ଆସିଲା ଅମିତାଭଙ୍କ ୨୬ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ

ମୁମ୍ବାଇ: ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ ଓ ଅଭିଷେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ଠାରେ ଆଉ କରୋନା ଲକ୍ଷଣ ନାହିଁ। ସେହିଭଳି କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ହୋମକ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟପକ୍ଷରେ ଏହା ମଧ୍ୟରେ ଅମିତାଭଙ୍କ ୨୬ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ଆସିଛି। ସମସ୍ତଙ୍କର ରିପୋର୍ଟ […]

amitav

amitav

Jitendra Garnayak
  • Published: Monday, 13 July 2020
  • Updated: 13 July 2020, 12:54 PM IST

Sports

Latest News

ମୁମ୍ବାଇ: ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ ଓ ଅଭିଷେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ଠାରେ ଆଉ କରୋନା ଲକ୍ଷଣ ନାହିଁ। ସେହିଭଳି କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ହୋମକ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟପକ୍ଷରେ ଏହା ମଧ୍ୟରେ ଅମିତାଭଙ୍କ ୨୬ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ଆସିଛି। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

ସମୁଦାୟ ୫୪ ଜଣ ଲୋକ ବଚ୍ଚନ ପରିବାରର ସଂସ୍ପର୍ଶରେ ଆସିଥିଲେ। ଗତକାଲି ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଥିଲା ଓ ବାକି ୨୬ (ସମସ୍ତେ ବଚ୍ଚନ ପରିବାରର କର୍ମଚାରୀ) ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏହି ୨୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲେ ସୁଦ୍ଧା ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସେମାନେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ।

ଅନ୍ୟପକ୍ଷରେ ଏକ ଟ୍ୱିଟ୍ କରି ଅମିତାଭ ଲେଖିଛନ୍ତି ଯେ ତାଙ୍କ ପାଇଁ ତଥା ତାଙ୍କ ପୁଅ, ବୋହୂ ଓ ନାତୁଣୀଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ। ସେ ସେମାନଙ୍କ ଠାରେ ଋଣି ହୋଇ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos