କ୍ରିକେଟ୍ ଖେଳିବେ ଅନୁଷ୍କା!

ମୁମ୍ବାଇ: ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇବେ ମିସେସ୍ କୋହଲି। ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଳିଙ୍କ ଭଳି ସେ ମଧ୍ୟ ମାରିବେ ଚଉକା ଛକା । ବିରୋଧୀ ଦଳ ବଲ୍‌ର କରିବେ ସାମ୍ନା। ପଡିଆରେ କରିବେ ରନ୍‌ର ବର୍ଷା। ସେହିପରି ବଲିଂ କରି ଅନ୍ୟ ଦଳକୁ କରିବେ କ୍ଲିନ୍ ବୋଲ୍ଡ। ଅଭିନେତ୍ରୀରୁ କ୍ରିକେଟର ପାଲଟିବେ ଅନୁଷ୍କା ଶର୍ମା।

ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ନଜର ଆସିବେ ଅନୁଷ୍କା। ଦୀର୍ଘ ଦିନ ପରେ ସେ ଏହି ଫିଲ୍ମରେ ବଡ ପରଦାକୁ ବ୍ୟାକ୍ କରିବେ। ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅନୁଷ୍କା। ହାତରେ ବଲ୍ ଏବଂ ବ୍ୟାଟ୍ ଧରି ପଡିଆରେ ଏବେ ଠାରୁ ହିଁ ଅଭ୍ୟାସ କରୁଛନ୍ତି ମିସେସ୍ କୋହଲି।

anushka-sharma
ଝୁଲନ୍ ଗୋସ୍ୱାମୀଙ୍କ ଜର୍ସି ପିନ୍ଧି ଅନୁଷ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି।

ଝୁଲନ୍ ଗୋସ୍ୱାମୀଙ୍କ ଜର୍ସି ପିନ୍ଧି ଅନୁଷ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଝୁଲନ୍ ଏବଂ ଅନୁଷ୍କା ଉଭୟଙ୍କୁ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ମୁତାବକ କୁହାଯାଉଛି ଯେ, ଏହି ବାୟୋପିକ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଔପଚାରିକ ରୂପେ କୌଣସି ଘୋଷଣା କରାଯାଇନାହିଁ।

ଝୁଲନ୍ ଗୋସ୍ୱାମୀ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜଣେ ଦକ୍ଷ ବୋଲର୍। ସେ ‘ଚକ୍‌ଦହା’ ଏକ୍ସପ୍ରେସ୍ ରୂପେ ବେଶ୍ ପରିଚିତ। ଝୁଲନ୍ ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୯ ବର୍ଷ ପୂରଣ କରିସାରିଥିବା ଝୁଲନ୍ ନିଜ କ୍ୟାରିଅର୍‌ରେ ୩୦୦ରୁ ଅଧିକ ୱିକେଟ ହାତେଇ ସାରିଛନ୍ତି। ଝୁଲନ୍ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୩୩, ୧୦୮ଟି ୱାନ୍ ଡେ’ ମ୍ୟାଚ୍‌ରେ ୨୩୬ଟି ୱିକେଟ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟ ଭାବେ ଇତିହାସ ରଚି ସାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।