ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ସିଲଭର ସ୍କ୍ରିନ୍କୁ ଫେରିବେ ନୀଳ ନୟନା। ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୟର ଯାଦୁ। ଖୁବ୍ଶୀଘ୍ର ସେ ମଣିରତ୍ନନମ୍ଙ୍କ ଫିଲ୍ମରେ ନଜର ଆସିବେ। ଏନେଇ ଐଶ୍ୱର୍ଯ୍ୟା ନିଜେ ସୂଚନା ଦେଇଛନ୍ତି।
ଐଶ୍ୱର୍ଯ୍ୟ ମଣିରତ୍ନମ୍ଙ୍କ ଫିଲ୍ମ ‘ପିଏସ୍-୧’ ତଥା ‘ପୋନ୍ନି ସେଲଭମ’ ଜରିଆରେ ଦୀର୍ଘ ୩ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମର ଫାଷ୍ଟ ଲୁକକୁ ଐଶ୍ୱର୍ଯ୍ୟା ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି-‘ପୁଣି ଥରେ ଗୋଲ୍ଡେନ୍ ଯୁଗ ଫେରିବାକୁ ଯାଉଛୁ’। ନିକଟରେ ‘ପୋନ୍ନି ସେଲଭମ’ ଫିଲ୍ମର ୭୫ ପ୍ରତିଶତ ସୁଟିଂ ସରିଛି। ହାଇଦ୍ରାବାଦ ଓ ମଧ୍ୟପ୍ରଦେଶରେ ବାକି ସୁଟିଂ ହେବ।
ସୂଚନା ମୁତାବକ ଐଶ୍ୱର୍ଯ୍ୟାଶେଷ ଥର ପାଇଁ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ଫନ୍ନେ ଖାନ୍’ରେ ନଜର ଆସିଥିଲେ। ଏବେ ‘ପିଏସ୍-୧’ ଫିଲ୍ମର ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Bollywood
୭୪ ବର୍ଷରେ ଥଲାଇଭା, ଆଜିବି କମିନି ରଜନୀକାନ୍ତଙ୍କ କ୍ରେଜ୍
ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି।
Bollywood
ଆଓ୍ୱାର୍ଡ ଶୋ'କୁ ଡ଼ାକି ଅଭିନେତାଙ୍କୁ ଅପହରଣ, ଲୁଟି ନେଲେ ୨ ଲକ୍ଷ
ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
Bollywood
ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ
ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ଠକେଇ ମାମଲାରେ ସମନ ଜାରି କରିଛନ୍ତି।
Bollywood
ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଛି।