ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି ଏହି ସବୁ ବଲିଉଡ୍‌ କଳାକାର

ମୁମ୍ବାଇ: ମଣିଷ ମାତ୍ରକେ ଭୁଲ୍‌। ସେ ସାଧାରଣ ମଣିଷ ହୁଅନ୍ତୁ କି ସେଲିବ୍ରିଟି ସମସ୍ତେ ଭୁଲ କରନ୍ତି। ଗୋଟିଏ ଗୋଟିଏ କିନ୍ତୁ ଏହି ଭୁଲ ପାଇଁ ବେଳେ ବେଳେ ଆମେ ଆମ ଜୀବନର ସବୁଠୁ ମୂଲ୍ୟବାନ ବା ଗୁରୁତ୍ୱ ପୂର୍ଣ୍ଣ ଜିନିଷକୁ ହରେଇ ବସୁ। ଆମେ ଆଜି ସେମିତି କିଛି ବଲିଉଡ୍‌ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଭୁଲ ପାଇଁ କ୍ୟାରିୟର ନଷ୍ଟ କରିଦେଇଥିଲେ। ଫରଦିନ୍‌ ଖାନ୍‌: ଅନେକ କଳାକାର ନିଜ ବାପାମାଆଙ୍କ ପାଇଁ ବା […]

fardin

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 11:14 PM IST

ମୁମ୍ବାଇ: ମଣିଷ ମାତ୍ରକେ ଭୁଲ୍‌। ସେ ସାଧାରଣ ମଣିଷ ହୁଅନ୍ତୁ କି ସେଲିବ୍ରିଟି ସମସ୍ତେ ଭୁଲ କରନ୍ତି। ଗୋଟିଏ ଗୋଟିଏ କିନ୍ତୁ ଏହି ଭୁଲ ପାଇଁ ବେଳେ ବେଳେ ଆମେ ଆମ ଜୀବନର ସବୁଠୁ ମୂଲ୍ୟବାନ ବା ଗୁରୁତ୍ୱ ପୂର୍ଣ୍ଣ ଜିନିଷକୁ ହରେଇ ବସୁ। ଆମେ ଆଜି ସେମିତି କିଛି ବଲିଉଡ୍‌ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଭୁଲ ପାଇଁ କ୍ୟାରିୟର ନଷ୍ଟ କରିଦେଇଥିଲେ।

ଫରଦିନ୍‌ ଖାନ୍‌: ଅନେକ କଳାକାର ନିଜ ବାପାମାଆଙ୍କ ପାଇଁ ବା ଷ୍ଟାର କିଡ୍‌ ହେବା କାରଣରୁ ବଲିଉଡ୍‌ରେ ଆସିଥାନ୍ତି।  ଫରଦିନ୍‌ ଖାନ୍‌ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଆରମ୍ଭରୁ ତାଙ୍କ ଫିଲ୍ମ କ୍ୟାରିଅର ଖୁବ୍‌ ଜବରଦସ୍ତ ଥିଲା। ଏମିତି କି  ନିଜ ପ୍ରଥମ ଫିଲ୍ମରେ ହିଁ ସେ ବେଷ୍ଟ ଡେବ୍ୟୁ କଳାକାର ଭାବେ ଫିଲ୍ମ ଫେଆର ଆୱାର୍ଡ ଜିତିଥିଲେ।  ପରେ ସେ ଅନେକ ଫିଲ୍ମର ଅଭିନୟ କରିଥିଲେ। ତେବେ ଥରେ ସେ କୋକେନ୍‌ ରଖିବା ଅଭିଯୋଗରେ ଗିରଫ ହୋଇଥିଲେ। ବାସ୍‌, ସେଇଦିନରୁ ତାଙ୍କ କ୍ୟାରିୟରରେ ଛାଇଗଲା କଳା ବାଦଲ। ଆଉ ଉଠିପାରିଲେନି।

ବିବେକ ଓବରୟ: ବିବେକଙ୍କ ବିଷୟରେ ଆଜି ବି ଗୋଟିଏ କଥା କୁହାଯାଏ ଯେ, ଯଦି ସଲମାନଙ୍କ ସହ ପଙ୍ଗା ନେଇ ନଥାନ୍ତେ ହୁଏତ ବଲିଉଡ୍‌ରେ ସେ ସୁପରଷ୍ଟାର ହୋଇଥାଆନ୍ତେ। ନିଜ କ୍ୟାରିଅର ଆରମ୍ଭରୁ ସୁପରହିଟ୍‌ ଫିଲ୍ମ ‘ସାଥିୟା’ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଷ୍ଟାରଡମ୍‌କୁ ନେଇ ବିବେକ ତାଙ୍କ କ୍ୟାରିଅରରେ ଏମିତି ଗୋଟିଏ ଭୁଲ କରିଦେଲେ ଯାହାକୁ ନେଇ ସେ ଆଜି ପର୍ଯ୍ୟନ୍ତ ବି ପସ୍ତାଉଛନ୍ତି। ଐଶ୍ୱର୍ଯ୍ୟାଙ୍କ ସହ ଲିଙ୍କ ଅଫ୍‌ ପରେ ଏକ ପ୍ରେସ୍‌ କନ୍‌ଫ୍ରେନ୍ସରେ ସଲମାନଙ୍କ ବିଷୟରେ ଏଣୁ ତେଣୁ ବହୁତ କଥା କହିଥିଲେ। ସେ ସବୁ  ସଲମାନଙ୍କୁ ଆଦୌ ପସନ୍ଦ ଆସିନଥିଲା। ସଲମାନ ରାଗିଯାଇ ନିଜ ଷ୍ଟାରଡମ୍‌ ପାୱାରରେ ବିବେକଙ୍କ କ୍ୟାରିଅରରେ ପୂର୍ଣ୍ଣଛେତ୍‌ ପକାଇଦେଇଥିଲେ। ପରେ ବିବେକ କିଛି କିଛି ଫିଲ୍ମରେ ନଜର ଆସିଥିଲେ ବି ସେତେଟା ସଫଳତା ପାଇନଥିଲେ।

ରାଜେଲ ଖନ୍ନା: ରାଜେଶ୍‌ ଖନ୍ନାଙ୍କୁ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର କୁହାଯାଏ। ସେ ନିଜ ପର୍ସନାଲିଟି ଓ ଜବରଦସ୍ତ ଅଭିନୟ ପାଇଁ  ସବୁ ଭାରତୀୟଙ୍କ ହୃଦୟରେ ରାଜ୍‌ କରନ୍ତି।  ଦୀର୍ଘ ୧୭ ବର୍ଷଧରି ବଲିଉଡ୍‌ରେ ଜଣେ ଆଗଧାଡ଼ିର ନାୟକ ଥିଲେ।  କିନ୍ତୁ ନିଜ ପତ୍ନୀ ଡିମ୍ପଲ କପାଡିଆଙ୍କଠାରୁ ଅଲଗା ହେବା ପରେ  ମଦ ପିଇବାରେ ଏମିତି ଅଭ୍ୟସ୍ତ ହୋଇଗଲେ ଯେ ତାଙ୍କ କ୍ୟାରିୟର ଖରାପ ହେଇଗଲା। ଖାଲି ଏତିକି ନୁହେଁ ଅତ୍ୟଧିକ ମଦ ପିଇବା କାରଣରୁ ତାଙ୍କର ମୃତ୍ୟୁ ବି ହୋଇଥିଲା ବୋଲି କୁହାଯାଏ।

 

Related story