ରାଜ କୁନ୍ଦ୍ରାଙ୍କୁ ଧରି ଶିଳ୍ପାଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ ଅଧିକାରୀମାନେ ଛାନଭିନ୍ କରୁଛନ୍ତି। ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚର ଅଧିକାରୀମାନେ […]

Raj-kundra

Hemant Lenka
  • Published: Friday, 23 July 2021
  • , Updated: 23 July 2021, 06:08 PM IST

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ ଅଧିକାରୀମାନେ ଛାନଭିନ୍ କରୁଛନ୍ତି। ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଶିଳ୍ପା ସେଟ୍ଟୀଙ୍କୁ ରାଜ ତିଆରି କରିଥିବା ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ସମ୍ପର୍କରେ ପଚାରାଉଚରା କରିବେ। ଏଥିରେ ତାଙ୍କର କୌଣସି ଭୂମିକା ଅଛି କି ନାହିଁ, ସେକଥା ପୁଲିସ୍ ଜାଣିବାକୁ ଚାହୁଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଆନ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ଶିଳ୍ପା ସେଟ୍ଟୀ।

ରାଜ ଗିରଫ ହେବା ପରେ ପୁଲିସ୍‌ ଭିଆନ କମ୍ପାନୀରେ ରେଡ୍‌ କରିଥିଲା। ଏହି ସମୟରେ ସେଠାରୁ ପର୍ଣ୍ଣ ‍ଫିଲ୍ମ ସହ ଜଡ଼ିତ ବିପୁଳ ସାମଗ୍ରୀ ମିଳିଥିଲା। ତେଣୁ ଭିଆନ କମ୍ପାନୀର ନିର୍ଦ୍ଦେଶକ ହିସାବରେ ଶିଳ୍ପା ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି। ଭିଆନ କମ୍ପାନୀ ଅନ୍ଧେରୀରେ ରହିଛି।

ରାଜଙ୍କ ଅନ୍ଧେରୀ ଅଫିସରୁ ମିଳିଥିବା ପର୍ଣ୍ଣ ଫିଲ୍ମ ସମ୍ପର୍କିତ ତଥ୍ୟର ଫରେନ୍ସିକ ଯାଞ୍ଚ କରାଯିବ। ସେହିପରି ସର୍ଭରରୁ ଡିଲିଟ ହୋଇଥିବା ତଥ୍ୟକୁ ମଧ୍ୟ ରିକଭର କରାଯିବ। କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅନେକ ତଥ୍ୟକୁ ଡିଲିଟ କରାଯାଇଛି। ତେଣୁ ଏଗୁଡ଼ିକୁ ପୁଣି ଆଣିବା ପାଇଁ କିଛି ସମୟ ଲାଗିବ। ୨୦୧୯ରୁ ହିଁ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି କରିବା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ପ୍ରାୟ ୧୦୦ରୁ ଅଧିକ ପର୍ଣ୍ଣ ଫିଲ୍ମ କରି ସାରିଛନ୍ତି।

[caption id="" align="aligncenter" width="770"] ଜୁହୁ ସ୍ଥିତ ଶିଳ୍ପାଙ୍କ ଘର[/caption]

ରାଜ କୁନ୍ଦା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲା ରୁଜୁ ହେବା ପରେ ରାଜ ଗୁଗଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ଗୋଟିଏ ଅଶ୍ଳୀଳ ଆପକୁ ଡିଲିଟ କରି ଦିଆଯାଇଥିଲା।

ଏହାପରେ ସେ ପୋଲିଫ୍ଲିକ୍ସ ନାମକ ଆପ୍‌ ଆରମ୍ଭ କରିଥିଲେ। କୁନ୍ଦ୍ରା ଏହି କମ୍ପାନୀକୁ ବିକ୍ରି କରି ଦେଇଥିବା କହିଛନ୍ତି। ହେଲେ ଏହାର ଟ୍ରାନଜାକସନ୍‌ ସମ୍ପର୍କିତ ଟିକନିଖି ଖବର କୁନ୍ଦ୍ରାଙ୍କ ପାଖରେ ପହଞ୍ଚୁଥିବା ତଦନ୍ତ ସମୟରେ ଜଣାପଡ଼ିଛି।

Related story