ଚେତାବନୀ ଦେଲେ ଅନୁଷ୍କା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋଶାଲ ମିଡିଆରେ ବେଶ ଆକ୍ଟିଭ। ପ୍ରାୟତଃ ସେ କିଛି ନା କିଛି ଫଟୋ ହେଉ ଅବା ଭିଡିଓ ଶେଆର କରନ୍ତି। ନିକଟରେ ଏଭଳି ହିଁ ଏକ ଫଟୋ ଶେଆର କରିଛନ୍ତି ଅନୁଷ୍କା। କିନ୍ତୁ ଫଟେକୁ ଶେଆର କରି ସେ କଡା ଚେତାବନୀ ଦେଇଛନ୍ତି। ଏଥିସହ ଏହି ମାମଲାରେ ତାଙ୍କ ସହ ପଙ୍ଗା ନନେବା ପାଇଁ […]

Anushka

Anushka

Madhupriya Mistry
  • Published: Wednesday, 06 October 2021
  • Updated: 06 October 2021, 05:07 PM IST

Sports

Latest News

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋଶାଲ ମିଡିଆରେ ବେଶ ଆକ୍ଟିଭ। ପ୍ରାୟତଃ ସେ କିଛି ନା କିଛି ଫଟୋ ହେଉ ଅବା ଭିଡିଓ ଶେଆର କରନ୍ତି। ନିକଟରେ ଏଭଳି ହିଁ ଏକ ଫଟୋ ଶେଆର କରିଛନ୍ତି ଅନୁଷ୍କା। କିନ୍ତୁ ଫଟେକୁ ଶେଆର କରି ସେ କଡା ଚେତାବନୀ ଦେଇଛନ୍ତି। ଏଥିସହ ଏହି ମାମଲାରେ ତାଙ୍କ ସହ ପଙ୍ଗା ନନେବା ପାଇଁ ମଧ୍ୟ କହିଛନ୍ତି।

ପ୍ରକୃତରେ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ବହିର ଫଟୋ ଶେଆର କରିଛନ୍ତି। ଏଥିରେ ବୃକ୍ଷ ଏବଂ ଉଦ୍ଭିଦ ଉପରେ ନିଜ ଜୀବଶୈଳୀର ଫାଇଦା କ'ଣ ରହିଛି ତାହା ଉଲ୍ଲେଖ ଅଛି। ଏହ ଫଟୋକୁ ଶେଆର କରି ଅନୁଷ୍କା ଲେଖିଛନ୍ତି, 'ମାଂସ ଖାଉଥିବା ବ୍ୟକ୍ତି ଦୟାକରି ଏହାକୁ ପଢ଼ନ୍ତୁ ଏବଂ ଶାକାହାରୀ ଜୀବନଶୈଳୀ ଉପରେ ମୋ ସହ ଯୁକ୍ତିତର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅନୁଷ୍କା ଚେତାବନୀ ଦେଇଛନ୍ତି।' ଏହି ବହିକୁ ସାଇମନ୍ ହିଲ୍ ଲେଖିଛନ୍ତି, 'ଦି ପ୍ରୁଫ୍ ଇନ୍ ପ୍ଲାଣ୍ଟସ୍', ଯାହା ଅନୁଷ୍କା ଜିମରେ ପଢ଼ିବା ସମୟରେ ଶୋୟାର କରିଛନ୍ତି।

ଏହା ସ୍ପଷ୍ଟ ଯେ ଯଦି ଅନୁଷ୍କା ଏହି ବହିଟିକୁ ପଢ଼ୁଛନ୍ତି ତେବେ ସେ ଅନ୍ୟମାନଙ୍କ ଅପେକ୍ଷା ଶାକାହାରୀ ଖାଦ୍ୟ ଖାଇବାର ଲାଭ ଜାଣିଥିବେ। ଏଭଳି ପରିସ୍ଥିତିରେ ତାଙ୍କ ସହ ଯୁକ୍ତିତର୍କ ନକରିବା ଭଲ ହେବ।

ଅନୁଷ୍କା ପୂରା ଭେଜିଟେରିଆନ୍‌ ଏବଂ ସେ ଦୀର୍ଘ ସମୟ ଧରି ଏହାକୁ ଅନୁସରଣ କରୁଛନ୍ତି। ସେ ଶାକାହାରୀ ଖାଦ୍ୟ ଖାଇବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ସେ PETAର 'ହଟେଷ୍ଟ ଭେଜିଟେରିଆନ୍ସ' ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ପଶୁମାନଙ୍କର ସୁରକ୍ଷା ଏବଂ ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ ମଧ୍ୟ କରନ୍ତି।

ସୂଚନା ମୁତାବକ, ଅନୁଷ୍କା ଶର୍ମା ନିକଟରେ ସ୍ୱାମୀ ବିରାଟ କୋହଲି ଏବଂ ଝିଅ ଭମିକା ସହ ଇଂଲଣ୍ଡ ଯାଇଥିଲେ। ସେଠାରୁ ସେ ଏବେ ମୁମ୍ବାଇ ଫେରି ଆସିଛନ୍ତି। ମୁମ୍ବାଇ ଫେରିବା ପରେ କିଛି ବିଜ୍ଞାପନ ଶୁଟ୍‌ରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳ ତାଙ୍କୁ ଶୁଟିଂ ସେଟ୍‌ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos