ସଲମାନଙ୍କ ନାଁରେ ଅଭିଯୋଗ ଆଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ଭାଇଜାନଙ୍କ ନାଁରେ ଆସିଲା ଅଭିଯୋଗ। ତେବେ ଏହି ଅଭିଯୋଗ ଆଉ କେହି ନୁହନ୍ତି ତାଙ୍କ ପୂର୍ବତନ କଥିତ ଗାର୍ଲଫ୍ରେଣ୍ଡ ତଥା ଖୋଦ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଣିଛନ୍ତି। ସମସ୍ତଙ୍କ ଆଗରେ ସଲମାନ ଖାନ୍‌ଙ୍କ ଉପରକୁ ସେ ଉଠାଇଛନ୍ତି ଅଙ୍ଗୁଳି। ସର୍ବସମ୍ମୁଖରେ ସଲମାନଙ୍କ ଉପରେ ଲଗାଇଛନ୍ତି ସାଙ୍ଘାତିକ ଅଭିଯୋଗ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିକଟରେ କ୍ୟାଟ୍ରିନା କୈଫ ନିଜ ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନ କରିବା ପାଇଁ ବିଗ୍‌ ବସ୍‌-୧୫ ‘ୱିକେଣ୍ଡ କା […]

Salman and Katrina

Salman and Katrina

Madhupriya Mistry
  • Published: Saturday, 30 October 2021
  • Updated: 30 October 2021, 02:45 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନଙ୍କ ନାଁରେ ଆସିଲା ଅଭିଯୋଗ। ତେବେ ଏହି ଅଭିଯୋଗ ଆଉ କେହି ନୁହନ୍ତି ତାଙ୍କ ପୂର୍ବତନ କଥିତ ଗାର୍ଲଫ୍ରେଣ୍ଡ ତଥା ଖୋଦ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଣିଛନ୍ତି। ସମସ୍ତଙ୍କ ଆଗରେ ସଲମାନ ଖାନ୍‌ଙ୍କ ଉପରକୁ ସେ ଉଠାଇଛନ୍ତି ଅଙ୍ଗୁଳି। ସର୍ବସମ୍ମୁଖରେ ସଲମାନଙ୍କ ଉପରେ ଲଗାଇଛନ୍ତି ସାଙ୍ଘାତିକ ଅଭିଯୋଗ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ନିକଟରେ କ୍ୟାଟ୍ରିନା କୈଫ ନିଜ ଅପ୍‌କମିଂ ଫିଲ୍ମ 'ସୂର୍ଯ୍ୟବଂଶୀ'ର ପ୍ରମୋସନ କରିବା ପାଇଁ ବିଗ୍‌ ବସ୍‌-୧୫ 'ୱିକେଣ୍ଡ କା ୱାର୍‌' ସେଟ୍‌କୁ ଯାଇଥିଲେ। ତାଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ମଧ୍ୟ ପହଞ୍ଚିଥିଲେ। ଏହି ସମୟରେ ରୋହିତ ସେଟ୍ଟୀଙ୍କ ସାମ୍ନାରେ କ୍ୟାଟ୍ରିନା ଏବଂ ସଲମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ଯେଉଁଥିରେ କ୍ୟାଟ୍ରିନ୍‌ ଭାଇଜନାଙ୍କ ଉପରେ ଅଭିଯୋଗ ଲଗାଇଥିବା ବିଗ୍‌ ବସ୍‌-୧୫ର  ରିଲିଜ ହୋଇଥିବା ନୂଆ ପ୍ରମୋରେ ଦେଖିବାକୁ ମିଳିଛି।

ପ୍ରମୋରେ କ୍ୟାଟ୍ରିନା ଷ୍ଟେଜ ଉପରେ ରୋହିତଙ୍କ ସହ ନଜର ଆସିଛନ୍ତି। ଏକ ପ୍ରତିଯୋଗିତାରେ ସଲମନା-କ୍ୟାଟ୍ରିନା ସାମ୍ନାସାମ୍ନି ହୋଇ ବସିଛନ୍ତି ଏବଂ ରୋହିତ ବିଚାରପତିର ଭୂମିକା ନିଭାଉଛନ୍ତି। ସଲମନା ସର୍ବଦା ଶୁଟିଂକୁ ଲେଟ୍‌ରେ ପହଞ୍ଚନ୍ତି ବୋଲି କ୍ୟାଟ୍ରିନା ଅଭିଯୋଗ କରୁଛନ୍ତି। ଏଥିରେ ସଲମାନ ନିଜ ଭୁଲ୍‌ ମାନି 'କବୁଲ ହେ' କହୁଛନ୍ତି।

ଏହାପରେ କ୍ୟାଟ୍ରିନା ସଲମାନଙ୍କୁ ତାଙ୍କ ପାଇଁ ଏକ ଗୀତ ଗାଇବାକୁ  କହୁଛନ୍ତି। ଏଥିରେ ସଲମାନ ମଜାଳିଆ ଢ଼ଙ୍ଗରେ ଡ୍ୟାନ୍ସ ମୁଭ ଦେଖାଇ 'ଓ ମେରେ ଦିଲ୍‌ କେ ଚେନ୍‌' ଗାଉଛନ୍ତି। ଜାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ହସିବାକୁ ଲାଗିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ୟାଟ୍ରିନା କୈଫ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ୱକେଣ୍ଡ କା ୱାରରେ କ୍ୟାଟ୍ରିନ୍‌ଙ୍କ ଲୁକ୍‌ ସାମ୍ନାକୁ ଆସିଛି, ଯାହାକୁ ନିଜେ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ସେ ଏହାକୁ ଅପ୍‌ଲୋଡ କରି କ୍ୟାପଶନରେ ଲେଖିଛନ୍ତି, 'ଆଜି ମୁଁ ବିଗ୍‌ ବସ୍‌ରେ ଏବଂ ନଭେମ୍ବର ୫ରେ ସିନେମା ଘରେ ସୂର୍ଯ୍ୟବଂଶୀ'।

ସୂଚନା ମୁତାବକ, ଆଗକୁ କ୍ୟାଟ୍ରିନା ଏବଂ ସଲମାନ ଖାନ୍‌ଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ। 'ଟାଇଗର' ଫିଲ୍ମର ସିରିଜ 'ଟାଇଗର-୩'ରେ ଉଭୟ ନଜର ଆସିବେ।

 

View this post on Instagram

 

A post shared by Katrina Kaif (@katrinakaif)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos