ରୋମାନ୍ସ କରୁଥିଲେ ଆୟୁଷ୍ମାନ, ଧରିଲା ପୁଲିସ

ମୁମ୍ବାଇ: ରମୋନ୍ସ କରିବା ପଡିଲା ମହଙ୍ଗା। ଧରାପଡିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ଲୁଚା ଛପରେ ଚାଲିଥିଲା ପ୍ରେମ। ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ। ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି।

ପ୍ରକୃତରେ ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ଏକ ରୋମାଣ୍ଟିକ ସିନ୍‌ର ସୁଟିଂ କରୁଥିଲେ ଆୟୁଷ୍ମାନ ଏବଂ ଅଭିନେତ୍ରୀ ବାଣୀ କପୁର। ଏହି ସମୟରେ ଚଣ୍ଡିଗଡରେ ଜଣେ ପୁଲିସ ଅଧିକାରୀ ଆସି ତାଙ୍କୁ ଧରିଥିଲା। କେବଳ ସେତିକି ନୁହେଁ ଦୁହିଁଙ୍କୁ ଜେରା ମଧ୍ୟ କରିଥିଲେ। ଏନେଇ ନିକଟରେ ଆୟୁଷ୍ମାନ ନିଜେ ଖୁଲାସା କରିଛନ୍ତି।

ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଟ୍ରେଲର ଲଞ୍ଚ ଇଭେଣ୍ଟ ବେଳେ ଆୟୁଷ୍ମାନ ଏ ସମସ୍ତ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଚଣ୍ଡିଗଡରେ ଯଦି କୌଣସି ପୁଲିସ ଅଫିସର ଦମ୍ପତିଙ୍କୁ ରୋମାନ୍ସ କରିବା ଦେଖିନିଅନ୍ତି ତେବେ ତାଙ୍କୁ ଛାଡନ୍ତି ନାହିଁ। ସୁଟିଂ ବେଳେ ଆମକୁ ମଧ୍ୟ କିଛି ଏଭଳି ହିଁ ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଥିଲା। ପୁଲିସ ଅଧିକାରୀ ଜଣକ ଆମ ପାଖକୁ ଆସି ଆମକୁ ଜେରା କରିଥିଲା। ତେଣୁ ଚଣ୍ଡିଗଡରେ ଆଶିକି କରିବା ଟିକେ ମୁସ୍‌କିଲ୍‌ ବୋଲି ସେ କହିଛନ୍ତି।

ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଲିଡ୍‌ ରୋଲରେ ଆୟୁଷ୍ମାନ ଖୁରାନା ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ପ୍ରଥମ କରି ଅଛନ୍ତି ବାଣୀ କପୁର। ଏଥିରେ ଆୟୁଷ୍ମାନଙ୍କୁ ଜଣେ ଜିମ୍‌ ଟ୍ରେନର ଭୂମିକାରେ ଦେଖିବାକୁ ମିଳିବ। ସେହିପରି ବାଣୀ ମଧ୍ୟ ଜୁମ୍ବା ଟ୍ରେନର ଚରିତ୍ରରେ ନଜର ଆସିବେ।

ଫିଲ୍ମର ଅଧିକାଂଶ ସୁଟିଂ ଚଣ୍ଡିଗଡରେ କରାଯାଇଛି। ନିଜ ହୋମ୍‌ଟାଉନରେ ସୁଟିଂ ବେଳେ ଆୟୁଷ୍ମାନ ପୁରୁଣା ଦିନଗୁଡିକୁ ମନେ ପକାଇ ବେଶ୍‌ ଭାବୁକ ହୋଇପଡିଛନ୍ତି। ଫିଲ୍ମଟି ଆସନ୍ତା ଡିସେମ୍ବର ୧୦ ତାରିଖରେ ବଡ ପରଦାରେ ରିଲିଜ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।