ବଲିଉଡ ଛାଡ଼ିଥିଲେ, ୨ ବର୍ଷ ପରେ ଫଟୋ ଶେଆର କଲେ ଜାଏରା

ମୁମ୍ବାଇ: ଦଙ୍ଗଲ ଗାର୍ଲ ଜାଏରା ୱସିମ। ଦୀର୍ଘ ୨ ବର୍ଷ ହେବ ସେ ବଲିଉଡ ଠାରୁ ଦୂରେଇ ରହିଛନ୍ତି। ସେ ସୋଶାଲ ମିଡିଆରେ ମଧ୍ୟ ଆକ୍ଟିଭ ନାହାନ୍ତି। ଏବେ ସେ ପୁଣି ସୋଶାଲ ମିଡିଆକୁ ଫେରିଛନ୍ତି। ବି-ଟାଉନ୍‌ ଛାଡିବାର ୨ ବର୍ଷ ପରେ ଫଟୋ ଶେଆର କରିଛି ଜାଏରା। ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜାଏରା ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ବୁର୍ଖା ପିନ୍ଧିଥିବା ସେ ନଜର ଆସିଛନ୍ତି। ତେବେ ଫଟୋରେ ସେ ନିଜ ଚେହେରା ଦେଖାଇ […]

zaira-wasim

zaira-wasim

Madhupriya Mistry
  • Published: Wednesday, 06 October 2021
  • Updated: 06 October 2021, 12:36 PM IST

Sports

Latest News

ମୁମ୍ବାଇ: ଦଙ୍ଗଲ ଗାର୍ଲ ଜାଏରା ୱସିମ। ଦୀର୍ଘ ୨ ବର୍ଷ ହେବ ସେ ବଲିଉଡ ଠାରୁ ଦୂରେଇ ରହିଛନ୍ତି। ସେ ସୋଶାଲ ମିଡିଆରେ ମଧ୍ୟ ଆକ୍ଟିଭ ନାହାନ୍ତି। ଏବେ ସେ ପୁଣି ସୋଶାଲ ମିଡିଆକୁ ଫେରିଛନ୍ତି। ବି-ଟାଉନ୍‌ ଛାଡିବାର ୨ ବର୍ଷ ପରେ ଫଟୋ ଶେଆର କରିଛି ଜାଏରା।

ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜାଏରା ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ବୁର୍ଖା ପିନ୍ଧିଥିବା ସେ ନଜର ଆସିଛନ୍ତି। ତେବେ ଫଟୋରେ ସେ ନିଜ ଚେହେରା ଦେଖାଇ ନାହାନ୍ତି। ଜାଏରା ଏକ ବ୍ରିଜ୍‌ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ଜାଏରା କ୍ୟାପସନରେ ଲେଖିଛନ୍ତି, 'ଦ ୱର୍ମ ଅକ୍ଟୋବର ସନ୍‌'।

୨୦୧୯ରେ ବଲିଉଡ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିବା ପରେ ଜାଏରା ୱସିମ ସୋସିଆଲ ମିଡିଆ ଠାରୁ ମଧ୍ୟ ଦୂରେଇ ଯାଇଥିଲେ। ସେ ତାଙ୍କର ସମସ୍ତ ଫଟୋ ଡିଲିଟ କରିଦେଇଥିଲେ। ଜାଏରା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ନିଜ ଫ୍ୟାନ୍‌ପେଜ୍‌ରୁ ସମସ୍ତ ଫଟୋ ହଟାଇବା ପାଇଁ ଅନୁରୋଧ କରିଥିଲେ। ଏବେ ଦୀର୍ଘ ସମୟ ପରେ, ଜାଏରାଙ୍କ ଫଟୋ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଜାଏରାଙ୍କ ଏହି ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

[caption id="attachment_681951" align="aligncenter" width="650"]zaira-wasim ୨୦୧୯ରେ ବଲିଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ ଜାଏରା[/caption]

ଦୁଇ ବର୍ଷ ପୂର୍ବେ ୨୦୧୯ ଜୁନ୍‌ ୩୦ରେ  ଜାଏରା ସୋଶାଲ ମିଡିଆରେ ଏକ ଲମ୍ବା ଚଉଡା ନୋଟ୍‌ ଲେଖି ବଲିଉଡରୁ ବିଦାୟ ନେଉଥିବା ନେଇ ଘୋଷଣା କରିଥିଲେ। ସେ ଧାର୍ମିକ କାରଣ ଯୋଗୁଁ ଅଭିନୟ ଛାଡୁଥିବା କହିଥିଲେ। ହଠାତ୍‌ ତାଙ୍କର ଏଭଳି ଅଭିନୟ ଛାଡିବା କଥା ସମସ୍ତଙ୍କୁ ଚକିତ କରିଦେଇଥିଲା।

ଫିଲ୍ମ ଦଙ୍ଗଲରୁ ବଳିଉଡରେ ଡେବ୍ୟୁ କରିଥିଲେ ଜାଏରା। ଏହାପରେ ତାଙ୍କର ଗୋଟିକ ପରେ ଗୋଟିଏ ଫିଲ୍ମ ଆସିଥିଲ। ତାଙ୍କ ଶେଷ ଫିଲ୍ମ ଥିବା 'ଦ ସ୍କାଏ ଇଜ୍‌ ପିଙ୍କ'। ଏଥିରେ ସେ ପ୍ରିୟଙ୍କା ଚୋପ୍ରା ଏବଂ ଫରାହାନ ଅଖତରଙ୍କ ସହ ନଜର ଆସିଥିଲେ। ଖୁବ କମ୍‌ ସମୟ ମଧ୍ୟରେ ଜାଏରା ନିଜ ଅଭିନୟ ଜାଦୁରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

 

View this post on Instagram

 

A post shared by Zaira Wasim (@zairawasim_)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos