ବିଦେଶରେ କିଣିଛନ୍ତି ଦାମୀ ଘର।

ଶାହାରୁଖ ଖାନ୍‌

ବଲିଉଡ୍‌ର ବାଦଶାହା ଶାହାରୁଖ  ଖାନ୍ ମୁମ୍ବାଇରେ ମନ୍ନତ ନାମକ ଆଲିଶାନ୍‌ ବଙ୍ଗଳା ରହନ୍ତି। କିନ୍ତୁ ତାଙ୍କର ଦୁବାଇ ଓ ଲଣ୍ଡନରେ ମଧ୍ୟ ଆଲିଶାନ୍‌ ବଙ୍ଗଳା ରହିଛି। କିଙ୍ଗ୍‌ ଖାନଙ୍କ ଦୁବାଇରେ ଥିବା ବଙ୍ଗଳାର ମୂଲ୍ୟ ୧୮ କୋଟି ଟଙ୍କା। ଲଣ୍ଡନରେ ଥିବା ତାଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୧୯୫ କୋଟି।

ଅକ୍ଷୟ କୁମାର

ଅକ୍ଷୟ କୁମାର ନିଜର ଉପାର୍ଜିତ ଅର୍ଥକୁ ସମ୍ପତ୍ତି କିଣିବାରେ ନିବେଶ କରିବାକୁ ପସନ୍ଦ କରନ୍ତି।  ଅକ୍ଷୟଙ୍କର ମୁମ୍ବାଇ ସହ କାନାଡାରେ ମଧ୍ୟ ଆପାର୍ଟମେଣ୍ଟ ରହିଛି।

ସୈଫ ଅଲ୍ଲୀ ଖାନ୍

ସୈଫ ଅଲ୍ଲୀ ଖାନ୍ ଓ ତାଙ୍କ ପତ୍ନୀ କରିନା କପୁର ସୁଇଜରଲ୍ୟାଣ୍ଡରେ ଛୁଟି ମନାଇବାକୁ ପସନ୍ଦ କରନ୍ତି। ସେଥିପାଇଁ ସୁଇଜରଲ୍ୟାଣ୍ଡର ପାହାଡ଼ି ଅଞ୍ଚଳରେ ସେମାନଙ୍କର ଏକ ଘର କିଣିଛନ୍ତି।

ଅମିତାଭ ବଚ୍ଚନ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ମୁମ୍ବାଇରେ ୫ଟି ଘର ଅଛି। ପ୍ୟାରିସ୍‌ରେ ମଧ୍ୟ ତାଙ୍କର ଏକ ଘର ଅଛି।

ଅଭିଷେକ ବଚ୍ଚନ

ଅଭିଷେକ ଓ ଐଶ୍ୟାର୍ଯ୍ୟ ରାୟ  ଦୁବାଇର ଜୁମୋରାହ ଗୋଲ୍ଫ ଇଷ୍ଟେଟରେ ୫୪ କୋଟି ଟଙ୍କାର ଦେଇ ଏକ ଘର କିଣିଛନ୍ତି।

ଶିଳ୍ପା ସେଟ୍ଟୀ

ଏଭରଗ୍ରୀନ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କର ମୁମ୍ବାଇ ସହ ବିଦେଶରେ ମଧ୍ୟ ଆଲିଶାନ ବଙ୍ଗଳା ଅଛି। ରାଜ କୁନ୍ଦ୍ରା ଦୁବାଇର ବୁର୍ଜ ଖଲିଫାରେ ଏକ ଆପାର୍ଟମେଣ୍ଟ କିଣି ଶିଳ୍ପାଙ୍କୁ ଗିଫ୍ଟ ଦେଇଥିବା କୁହାଯାଉଛି।

Related story