ବାପା ହେଲେ ଅଭିନେତା ଅପାରଶକ୍ତି

ମୁମ୍ବାଇ: ବାପା ହେଲେ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା। ତାଙ୍କ ପତ୍ନୀ ଆକୃତି ଆହୁଜା ଖୁରାନା ଆଜି ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। କନ୍ୟା ସନ୍ତାନର ଜନକ ହେବା କଥା ଅପାରଶକ୍ତି ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ସେ ତାଙ୍କ ଝିଅର ନାଁ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ସେ ଝିଅର ନାଁ ଆରଜୋଇ ଏ ଖୁରାନା ରଖିଛନ୍ତି। ଏହି ଖବର ଜାଣିବା ପରେ ଅପାରଶକ୍ତିଙ୍କ ନିକଟକୁ ଅଭିନନ୍ଦନର ଶୁଅ ଛୁଟିଛି। ପୂର୍ବରୁ ଅପାରଶକ୍ତି ତାଙ୍କ ଗର୍ଭବତୀ […]

Aparshakti Khurana and his wife

Jitendra Garnayak
  • Published: Friday, 27 August 2021
  • , Updated: 27 August 2021, 04:30 PM IST

ମୁମ୍ବାଇ: ବାପା ହେଲେ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା। ତାଙ୍କ ପତ୍ନୀ ଆକୃତି ଆହୁଜା ଖୁରାନା ଆଜି ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। କନ୍ୟା ସନ୍ତାନର ଜନକ ହେବା କଥା ଅପାରଶକ୍ତି ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ସେ ତାଙ୍କ ଝିଅର ନାଁ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ସେ ଝିଅର ନାଁ ଆରଜୋଇ ଏ ଖୁରାନା ରଖିଛନ୍ତି। ଏହି ଖବର ଜାଣିବା ପରେ ଅପାରଶକ୍ତିଙ୍କ ନିକଟକୁ ଅଭିନନ୍ଦନର ଶୁଅ ଛୁଟିଛି।

ପୂର୍ବରୁ ଅପାରଶକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କର ଅନେକ ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ଆଗକୁ ଅପାରଶକ୍ତିଙ୍କୁ ଫିଲ୍ମ 'ହେଲମେଟ'ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ପ୍ରନୂତନ ବହଲ। କଣ୍ଡୋମକୁ ନେଇ ଏହା ଭାରତର ପ୍ରଥମ ଫିଲ୍ମ ବୋଲି କୁହାଯାଉଛି। ଏଥିରେ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ରହିଛି।

ସତରାମ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଷେକ ବାନାର୍ଜୀ ଓ ଆଶିଷ ବର୍ମା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Related story