୬୨ ବର୍ଷ ବୟସରେ ନୀନାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନାଚିଲେ ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ନୀନା ଗୁପ୍ତା। କଲେ ଜବରଦସ୍ତ ବେଲି ଡ୍ୟାନ୍ସ। ପ୍ରଫୋସନାଲ ଡ୍ୟାନ୍ସର ସହ ମିଶି ତାଳରେ ତାଳ ମିଶାଇ ଲଗାଇଲେ ଠୁମ୍‌କା। ଜରଦସ୍ତ ଡ୍ୟାନ୍ସ କରି ଫ୍ୟାନ୍ସକୁ କଲେ ଦିୱାନା।  ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା। ତାଙ୍କ ବୟସ ୬୨ ବର୍ଷ। ଏତେ ବୟସରେ ମଧ୍ୟ ସେ କାହାଠାରୁ କମ୍‌ ନୁହନ୍ତି। ସେ ପ୍ରମାଣିତ କରି ଦେଖାଇଛନ୍ତି ଯେ, ବୟସ କେବଳ ଏକ ନମ୍ବର। […]

Neena Gupta

Neena Gupta

Madhupriya Mistry
  • Published: Monday, 23 August 2021
  • Updated: 23 August 2021, 05:25 PM IST

ମୁମ୍ବାଇ: ନାଚିଲେ ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ନୀନା ଗୁପ୍ତା। କଲେ ଜବରଦସ୍ତ ବେଲି ଡ୍ୟାନ୍ସ। ପ୍ରଫୋସନାଲ ଡ୍ୟାନ୍ସର ସହ ମିଶି ତାଳରେ ତାଳ ମିଶାଇ ଲଗାଇଲେ ଠୁମ୍‌କା। ଜରଦସ୍ତ ଡ୍ୟାନ୍ସ କରି ଫ୍ୟାନ୍ସକୁ କଲେ ଦିୱାନା।  ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା। ତାଙ୍କ ବୟସ ୬୨ ବର୍ଷ। ଏତେ ବୟସରେ ମଧ୍ୟ ସେ କାହାଠାରୁ କମ୍‌ ନୁହନ୍ତି। ସେ ପ୍ରମାଣିତ କରି ଦେଖାଇଛନ୍ତି ଯେ, ବୟସ କେବଳ ଏକ ନମ୍ବର। ବଡ଼  ବଡ଼ ଅଭିନେତ୍ରୀଙ୍କୁ ସେ ଗ୍ଲାମର ଲୁକ୍‌ରେ ଦିଅନ୍ତି ଚ୍ୟାଲେଞ୍ଜ। ତାଙ୍କ ଅଭିନୟ ଜାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି। ଅଭିନୟ ସହ ସେ ଏବେ ଡ୍ୟାନ୍ସ କରିବାରେ ମଧ୍ୟ ମାହିର ହୋଇଛନ୍ତି। ସାମ୍ନାକୁ ଆସିଛି ତାଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ। ଏକ ପାର୍ଟିରେ ସେ ବେଲି ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି, ସେ ପୁଣି କୋକାକୋଲା ଗୀତରେ। ଏହି ଭିଡିଓକୁ ନୀନା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ନୀନା ଏକ ଧଳା ରଙ୍ଗର ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଛନ୍ତି। ଏଥିସହ ଖୁବ୍‌ ସିମ୍ପୁଲ ମେକ୍‌ଅପ୍‌ ନେଇଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ନୀନା କ୍ୟାପସନ୍‌ରେ ଲେଖିଛନ୍ତି,'ଏବେ ରୂପ ପରିବର୍ତ୍ତନ'। ନୀନାଙ୍କ ଏହି ନିଆରା ଅନ୍ଦାଜ ପ୍ରଶଂସକଙ୍କୁ ଦିୱାନା କରିଛି। ଅଭିନେତ୍ରୀଙ୍କ ଏଭଳି ଡ୍ୟାନ୍ସ କରୁଥିବା ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ନୀନା ମାମ୍‌, ଆପଣଙ୍କ ସ୍ପିରିଟ୍‌ ବେଶ୍‌ କମାଲ, ଏଭଳି ହିଁ ଆପଣ ରକ୍‌ କରନ୍ତୁ।'

ନୀନା ଗୁପ୍ତା ଏଭଳି ଜଣେ ଅଭିନେତ୍ରୀ ଯିଏକି ଛୋଟ ଛୋଟ ଚରିତ୍ରରେ ଅଭିନୟ କରି ମଧ୍ୟ ପ୍ରଶଂସକଙ୍କୁ ପାଗଳ କରିଦିଅନ୍ତି। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ପ୍ରାୟତଃ ସେ ନିଜର କିଛି ନା କିଛି ଫଟୋ ହେଉ ଅବା ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରନ୍ତି। ସୂଚନା ମୁତାବକ ନୀନା ଆଗକୁ ଫିଲ୍ମ '୮୩', 'ଗ୍ୱାଲିଅର', ଏବଂ 'ଗୁଡବୟ'ରେ ନଜର ଆସିବେ।

 

View this post on Instagram

 

A post shared by Neena Gupta (@neena_gupta)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos