ଭିକାରିଙ୍କୁ ନେଇ କେଉଁ ଷ୍ଟାର କେମିତି ଭାବନ୍ତି

ଭିକ୍ଷାବୃତ୍ତିକୁ ଆମ ସମାଜରେ ସହଜରେ ଗ୍ରହଣ କରାଯାଇ ନଥାଏ। ତଥାପି ରାସ୍ତାଘାଟ, ଧାର୍ମୀକ ଅନୁଷ୍ଠାନ ଗୁଡିକରେ ବହୁ ସଂଖ୍ୟାରେ ଭିକାରିଙ୍କୁ ଦେଖିବାକୁ ମିଳିଥାଏ। ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା, ପୁରୁଷ ଓ ଭିନ୍ନକ୍ଷମମାନଙ୍କୁ ଦେଖିବାକୁ ମିଳିଥାଏ। ସମୟେ ସମୟେ ବାଟରେ ଯାଉଥିବା ଲୋକଙ୍କୁ ଏମାନେ କିଛି ମାଗିବା ବେଳେ ବହୁତ ହଇରାଣ ମଧ୍ୟ କରିଥାନ୍ତି। କିଛି ଲୋକ ଏମାନଙ୍କ ପ୍ରତି ସହାନୁଭୂତି ଦେଖାଉଥିବା ବେଳେ ଆଉ କିଛି ଲୋକ ବହୁତ ଖରାପ ବ୍ୟବହାର ପ୍ରଦର୍ଶନ […]

beggars

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 01:31 PM IST

ଭିକ୍ଷାବୃତ୍ତିକୁ ଆମ ସମାଜରେ ସହଜରେ ଗ୍ରହଣ କରାଯାଇ ନଥାଏ। ତଥାପି ରାସ୍ତାଘାଟ, ଧାର୍ମୀକ ଅନୁଷ୍ଠାନ ଗୁଡିକରେ ବହୁ ସଂଖ୍ୟାରେ ଭିକାରିଙ୍କୁ ଦେଖିବାକୁ ମିଳିଥାଏ। ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା, ପୁରୁଷ ଓ ଭିନ୍ନକ୍ଷମମାନଙ୍କୁ ଦେଖିବାକୁ ମିଳିଥାଏ। ସମୟେ ସମୟେ ବାଟରେ ଯାଉଥିବା ଲୋକଙ୍କୁ ଏମାନେ କିଛି ମାଗିବା ବେଳେ ବହୁତ ହଇରାଣ ମଧ୍ୟ କରିଥାନ୍ତି। କିଛି ଲୋକ ଏମାନଙ୍କ ପ୍ରତି ସହାନୁଭୂତି ଦେଖାଉଥିବା ବେଳେ ଆଉ କିଛି ଲୋକ ବହୁତ ଖରାପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଭାରତୀୟ ସିନେ ଜଗତରେ ଭିକାରିଙ୍କୁ ନେଇ ବହୁତ କିଛି କରାଯାଇଥାଏ। ତେବେ ଭିକାରିଙ୍କ ପ୍ରତି ବଲିଉଡ କଳାକାରଙ୍କ ମାନସିକତା କିପରି ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି, ତେବେ ଅସନ୍ତୁ ଜାଣିବା ବି-ଟାଉନର କିଛି କାଳାକରଙ୍କ ସମ୍ପର୍କରେ।

ଶାହାରୁଖ ଖାନ: କିଙ୍ଗ ଖାନଙ୍କ ହୃଦୟ ମଧ୍ୟ କିଙ୍ଗ ପରି। ଥରେ ଶାହାରୁଖ ଏକ ଷ୍ଟାର ହୋଟେଲରୁ ବାହାରକୁ ଆସିବା ବେଳେ ଜଣେ ଭୋକିଲା, ଅସହାୟ ଲୋକ ତାଙ୍କୁ କିଛି ସାହାଯ୍ୟ ମାଗିଥିଲା। ଏହାଦେଖି ବାଦଶାହାଙ୍କ ହୃଦୟ ତରଳି ଯାଇଥିଲା। ସେ ସଙ୍ଗେ ସଙ୍ଗେ ଉକ୍ତ ଭିକାରିକୁ ଖାଇବା ପାଇଁ ଟଙ୍କା ଦେଇଥିଲେ। ଏହାସହ ତାକୁ ଆଶୀର୍ବାଦ କରିଥିଲେ।

ସଲମାନ ଖା: ଭାଇଜାନ ସଲମାନ ଉଦାର ହୃଦୟ ପାଇଁ ବେଶୀ ପରିଚିତ। ନିଜ ସଂସ୍ଥା ବିଙ୍ଗ ହ୍ୟୁମାନଙ୍କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଥରେ ଏକ ରେଷ୍ଟୁରାଣ୍ଟରୁ ସଲମାନ ବାହାରିବା ବେଳେ ରାସ୍ତାରେ କିଛି ପିଲା ବହି ଓ ପାରା ବିକୁଥିବା ଦେଖିଥିଲେ। ସେ ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ଟଙ୍କା ଦେଇଥିଲେ। ପିଲାମାନେ ସଲମାନଙ୍କୁ ପାଖରେ ପାଇ ବହୁତ ଖୁସି ହୋଇଯାଇଥିଲେ। ପିଲାଙ୍କ ଖୁସି ଦେଖି ଭାଇଜାନ ବି ଖୁସି ଥିବା ଦେଖିବାକୁ ମିଳିଥିଲା।

ମଲାଇକା ଆରୋରା: ସଲମାନଙ୍କ ହୃଦୟ ଗରିବଙ୍କ ପାଇଁ ବହୁତ ବଡ଼ ହୋଇଥିବା ବେଳେ ତାଙ୍କ ଏକ୍ସ ଭାଉଜ ମଲାଇକା କିନ୍ତୁ ପୁରା ଓଲଟା ପ୍ରକୃତିର। ଥରେ ମଲାଇକାଙ୍କ ଗାଡି ଏକ ହୋଟେଲ ଆଗରେ ରହିଥିଲା। ଗାଡିରୁ ମଲାଇକା ଓହ୍ଲାଇବା ପରେ ଜଣେ ବୟସ୍କ ମହିଳା କିଛି ଖାଇବାକୁ ତାଙ୍କୁ ପଇସା ମାଗିଥିଲେ। ହେଲେ ମଲାଇକା ମହିଳା ଜଣଙ୍କୁ ନ ଦେଖିବା ପରି ସେଠାରୁ ଚାଲି ଯାଇଥିଲେ।

ୟୁଲିଆ ବନ୍ତୁର: ସଲମାନଙ୍କ କଥାକଥିତ ଗାର୍ଲଫ୍ରେଣ୍ଡ ୟୁଲିଆ ବି ଭାଇଜାନଙ୍କ ପରି ଖୋଲା ହୃଦୟର। ଗରିବଙ୍କୁ ସାହାଯ୍ୟ କରିବାରେ ସେ କେବେ ବି ପଛକୁ ହଟି ନଥାନ୍ତି। ଥରେ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ୟୁଲିଆଙ୍କୁ ଭିକ୍ଷାବୃତ୍ତି କରୁଥିବା କିଛି ମହିଳାଙ୍କ ସହ ଦେଖିବାକୁ ମିଳିଥିଲା। ସେ ସବୁ ମହିଳାଙ୍କୁ ଟଙ୍କା ବାଣ୍ଟିଥିଲେ। ଖାଲି ଟଙ୍କା ବାଣ୍ଟି ନଥିଲେ, ସେମାନଙ୍କ ସହ କଥା ହୋଇ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ।

ଦଙ୍ଗଲ ଗର୍ଲ୍ସ: ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ଏବଂ ସାନ୍ୟା ମଲହୋତ୍ରାଙ୍କ ହୃଦୟ ବି ବହୁତ ବଡ଼। ଏକ ରେଷ୍ଟୁରାଣ୍ଟ ବାହାରେ ଉଭୟଙ୍କର ବସ୍ତିରେ ରହୁଥିବା କିଛି ଛୋଟ ପିଲାଙ୍କ ସହ ଦେଖା ହୋଇଯାଇଥିଲା। ପିଲାମାନେ ସେମାନଙ୍କୁ ନିଜ ଘରକୁ ନେବାକୁ ଜିଦ୍‌ ଧରିଥିଲେ। ଷ୍ଟାର ହେଲେ ମଧ୍ୟ ପିଲାମାନଙ୍କୁ ମନରେ କଷ୍ଟ ଦେବାକୁ ସେମାନେ ଚାହୁଁ ନଥିଲେ। ଉଭୟ ପିଲାମାନଙ୍କ ସହ ସେମାନଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ପିଲାମାନଙ୍କ ସହ ଫଟୋ ଉଠାଇ ମଜା କରିଥିଲେ।

Related story